ଫୁଲଓ୍ବାମା ଆତଙ୍କୀ ଆକ୍ରମଣ ପରେ ପରେ ରାଜନୀତି ପୂରା ଜୋର୍ ଧରିଛି । ଆଗକୁ ସାଧାରଣ ନିର୍ବାଚନ । ଏହି ସମୟରେ ଉଭୟ ରାଜନୈତିକ ଦଳ ଉଭୟ ଉଭୟଙ୍କୁ ଘେରୁଛନ୍ତି । କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରି କହିଛନ୍ତି ମୋଦି ପ୍ରାଇମ ମିନିଷ୍ଟର ନୁହେଁ ସେ ହେଉଛନ୍ତି, ‘ପ୍ରାଇମ୍ ଟାଇମ୍ ମିନିଷ୍ଟର’। ନଚେତ୍ ପୁଲଓ୍ବାମା ଆକ୍ରମଣ ପରେ ସେ ତାଙ୍କ ଫିଲ୍ମ ଶୁଟିଂରେ ବ୍ୟସ୍ତ ରହି ନ ଥାଆନ୍ତେ। ଆହୁରି ମଧ୍ୟ ରାହୁଲ ମୋଦି ସରକାରଙ୍କୁ ଟୁଇଟ୍ କରି ‘#PhotoShootSarkar’ ବୋଲି କହିଛନ୍ତି। ଯଦି ଏମିତି ନ ହୋଇ ଥାଆନ୍ତା ତେବେ ପୁଲଓ୍ବାମା ଆକ୍ରମଣ ପରେ ପରେ ମୋଦି ଜିମ୍ କର୍ବେଟ ପାର୍କରେ ତାଙ୍କ ଫିଲ୍ମ ଶୁଟିଂରେ ବ୍ୟସ୍ତ ନ ଥାଆନ୍ତେ। ସୂଚନାଯୋଗ୍ୟ, ଗୋଟିଏ ଦିନ ପୂର୍ବରୁ କଂଗ୍ରେସ ନେତା ରଣଦୀପ ସୁରଜଓ୍ବୋଲା ମଧ୍ୟ ମୋଦିଙ୍କୁ ଏହି ପ୍ରସଙ୍ଗରେ କଟାକ୍ଷ କରିଥିଲେ। ତେବେ କଂଗ୍ରେସର ଏହି ଆକ୍ଷେପକୁ ଜବାବ ଦେଇ ପୁଣି କଂଗ୍ରେସ ଟାର୍ଗେଟ କରିଛନ୍ତି ଅମିତ୍ ଶାହା ।
Tags: