Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆବାସ ଯୋଜନାରେ ବ୍ୟାପକ ଅନିୟମିତତା ନେଇ ଭାଇରାଲ୍‌ ହେଲା ଭିଡିଓ: ବିଡିଓଙ୍କ କାର୍ଯ୍ୟାଳୟରେ ଅସାଧୁ ଯୁବକଙ୍କ ଦୌରାତ୍ମ୍ୟ
ଆଜିର ଖବର

ଆବାସ ଯୋଜନାରେ ବ୍ୟାପକ ଅନିୟମିତତା ନେଇ ଭାଇରାଲ୍‌ ହେଲା ଭିଡିଓ: ବିଡିଓଙ୍କ କାର୍ଯ୍ୟାଳୟରେ ଅସାଧୁ ଯୁବକଙ୍କ ଦୌରାତ୍ମ୍ୟ

February 21, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ରଞ୍ଜିତ୍‌ ପଣ୍ଡା

ତିର୍ତ୍ତୋଲ୍‌: ସରକାର ଯୋଜନା କରୁଛନ୍ତି ସତ। କିନ୍ତୁ ଯୋଜନା କେତେ ଦୂର କାର୍ଯ୍ୟକାରୀ ହେଉଛି, ସେନେଇ କାହାରି ନିଘା ନାହିଁ। ସେପଟେ କେଉଁଠି ଯୋଗ୍ୟ ହିତାଧିକାରୀ ଯୋଜନାରୁ ବାଦ ପଡୁଥିବା ବେଳେ ଅଯୋଗ୍ୟ ହିତାଧିକାରୀ ମାଲେମାଲ୍‌ ହେଉଛନ୍ତି । ଏବେ ରାଜ୍ୟରେ  ଆବାସ ଯୋଜନାକୁ ନେଇ ବ୍ୟାପକ ଅନିୟମିତତା ଦେଖାଦେଇଛି। ଗରିବଙ୍କୁ ବାସଗୃହ ଯୋଗାଇ ଦେବା ପାଇଁ ସରକାର ପୁଳା ପୁଳା ଯୋଜନା କରିଛନ୍ତି। ଆଉ ଏହାର ସଫଳତା ନେଇ ଡିଣ୍ଡିମ ମଧ୍ୟ ପିଟୁଛନ୍ତି। କିନ୍ତୁ ପ୍ରକୃତରେ କଣ ଏହି ଯୋଜନା ସବୁ ଶତ ପ୍ରତିଶତ କାର୍ଯ୍ୟକାରୀ ହେଉଛି ?  ନା ଅଧାବାଟରେ ବାଟମାରଣା ହେଉଛି ଏ ଯୋଜନା। ତିର୍ତ୍ତୋଲ୍‌ରେ  ଘଟିଥିବା ଏମିତି ଏକ ଘଟଣା ସାମ୍ନାକୁ ଆସିଛି, ଯାହାକୁ ଦେଖିଲେ ଆମ ଯୋଜନାର ସଫଳ ରୂପାୟନ ନେଇ ପ୍ରଶ୍ନଟିଏ ଉଠିବାକୁ ବାଧ୍ୟ ହେଉଛି।

ମିଳିଥିବା ସୂଚନା ଅନୁସାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଦୁର୍ନୀତି ହେଇଥିବା ଅଭିଯୋଗ ନେଇ ତିର୍ତ୍ତୋଲ ବ୍ଲକ୍ ଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ରଞ୍ଜନ ପରିଡ଼ାଙ୍କ ପାଖକୁ ବିଜେପି ତିର୍ତ୍ତୋଲ ବିଧାୟକ ପାର୍ଥୀ ଶ୍ରୀ ରମାକାନ୍ତ ଭୋଇଙ୍କ ସମେତ ଏକ କମିଟି ଶ୍ରୀଯୁକ୍ତ ପରିଡ଼ାଙ୍କ ସାଙ୍ଗରେ କଥା ହେଉ ଥିବା ବେଳେ ସେହି ବ୍ଲକ୍ ଅନ୍ତର୍ଗତ ଜଣେ ଶ୍ରୀନିବାସ ଦାସ (ମୁନା) ନାମ୍ନୀ ଯୁବକ ଜଣକ ବିଡ଼ିଓଙ୍କ ବଦଳରେ ରମାକାନ୍ତ ଭୋଇଙ୍କ ସାଙ୍ଗରେ ଯୁକ୍ତି ବାଢ଼ୁଥିବାର ଏକ ଭିଡିଓ ଭାଇରାଲ୍‌ ହୋଇଛି। ଏହି ଭିଡିଓ ଭାଇରାଲ୍‌ ହେବା ପରେ ଆବାସ ଯୋଜନାରେ ଦୁର୍ନୀତି ହେଉଥିବା ନେଇ ଚର୍ଚ୍ଚା ଲାଗି ରହିଛି। ଏହି ଯୁବକ ଜଣକ ବିଡିଓ ପାଖେ ପାଖେ ସର୍ବଦା ରହୁଥା’ନ୍ତି। ତିର୍ତ୍ତୋଲ୍‌ ବ୍ଲକର ବିଡିଓଙ୍କ ପକ୍ଷ ରଖି  ଏହି ଅସାଧୁ ଯୁବକ ଜଣକ ନିଜକୁ ଜଣେ ସବ୍‌ଜାନତା ବୋଲି ଉପସ୍ଥାପନ କରୁଥିବାବେଳେ ବିଡିଓ ଜଣକ ନିରବ ରହିଥିବାର ଦେଖାଯାଇଛି।  ଅପରପକ୍ଷରେ ଆବାସ ଯୋଜନା ପାଇଁ ଯୋଗ୍ୟ ହିତାଧିକାରୀଙ୍କ ଲିଷ୍ଟ୍‌କୁ ମଧ୍ୟ ଠିକ୍‌ ରୂପେ ଜାରି କରାଯାଉନାହିଁ।

ନବୀନଙ୍କ ପଞ୍ଚମ ପାଳି କାର୍ଯ୍ୟକାଳରେ ସରକାର ଦୁର୍ନୀତି ନିବାରଣକୁ ନେଇ ଜିରୋ ଟଲରେନ୍ସ ନୀତି ଆପଣାଇଛନ୍ତି। ଏହି କ୍ରମରେ ଯୋଗ୍ୟ ହିତାଧିକାରୀଙ୍କ ସୂଚୀକୁ ସମ୍ପୃକ୍ତ ଗ୍ରାମ ପଞ୍ଚାୟତ ଅଫିସ୍‌, ବ୍ଲକ୍‌ ଅଫିସ୍‌ ଓ ଅଙ୍ଗନଓ୍ବାଡି କେନ୍ଦ୍ରରେ ଲଗାଯାଉଛି। ଯାହାଫଳରେ ଯୋଗ୍ୟ ହିତାଧିକାରୀ ସରକାରୀ ଯୋଜନାର ସୁଫଳ ପାଇବା ସହିତ ଏଥିରେ ହେଉଥିବା ଦୁର୍ନୀତିକୁ ରୋକାଯାଇପାରିବ। କିନ୍ତୁ ତିର୍ତ୍ତୋଲ୍‌ ବ୍ଲକ୍‌ରେ ଏହାକୁ ଠିକ୍‌ ରୂପେ କାର୍ଯ୍ୟକାରୀ କରାଯାଉନାହିଁ। ରାତିରେ ହିତାଧିକାରୀ ସୂଚୀକୁ ଲଗାଯାଉଥିବାବେଳେ ସକାଳ ହେବା ବେଳକୁ ଏହାକୁ ଚିରି ଦିଆଯାଉଛି।

