Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଚନ୍ଦାକୋଚରଙ୍କ ବିରୋଧରେ ଲୁକ୍‌ଆଉଟ୍‌ ନୋଟିସ୍‌ ଜାରି କଲା ସିବିଆଇ
ଆଜିର ଖବର

ଚନ୍ଦାକୋଚରଙ୍କ ବିରୋଧରେ ଲୁକ୍‌ଆଉଟ୍‌ ନୋଟିସ୍‌ ଜାରି କଲା ସିବିଆଇ

February 23, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ଆଇସିଆଇସିଆଇ ବ୍ୟାଙ୍କ ଦ୍ୱାରା ୧୮୭୫ କୋଟି ଟଙ୍କାର ଭିଡିଓକନ ଋଣ ମାମଲାରେ ସିବିଆଇ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି। ଏହି ମାମଲାରେ ଆଇସିଆଇସିଆଇ ବ୍ୟାଙ୍କ୍‌ର ପୂର୍ବତନ ସିଇଓ ଚନ୍ଦା କୋଚର ତାଙ୍କ ସ୍ୱାମୀ ଦୀପକ କୋଚର ଓ ଭିଡିଓକନ୍‌ର ପରିଚାଳନା ନିର୍ଦ୍ଦେଶକ ଭେନୁଗୋପାଲ ଧୂତ୍‌ଙ୍କ ଉପରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଲୁକ୍‌ ଆଉଟ୍‌ ନୋଟିସ୍‌ ଜାରି କରିଛି ।  ମନିଲଣ୍ଡରିଂ ମାମଲାରେ ଫସିଥିବା ଏହି ସମସ୍ତ ଅଭିଯୁକ୍ତ କାଳେ ଦେଶ ଛାଡ଼ି ପଳାୟନ କରିବେ ସେହି ଆଶଙ୍କାରେ ଏମାନଙ୍କ ବିରୋଧରେ ସିବିଆଇ ଲୁକ୍‌ଆଉଟ୍‌ ନୋଟିସ୍‌ ଜାରି କରିଥିବା ଜାଣିବାକୁ ମିଳିଛି। ଚନ୍ଦା ବ୍ୟାଙ୍କର ଋଣ ଅନୁମୋଦନ କମିଟିର ସଦସ୍ୟ ଥିବା ବେଳେ ଦୁଇଥର ୨୦୦୯ ଅଗଷ୍ଟ ୨୬ରେ ଭିଡିଓକନ ଇଣ୍ଟରନ୍ୟାଶନାଲ ଇଲେକ୍ଟ୍ରୋନିକ୍ସକୁ ୩୦୦ କୋଟି ଟଙ୍କା ଏବଂ ୨୦୧୧ ଅକ୍ଟୋବର ୩୧ରେ ଆଇସିଆଇସିଆଇ ବ୍ୟାଙ୍କ ପକ୍ଷରୁ ଭିଡିଓକନ ଇଣ୍ଡଷ୍ଟ୍ରିଜ  ଲିମିଟେଡକୁ ୭୫୦ କୋଟି ଟଙ୍କା ଋଣ ମଞ୍ଜୁର କରାଯାଇଥିଲା। ବ୍ୟାଙ୍କର ଗାଇଡଲାଇନ ଓ ନିୟମ ଉଲ୍ଲଂଘନ କରାଯାଇ ଏହି ଋଣ ଦିଆଯାଇଥିଲା ବୋଲି ସିବିଆଇ ଅଭିଯୋଗ କରିଛି। ଅଧିକାଂଶ ଋଣ ପରେ ଅନାଦାୟ ଋଣ(ଏନ୍‌ପିଏ)ରେ ପରିଣତ ହୋଇଥିଲା ଏବଂ ଆଇସିଆଇସିଆଇ ବ୍ୟାଙ୍କକୁ ଶେଷରେ ୧୭୩୦ କୋଟି ଟଙ୍କାର କ୍ଷତି ସହିବାକୁ ପଡିଥିଲା ବୋଲି ଏତଲାରେ ଉଲ୍ଲେଖ କରାଯାଇଛି। ଅନ୍ୟପକ୍ଷରେ ଚନ୍ଦା ନିର୍ଦ୍ଦିଷ୍ଟ ସମୟ ପୂର୍ବରୁ ନିଜ ପଦରୁ ଇସ୍ତଫା ଦେବା ସହ ଅବସର ନେଇଥିଲେ। ତେବେ ଆଇସିଆଇସିଆଇ ବ୍ୟାଙ୍କ ପକ୍ଷରୁ ଚନ୍ଦାଙ୍କ ବିରୋଧରେ ତଦନ୍ତ ଲାଗି ସ୍ବତନ୍ତ୍ର ଯାଞ୍ଚ କମିଟି ଗଠନ କରାଯାଇଥିଲା। ଅବସରପ୍ରାପ୍ତ ଜଷ୍ଟିସ ବି.ଏନ୍‌. ଶ୍ରୀକ୍ରିଷ୍ଣାଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ଏହାର ତଦନ୍ତ କରିଥିଲା। ଚନ୍ଦାଙ୍କୁ ଦୋଷୀ ସାବ୍ୟସ୍ତ କରି କମିଟି ରିପୋର୍ଟ ଦେବା ପରେ ବ୍ୟାଙ୍କ ତାଙ୍କୁ ବହିଷ୍କାର କରିଥିଲା ଏବଂ ୨୦୦୯ରୁ ମିଳିଥିବା ସମସ୍ତ ସୁବିଧା ସୁଯୋଗ ଓ ଭତ୍ତା ଆଦି ପ୍ରତ୍ୟାହାର କରି ନେଇଥିଲା।

