Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପର୍ଯ୍ୟଟନର ବିକାଶ ପାଇଁ ଗାନ୍ଧୀ ସର୍କିଟ ପ୍ରତିଷ୍ଠା ପ୍ରସ୍ତାବ
ଆଜିର ଖବର

ପର୍ଯ୍ୟଟନର ବିକାଶ ପାଇଁ ଗାନ୍ଧୀ ସର୍କିଟ ପ୍ରତିଷ୍ଠା ପ୍ରସ୍ତାବ

February 20, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ବିଧାନସଭାରୁ ପ୍ରଭୁକଲ୍ୟାଣ ମହାପାତ୍ରଙ୍କ ରିପୋର୍ଟ
ଭୁବନେଶ୍ବର : ଓଡିଶା ପର୍ଯ୍ୟଟନର ବିକାଶ ପାଇଁ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ବିଧାନସଭାରେ ପ୍ରକାଶ କରିଛନ୍ତି । ବିଧାନସଭାରେ ଉତ୍ତର ରଖିବା ସମୟରେ ରାଜ୍ୟ ସରକାର ଗାନ୍ଧୀ ସର୍କିଟର ପ୍ରତିଷ୍ଠା ଉପରେ ସରକାର ବିଚାର କରୁଛନ୍ତି ବୋଲି ପର୍ଯ୍ୟଟନ ମନ୍ତ୍ରୀ କହିଛନ୍ତି । ଗାନ୍ଧିଜୀ ଓଡିଶାରେ ପରିଭ୍ରମଣ ଓ ରହିଥିବା ସ୍ଥାନଗୁଡିକୁ ସଞ୍ଜୋଗ କରି ଏକ ପର୍ଯ୍ୟଟନ ସର୍କିଟ୍‌ ପ୍ରତିଷ୍ଠା କରିବାକୁ ଯୋଜନା କରାଯାଉଛି ବୋଲି ମନ୍ତ୍ରୀ ପ୍ରକାଶ କରିଥିଲେ । ରାଜ୍ୟରେ 482 କିମି ପରିବ୍ୟାପ୍ତ ବେଳାଭୂମିର ବିଭିନ୍ନ ପ୍ରାନ୍ତରେ ଇକୋ ରିଟ୍ରିଟ୍‌ ପ୍ରତିଷ୍ଠା ପାଇଁ ସ୍ଥାନ ଚିହ୍ନଟ କରାଯାଇଛି । ବିଭିନ୍ନ କ୍ଲିୟରାନ୍ସ ନମିଳିବା କାରଣରୁ ଦୀର୍ଘବର୍ଷ ଧରି ପଡିରହିଥିବା ଶାମୁକା ପ୍ରକଳ୍ପ ପୁନର୍ବାର ଆରମ୍ଭ କରାଯାଇଛି । ବିଭାଗୀୟ ବଜେଟ ବରାଦ ଅର୍ଥ 100 ପ୍ରତିଶତରୁ ଅଧିକ ବୃଦ୍ଧି ପାଇଛି ଏବଂ ବେଳାଭୂମିର ବିକାଶ ଉପରେ ସର୍ବାଧିକ ଗୁରୁତ୍ବ ଦିଆଯାଇଛି ।
ସେହିପରି ହୁକିଟୋଲାରେ ପର୍ଯ୍ୟଟନର ବିକାଶ ପାଇଁ ଅନେକ ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ମନ୍ତ୍ରୀ ପ୍ରକାଶ କରିଛନ୍ତି । ଏ ସମ୍ପର୍କିତ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇ ମନ୍ତ୍ରୀ କହିଥିଲେ, ବ୍ରିଟିଶ୍‌ ଅମଳରୁ ରହିଥିବା ବିଭିନ୍ନ ଅଟ୍ଟାଳିକାର ପୁନରୁଦ୍ଧାର କରାଯାଇଛି । ପୁନରୁଦ୍ଧାର ନିମନ୍ତେ 1 କୋଟି 3 ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଛି । ପର୍ଯ୍ୟଟଙ୍କ ସୁବିଧା ଲାଗି ଗୋଟିଏ ଓ୍ବାଚ୍‌ ଟାଓ୍ବାର ନିର୍ମାଣ କରାଯାଇଛି । ହୁକିଟୋଲାକୁ ଯିବା ପାଇଁ ଫ୍ଲୋଟିଙ୍ଗ ଜେଟି ସ୍ଥାପିତ ହୋଇଛି । ଜମ୍ବୁ ଠାରୁ ଘରୋଇ ବୋଟ ଚଳାଚଳ କରୁଛି ।

Share. Facebook Twitter LinkedIn Email WhatsApp Copy Link

Related Posts

ଗ୍ରୀନଲ୍ୟାଣ୍ଡ ସମ୍ପର୍କରେ ଟ୍ରମ୍ପଙ୍କ ଶୁଳ୍କ ଧମକକୁ ସମାଲୋଚନା କଲେ ବ୍ରିଟିଶ ପ୍ରଧାନମନ୍ତ୍ରୀ

January 19, 2026

ରାଇରଙ୍ଗପୁରସ୍ଥିତ ଇଗ୍ନୋ ଆଞ୍ଚଳିକ କେନ୍ଦ୍ର ଓ କୌଶଳ କେନ୍ଦ୍ର ପରିଦର୍ଶନ କଲେ କୁଳପତି

January 19, 2026

ବିଜେପି ରାଷ୍ଟ୍ରୀୟ ସଭାପତି ଭାବରେ ନିର୍ବିରୋଧ ନିର୍ବାଚିତ ହେଲେ ନୀତିନ ନବୀନ

January 19, 2026

ଛତିଶଗଡ଼ରେ ଆଜି ଆଉ ୯ ମାଓବାଦୀଙ୍କ ଆତ୍ମସମର୍ପଣ: ନକ୍ସଲମୁକ୍ତ ହେଲା ଗରିଆବନ୍ଦ ଜିଲ୍ଲା

January 19, 2026
Latest News

ଗ୍ରୀନଲ୍ୟାଣ୍ଡ ସମ୍ପର୍କରେ ଟ୍ରମ୍ପଙ୍କ ଶୁଳ୍କ ଧମକକୁ ସମାଲୋଚନା କଲେ ବ୍ରିଟିଶ ପ୍ରଧାନମନ୍ତ୍ରୀ

January 19, 2026

ଭାରତ-ୟୁଏଇ ମଧ୍ୟରେ ରଣନୈତିକ ପ୍ରତିରକ୍ଷା, ଶକ୍ତି ଏବଂ ମହାକାଶ କ୍ଷେତ୍ରରେ ଏମ୍ଓୟୁ ସ୍ଵାକ୍ଷର

January 19, 2026

ରାଇରଙ୍ଗପୁରସ୍ଥିତ ଇଗ୍ନୋ ଆଞ୍ଚଳିକ କେନ୍ଦ୍ର ଓ କୌଶଳ କେନ୍ଦ୍ର ପରିଦର୍ଶନ କଲେ କୁଳପତି

January 19, 2026

ବିଜେପି ରାଷ୍ଟ୍ରୀୟ ସଭାପତି ଭାବରେ ନିର୍ବିରୋଧ ନିର୍ବାଚିତ ହେଲେ ନୀତିନ ନବୀନ

January 19, 2026

ଛତିଶଗଡ଼ରେ ଆଜି ଆଉ ୯ ମାଓବାଦୀଙ୍କ ଆତ୍ମସମର୍ପଣ: ନକ୍ସଲମୁକ୍ତ ହେଲା ଗରିଆବନ୍ଦ ଜିଲ୍ଲା

January 19, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.