ଯୋଗ୍ୟ ହିତାଧିକାରୀଙ୍କ ସୂଚୀକୁ ନେଇ ରମାକାନ୍ତ ଅଭିଯୋଗ କରିଥିବାବେଳେ ରମାକାନ୍ତଙ୍କ ଏହି ଅଭିଯୋଗକୁ ଭିତ୍ତିହୀନ ବୋଲି କହିବା ସହିତ ଅସାଧୁ ଯୁବକ ଜଣକ ତାଙ୍କୁ ଅସଦାଚରଣ କରୁଥିବାର ମଧ୍ୟ ଏହି ଭିଡିଓରେ ଦେଖାଯାଇଛି। ତେବେ ସରକାରୀ କାର୍ଯ୍ୟରେ ସରକାରୀ ଅଧିକାରୀଙ୍କ ଉପସ୍ଥିତିରେ ବାହାର ଯୁବକଙ୍କ ଅଯଥା ହସ୍ତକ୍ଷେପ ତଥା ଉପଦ୍ରବକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ସୃଷ୍ଟି ହୋଇଛି। ଏହି ଯୁବକଙ୍କ ସମ୍ପର୍କରେ ବିଡିଓଙ୍କ ପଚରାଯିବାରୁ ସେ ଜାଣିନାହାନ୍ତି ବୋଲି କହିଛନ୍ତି। ସରକାରୀ ଅଧିକାରୀଙ୍କ ସମ୍ମୁଖରେ ଜଣେ ଅଜଣା ଯୁବକଙ୍କ ଏପରି କର୍ତ୍ତୃତ୍ବକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

Share. Facebook Twitter LinkedIn Email WhatsApp Copy Link

Related Posts

କଟକରେ ଜାତୀୟ ଇଣ୍ଡୋର ନୌଚାଳନା ପ୍ରତିଯୋଗିତା ଆରମ୍ଭ

April 11, 2026

୫୦ ଫୁଟ ତଳକୁ ଖସିଲା ଓଏସ୍‌ଆରଟିସି ବସ୍‌

April 11, 2026

ରାଜ୍ୟରେ ଏଲପିଜି ଗ୍ୟାସ କଳାବଜାରୀ ଉପରେ କାର୍ଯ୍ୟାନୁଷ୍ଠାନ: ୪୬୯୧ ସିଲିଣ୍ଡର ଜବତ

April 11, 2026

‘ଅଟଳ ବସ୍ ଷ୍ଟାଣ୍ଡ’ ଯୋଜନାକୁ ରାଜ୍ୟ କ୍ୟାବିନେଟର ମଞ୍ଜୁରି

April 11, 2026
Latest News

କଟକରେ ଜାତୀୟ ଇଣ୍ଡୋର ନୌଚାଳନା ପ୍ରତିଯୋଗିତା ଆରମ୍ଭ

April 11, 2026

୫୦ ଫୁଟ ତଳକୁ ଖସିଲା ଓଏସ୍‌ଆରଟିସି ବସ୍‌

April 11, 2026

ରାଜ୍ୟରେ ଏଲପିଜି ଗ୍ୟାସ କଳାବଜାରୀ ଉପରେ କାର୍ଯ୍ୟାନୁଷ୍ଠାନ: ୪୬୯୧ ସିଲିଣ୍ଡର ଜବତ

April 11, 2026

‘ଅଟଳ ବସ୍ ଷ୍ଟାଣ୍ଡ’ ଯୋଜନାକୁ ରାଜ୍ୟ କ୍ୟାବିନେଟର ମଞ୍ଜୁରି

April 11, 2026

ଭାରତ ଏବଂ ମରିସସ ମଧ୍ୟରେ ତୈଳ ଏବଂ ଗ୍ୟାସ ଯୋଗାଣ ପାଇଁ ଚୁକ୍ତିନାମା ଚୂଡ଼ାନ୍ତ

April 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.