Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଉପଖଣ୍ଡସ୍ତରୀୟ ରାଜସ୍ୱ ସମୀକ୍ଷା ବୈଠକ
ଆଜିର ଖବର

ଉପଖଣ୍ଡସ୍ତରୀୟ ରାଜସ୍ୱ ସମୀକ୍ଷା ବୈଠକ

February 21, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ହେମାଙ୍ଗ ପ୍ରସାଦ ରାଉଳ

ବ୍ରହ୍ମପୁର: ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଉପଜିଲ୍ଲାପାଳ ଶ୍ରୀ ସିନ୍ଧେ ଦତ୍ତାତ୍ରୟ ଭାଉସାହେବଙ୍କ ଅଧ୍ୟକ୍ଷତାରେ ଉପଖଣ୍ଡସ୍ତରୀୟ ରାଜସ୍ୱ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଉପଖଣ୍ଡର ସମସ୍ତ ତହସିଲ୍‌ଦାର, ଅତିରିକ୍ତ ତହସିଲ୍‌ଦାର ଓ ରାଜସ୍ୱ ପର୍ଯ୍ୟବେକ୍ଷକଙ୍କୁ ନେଇ ରାଜସ୍ୱ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ରାଜସ୍ୱ ବିଭାଗର ଗୁରୁତ୍ୱପୂର୍ଣ୍ଣ ବିଷୟଗୁଡ଼ିକୁ ଆଲୋଚନା କରାଯାଇଛି । ମୁଖ୍ୟତଃ ଜମିକିଣା ବିକା, ସମସ୍ତ ରାଜସ୍ୱ କାର୍ଯ୍ୟାଳୟ ଗୁଡ଼ିକରେ ନାମଫଳକ ଲଗାଇବା, ଗୁରୁତ୍ୱପୂର୍ଣ୍ଣ ସରକାରୀ ଜମିକୁ ପାଚେରୀ ନିର୍ମାଣ କରିବା ଓ ଜନସାଧାରଣଙ୍କୁ ସଠିକ୍ ନିର୍ଦ୍ଧାରିତ ସମୟ ମଧ୍ୟରେ ପ୍ରତି ରାଜସ୍ୱ କାର୍ଯ୍ୟାଳୟଗୁଡ଼ିକରେ ସୁବିଧା ଉପଲବ୍ଧ କରାଇବା, ଜମି ପଟା ଠିକ୍ ସମୟରେ ରୟତ ଆବେଦନକାରୀଙ୍କୁ ପ୍ରଦାନ କରିବା ନିମନ୍ତେ ଗୁରୁତ୍ୱାରୋପ କରିଥିଲେ ଏବଂ ସରକାରଙ୍କର ରାଜସ୍ୱ ପରିଚାଳନାର ସଠିକ୍ ରୂପାୟନ ନିମନ୍ତେ ନିଜ ନିଜ ତହସିଲ୍‌ର ଅଧିନରେ ସମାଧାନ ଶିବିର କରି ତ୍ୱରିତ ପଦକ୍ଷେପ ନେବା ନିମନ୍ତେ ଆଲୋଚନା କରାଯାଇଥିଲା ।

ଏହି ବୈଠକରେ ରାଜସ୍ୱ ବିଭାଗର ସମସ୍ତ ଅଧିକାରୀଙ୍କୁ ଗ୍ରାମ ଆପ୍ ବ୍ୟବହାର କରିବା ନିମନ୍ତେ ଉପଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ଏହା ସହିତ ବେଆଇନ ବାଲି, ମୁରମ୍‌, ପଥର ଏବଂ ଇଟାମାଟି ବ୍ୟବସାୟୀଙ୍କ ଉପରେ ତୀକ୍ଷ୍ନନ ନଜର ରଖିବା ସହ ଅଚାନକ ଚଢ଼ାଉ କରି ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିମନ୍ତେ ନିର୍ଦ୍ଦେଶ ଦେଇଥିଲେ । ଏହି ବୈଠକରେ ଉପଜିଲ୍ଲାପାଳଙ୍କ ସମେତ କାର୍ଯ୍ୟାଳୟର ସହକାରୀ ଜିଲ୍ଲାପାଳ (ରାଜସ୍ୱ) ବିନୋଦ କୁମାର ବେହେରାଙ୍କ ସହ ଉପଖଣ୍ଡର ସମସ୍ତ ତହସିଲ୍‌ଦାର, ଅତିରିକ୍ତ ତହସିଲ୍‌ଦାର, ରାଜସ୍ୱ ପର୍ଯ୍ୟବେକ୍ଷକ ଓ ଅନ୍ୟାନ୍ୟ ଅଧିକାରୀମାନେ ଯୋଗଦେଇଥିଲେ ।

Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ଜର୍ମାନ ଚାନ୍ସେଲର ମର୍ଜଙ୍କୁ ଭେଟିବେ ପ୍ରଧାନମନ୍ତ୍ରୀ

January 12, 2026

ଆଚାର୍ଯ୍ୟ ବିଶ୍ୱରଞ୍ଜନ ହେଲେ ଓୟୁଜେ ରାଜ୍ୟ ସମ୍ପାଦକ

January 12, 2026

ସୋମନାଥ ସ୍ବାଭିମାନ ପର୍ବରେ ଉଦବୋଧନ ଦେଲେ ପ୍ରଧାନମନ୍ତ୍ରୀ

January 12, 2026

ପିଏମଶ୍ରୀ ଭ୍ରମରବର ସରକାରୀ ଉଚ୍ଚ ବିଦ୍ୟାଳୟ ତମାଣ୍ଡୋରେ ପିଏମ ଶ୍ରୀ ଓ ବାର୍ଷିକ ଉତ୍ସବ ଉଦଯାପିତ

January 12, 2026
Latest News

ଆଜି ଜର୍ମାନ ଚାନ୍ସେଲର ମର୍ଜଙ୍କୁ ଭେଟିବେ ପ୍ରଧାନମନ୍ତ୍ରୀ

January 12, 2026

ଆଚାର୍ଯ୍ୟ ବିଶ୍ୱରଞ୍ଜନ ହେଲେ ଓୟୁଜେ ରାଜ୍ୟ ସମ୍ପାଦକ

January 12, 2026

ସୋମନାଥ ସ୍ବାଭିମାନ ପର୍ବରେ ଉଦବୋଧନ ଦେଲେ ପ୍ରଧାନମନ୍ତ୍ରୀ

January 12, 2026

କଚ୍ଛ ଏବଂ ସୌରାଷ୍ଟ୍ର କ୍ଷେତ୍ର ପାଇଁ ଭାଇବ୍ରାଣ୍ଟ ଗୁଜରାଟ ଆଞ୍ଚଳିକ ସମ୍ମିଳନୀକୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

January 12, 2026

ପିଏମଶ୍ରୀ ଭ୍ରମରବର ସରକାରୀ ଉଚ୍ଚ ବିଦ୍ୟାଳୟ ତମାଣ୍ଡୋରେ ପିଏମ ଶ୍ରୀ ଓ ବାର୍ଷିକ ଉତ୍ସବ ଉଦଯାପିତ

January 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.