Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଲ୍ୟାଡ୍‌ ଫଣ୍ଡ୍‌ ପ୍ରକଳ୍ପର କାର୍ଯ୍ୟାଦେଶ ସରପଞ୍ଚ ଓ ସମିତି ସଭ୍ୟଙ୍କୁ ମିଳିବ ନାହିଁ
ଆଜିର ଖବର

ଲ୍ୟାଡ୍‌ ଫଣ୍ଡ୍‌ ପ୍ରକଳ୍ପର କାର୍ଯ୍ୟାଦେଶ ସରପଞ୍ଚ ଓ ସମିତି ସଭ୍ୟଙ୍କୁ ମିଳିବ ନାହିଁ

February 21, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ବିଧାନସଭାରୁ ପ୍ରଭୁକଲ୍ୟାଣ ମହାପାତ୍ର

ସାଂସଦ ଆଞ୍ଚଳିକ ଉନ୍ନୟନ ପାଣ୍ଠି (ଏମ୍‌ପି ଲ୍ୟାଡ୍‌ ଫଣ୍ଡ) ଅର୍ଥରେ ମରାମତି ଓ ପୁନରୁଦ୍ଧାର କାର୍ଯ୍ୟ ସମ୍ପାଦନ କରାଯାଇପାରିବ ନାହିଁ ବୋଲି ଯୋଜନା ଓ ସଂଯୋଜନ ବିଭାଗ ମନ୍ତ୍ରୀ ପଦ୍ମନାଭ ବେହେରା ବିଧାନସଭାରେ ଜଣାଇଛନ୍ତି । ଅନ୍ୟପକ୍ଷରେ ସେହି ପାଣ୍ଠି ବରାଦ ଅର୍ଥର ପ୍ରକଳ୍ପଗୁଡିକ ପାଇଁ ସମିତି ସଭ୍ୟ କିମ୍ବା ସରପଞ୍ଚମାନଙ୍କୁ କାର୍ଯ୍ୟାଦେଶ (ଓ୍ବାର୍କ ଅର୍ଡର) ଦିଆଯାଇପାରିବ ନାହିଁ ବୋଲି ସେ ସ୍ପଷ୍ଟ କରି ଦେଇଛନ୍ତି ।

ଅନ୍ୟାନ୍ୟ ପ୍ରସଙ୍ଗ ମଧ୍ୟରେ ଯୋଜନା ମନ୍ତ୍ରୀ ଶ୍ରୀ ବେହେରା କହିଲେ, ଏହି ପାଣ୍ଠି ବରାଦ ପ୍ରକଳ୍ପଗୁଡ଼ିକର କାର୍ଯ୍ୟ ଛଅମାସ ଭିତରେ ଆରମ୍ଭ କରାଯିବାର ନିୟମ ରହିଛି । ଜିଲ୍ଲାପାଳମାନେ ଏହି ପ୍ରକଳ୍ପଗୁଡିକ ଅନୁମୋଦନ କରିଥାଆନ୍ତି । ପୂର୍ବତନ ସାଂସଦମାନଙ୍କ ଆଞ୍ଚଳିକ ଉନ୍ନୟନ ପାଣ୍ଠି (ଏମ୍‌.ପି. ଲ୍ୟାଡ୍‌ ଫଣ୍ଡ) ଅର୍ଥରୁ 92 ଦଶମିକ 73 ଭାଗ ଅର୍ଥ ଇତିମଧ୍ୟରେ ଖର୍ଚ୍ଚ ହୋଇସାରିଥିବାବେଳେ ପୂର୍ବତନ ବିଧାୟକ ଆଞ୍ଚଳିକ ଉନ୍ନୟନ ପାଣ୍ଠିର ଅର୍ଥ 84 ଦଶମିକ 4 ଶତାଂଶ ଉପଯୋଗ ହୋଇଛି । ବିଧାୟକମାନଙ୍କ ନିମେନ୍ତ ଉଦ୍ଦିଷ୍ଟ ତାଙ୍କ ବିଭାଗର ଏସ୍‌.ଡି.ଏଫ୍‌ (ସ୍ପେଶାଲ୍‌ ଡେଭେଲପ୍‌ମେଣ୍ଟ ଫଣ୍ଡ୍‌) ବ୍ୟବସ୍ଥା ଉଚ୍ଛେଦ କରାଯାଇଛି । ତେବେ ଏସ୍‌.ପି.ଏଫ୍‌ ବା ସ୍ପେଶାଲ୍‌ ପ୍ରୋବ୍ଲେମ୍‌ ଫଣ୍ଡ୍‌ ବ୍ୟବସ୍ଥା ବଳବତ୍ତର ରହିଛି ।

