Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ରାଜସ୍ଥାନ ସରକାର ଉପସ୍ଥାପନ କଲେ ଚଳିତ ବର୍ଷର ବଜେଟ୍‌ : କଲେ 10ଟି ବଡ ଘୋଷଣା
ଆଜିର ଖବର

ରାଜସ୍ଥାନ ସରକାର ଉପସ୍ଥାପନ କଲେ ଚଳିତ ବର୍ଷର ବଜେଟ୍‌ : କଲେ 10ଟି ବଡ ଘୋଷଣା

February 20, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ରାଜସ୍ଥାନ : ରାଜସ୍ଥାନ ସରକାର ଆଜି 2020-2021 ବର୍ଷ ପାଇଁ ବଜେଟ୍‌ ଉପସ୍ଥାପନ କରିଛନ୍ତି। ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍‌ ବଜେଟ୍‌ ଆଗତ କରିବା ସହିତ କିଛି ଯୋଜନାର ମଧ୍ୟ ଘୋଷଣା କରିଛନ୍ତି। ରାଜସ୍ଥାନ ସରକାର ପ୍ରତ୍ୟେକ ଘରକୁ ଜଳ ଯୋଗାଣ ପାଇଁ ଜଳ ଜୀବନ ମିଶନ ଯୋଜନାର ଘୋଷଣା  କରିଛନ୍ତି।

ସେହିପରି କୃଷି ପାଇଁ 3420 କୋଟି ଟଙ୍କାର ବ୍ୟୟବରାଦ ରଖିଛନ୍ତି। ନେହେରୁ ବାଳ ସଂରକ୍ଷଣ କୋଷର ଘୋଷଣା କରିବା ସହିତ ଏହି ଯୋଜନା ପାଇଁ 100 କୋଟିର ବ୍ୟୟ ବରାଦ କରିଛନ୍ତି ରାଜସ୍ଥାନ ସରକାର। 25,000 ନୂତନ ସୋଲାର ପରମ୍ପ୍‌ ଲଗାଇବା ପାଇଁ ମଧ୍ୟ ଚଳିତ ବଜେଟ୍‌ରେ ଘୋଷଣା କରାଯାଇଛି । ହସ୍ପିଟାଲ୍‌ରେ ଜୀ ପ୍ଲସ୍‌8 ଆଧାରରେ ନୂତନ ବୋର୍ଡ ନିର୍ମାଣକୁ ମଧ୍ୟ ମଞ୍ଜୁରି ଦେଇଛନ୍ତି। ନ୍ୟୁକ୍ଲିୟର୍‌ ମେଡିସିନ୍‌ ବିଭାଗର ସ୍ଥାପନା କରାଯିବା ନେଇ ଘୋଷଣା କରାଯାଇଛି। ବଜେଟ୍‌ରେ ମୂକ ବଧିର ଶିଶୁଙ୍କ ଚିକିତ୍ସା ପାଇଁ ନୂତନ ଘୋଷଣା କରାଯାଇଛି। ଏପର୍ଯ୍ୟନ୍ତ 899 ଶିଶୁକୁ ସହାୟତା ଦିଆଯାଇଛି ।

ରୋଜଗାରକୁ ନେଇ ମଧ୍ୟ ଗେହଲେଟ୍‌ ସରକାର 50 ହଜାର ଯୁବକଙ୍କ ପାଇଁ ସ୍ବରୋଜଗାରର ଘୋଷଣା କରିଛନ୍ତି । କର୍ମଚାରୀଙ୍କ ମହଙ୍ଗା ଭତ୍ତା 5 ପ୍ରତିଶତ ବୃଦ୍ଧି କରାଯାଇ 12ପରିବର୍ତ୍ତେ 17 ପ୍ରତିଶତ ଦିଆଯିବ ବୋଲି ଘୋଷଣା କରାଯାଇଛି। ମହିଳାଙ୍କ ସଶକ୍ତିକରଣ ପାଇଁ ମଧ୍ୟ 100କୋଟି ଟଙ୍କା ଘୋଷଣା କରାଯାଇଛି।41 କୋଟି 60 ଲକ୍ଷ ବିନିମୟରେ ସଂଖ୍ୟାଲଘୁଙ୍କ ଶିଶୁଙ୍କ ପାଇଁ ଛାତ୍ରବାସ ନିର୍ମାଣ କରାଯିବାର ଘୋଷଣା ମଧ୍ୟ କରାଯାଇଛି । ରାଜସ୍ଥାନ ସରକାର ଚଳିତ ବଜେଟ୍‌ରେ ରାଜ୍ୟରେ ଆର୍ଥିକ ପଛୁଆ ବର୍ଗଙ୍କ ପାଇଁ ଏକ ବୋର୍ଡ ଗଠନ କରିବାର ଘୋଷଣା କରିଛନ୍ତି। ଏହା ସହିତ ରାଜ୍ୟରେ ଫାଷ୍ଟ ଟ୍ରାକ୍‌ କୋର୍ଟ ସ୍ଥାପନ କରାଯିବ ବୋଲି କୁହାଯାଇଛି।