ଶୂନ୍ୟକାଳରେ ଏ ସମ୍ପର୍କରେ ନରସିଂହ ମିଶ୍ର, ଜୟନ୍ତ କୁମାର ଷଡଙ୍ଗୀ, ଗଣେଶ ରାମ ସିଂ ଖୁଣ୍ଟିଆ, ସୈଲିକ ବିଶ୍ବାଳ, ଭାଗିରଥୀ ସେଠି ଭିନ୍ନ ଭିନ୍ନ ପ୍ରଶ୍ନ ପଚାରିଥିଲେ ।

Share. Facebook Twitter LinkedIn Email WhatsApp Copy Link

Related Posts

ଟିମ୍ ଇଣ୍ଡିଆକୁ ୧୩୧ କୋଟି ପ୍ରଦାନ କଲା ବିସିସିଆଇ: ଜାଣନ୍ତୁ ଏହି ଟଙ୍କା କିଏ ପାଇବ? 

March 12, 2026

ମହାରାଷ୍ଟ୍ର ବଜେଟ ଅଧିବେଶନ ମଧ୍ୟରେ ବିଧାନ ଭବନକୁ ବୋମା ଧମକ!: ତଲାସୀ ଅଭିଯାନ ଆରମ୍ଭ

March 12, 2026

ପରବର୍ତ୍ତୀ ଟି-୨୦ ବିଶ୍ୱକପ୍ କେବେ ଏବଂ କେଉଁ ଦେଶରେ ଖେଳାଯିବ?: ୧୨ଟି ଦଳ ନିଶ୍ଚିତ, ୮ଟି ସ୍ଥାନ ଖାଲି

March 12, 2026

ଟ୍ରମ୍ପଙ୍କ ‘୩୦୧’ ଛାଟ!: ଭାରତ ଏବଂ ଚୀନ୍ ସମେତ ୧୬ ଟି ଦେଶ ଉପରେ ହେବ କାର୍ଯ୍ୟାନୁଷ୍ଠାନ

March 12, 2026
Latest News

ଟିମ୍ ଇଣ୍ଡିଆକୁ ୧୩୧ କୋଟି ପ୍ରଦାନ କଲା ବିସିସିଆଇ: ଜାଣନ୍ତୁ ଏହି ଟଙ୍କା କିଏ ପାଇବ? 

March 12, 2026

ମହାରାଷ୍ଟ୍ର ବଜେଟ ଅଧିବେଶନ ମଧ୍ୟରେ ବିଧାନ ଭବନକୁ ବୋମା ଧମକ!: ତଲାସୀ ଅଭିଯାନ ଆରମ୍ଭ

March 12, 2026

ପରବର୍ତ୍ତୀ ଟି-୨୦ ବିଶ୍ୱକପ୍ କେବେ ଏବଂ କେଉଁ ଦେଶରେ ଖେଳାଯିବ?: ୧୨ଟି ଦଳ ନିଶ୍ଚିତ, ୮ଟି ସ୍ଥାନ ଖାଲି

March 12, 2026

ଟ୍ରମ୍ପଙ୍କ ‘୩୦୧’ ଛାଟ!: ଭାରତ ଏବଂ ଚୀନ୍ ସମେତ ୧୬ ଟି ଦେଶ ଉପରେ ହେବ କାର୍ଯ୍ୟାନୁଷ୍ଠାନ

March 12, 2026

ମଧ୍ୟପୂର୍ବ ଯୁଦ୍ଧର ପ୍ରଭାବ: ବିଶ୍ୱ ତେଲ ଓ ଗ୍ୟାସ ଯୋଗାଣ ଉପରେ ବଢ଼ୁଛି ସଙ୍କଟ

March 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.