ଚଳିତ ବଜେଟ୍‌ରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲଟ୍‌ ଶିକ୍ଷା ଉପରେ ଫୋକସ୍‌ କରିଛନ୍ତି। ମହାବିଦ୍ୟାଳୟଗୁଡ଼ିକରେ ଅଫ୍‌ଲାଇନ୍‌-ଅନଲାଇନ୍‌ ଭିଡିଓ ଶିକ୍ଷା ଦିଆଯିବା ନେଇ ରାଜୀବ ଗାନ୍ଧି ଇ-କଣ୍ଟେଣ୍ଟ ଲାଇବ୍ରେରୀର ସୁବିଧା କରାଯିବ ବୋଲି ଘୋଷଣା କରାଯାଇଛି। ସରକାରୀ ସ୍କୁଲରେ ଶନିବାର ଦିନକୁ  ‘ନୋ ବ୍ୟାଗ୍‌ ଡେ’ କରାଯିବ ବୋଲି ଘୋଷଣା କରାଯାଇଛି। ଏଣିକି ଶନିବାର ଦିନ ସ୍କୁଲରେ ବିଭିନ୍ନ ପ୍ରକାରର ଖେଳ ସହିତ ବିଦ୍ୟାର୍ଥୀଙ୍କ କୌଶଳ ବୃଦ୍ଧି ପାଇଁ କାର୍ଯ୍ୟକ୍ରମ କରାଯିବ ବୋଲି ଘୋଷଣା କରାଯାଇଛି । ସେହିପରି ବାଳିକା ଶିକ୍ଷାକୁ ଅଗ୍ରାଧିକାର ଦେଇ ତିନି ବର୍ଷରେ ରାଜ୍ୟରେ ଆଉ 66ଟି କସ୍ତୁରବା ଗାନ୍ଧି ସ୍କୁଲର ଘୋଷଣା କରାଯାଇଛି।

Share. Facebook Twitter LinkedIn Email WhatsApp Copy Link

Related Posts

ବେଆଇନ ମହଜୁଦକାରୀ ଏବଂ କଳାବଜାର ରୋକିବା ପାଇଁ ରାଜ୍ୟ ସରକାରଙ୍କ କାର୍ଯ୍ୟାନୁଷ୍ଠାନ

March 17, 2026

ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କଲେ ରାଜ୍ୟପାଳ ଡ. ହରି ବାବୁ କମ୍ଭମପାଟି

March 17, 2026

କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର: ଗିରିଜା ବଳିୟାରସିଂହ ମନୋନିତ

March 17, 2026

ଆଜି ୧୭ ତାରିଖ ମଙ୍ଗଳବାରରେ ଏହି ରାଶିର ବ୍ୟକ୍ତିମାନେ ସବୁକ୍ଷେତ୍ରରେ ହେବେ ସଫଳତା, ଜାଣନ୍ତୁ ରାଶିଫଳ

March 17, 2026
Latest News

ବେଆଇନ ମହଜୁଦକାରୀ ଏବଂ କଳାବଜାର ରୋକିବା ପାଇଁ ରାଜ୍ୟ ସରକାରଙ୍କ କାର୍ଯ୍ୟାନୁଷ୍ଠାନ

March 17, 2026

ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କଲେ ରାଜ୍ୟପାଳ ଡ. ହରି ବାବୁ କମ୍ଭମପାଟି

March 17, 2026

କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର: ଗିରିଜା ବଳିୟାରସିଂହ ମନୋନିତ

March 17, 2026

ଆଜି ୧୭ ତାରିଖ ମଙ୍ଗଳବାରରେ ଏହି ରାଶିର ବ୍ୟକ୍ତିମାନେ ସବୁକ୍ଷେତ୍ରରେ ହେବେ ସଫଳତା, ଜାଣନ୍ତୁ ରାଶିଫଳ

March 17, 2026

ସପ୍ତମ ଦିନରେ ଆଉଟସୋର୍ସିଙ୍ଗ କର୍ମଚାରୀଙ୍କ ଆନ୍ଦୋଳନ

March 16, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.