Share. Facebook Twitter LinkedIn Email WhatsApp Copy Link

Related Posts

ଶିମିଳିପାଳ ଅଞ୍ଚଳରେ ବିଏସଏନଏଲ ଫୋର୍‌-ଜି ସେବାର ଉଦ୍ଘାଟନ କଲେ ରାଷ୍ଟ୍ରପତି

February 7, 2026

ପୁରୀରେ ଭାରତୀୟ ମଜଦୁର ସଂଘର ୨୧ତମ ଅଖିଳ ଭାରତୀୟ ଅଧିବେଶନରେ କେନ୍ଦ୍ରମନ୍ତ୍ରୀ

February 7, 2026

ଫହୀମ ଅସରଫ୍ ଙ୍କ ଯୋଗୁଁ ହାରୁ ହାରୁ ଜିତିଲା ପାକିସ୍ତାନ: ନେଦରଲ୍ୟାଣ୍ଡର ଲଢୁଆ ପ୍ରଦର୍ଶନ

February 7, 2026

ଟି-୨୦ ବିଶ୍ୱକପ୍: ସନ୍ଧ୍ୟାରେ ଭାରତ ବନାମ ଆମେରିକା ମ୍ୟାଚ୍, ଜାଣନ୍ତୁ ପିଚ୍ ରିପୋର୍ଟ

February 7, 2026
Latest News

ଶିମିଳିପାଳ ଅଞ୍ଚଳରେ ବିଏସଏନଏଲ ଫୋର୍‌-ଜି ସେବାର ଉଦ୍ଘାଟନ କଲେ ରାଷ୍ଟ୍ରପତି

February 7, 2026

ପୁରୀରେ ଭାରତୀୟ ମଜଦୁର ସଂଘର ୨୧ତମ ଅଖିଳ ଭାରତୀୟ ଅଧିବେଶନରେ କେନ୍ଦ୍ରମନ୍ତ୍ରୀ

February 7, 2026

ଫହୀମ ଅସରଫ୍ ଙ୍କ ଯୋଗୁଁ ହାରୁ ହାରୁ ଜିତିଲା ପାକିସ୍ତାନ: ନେଦରଲ୍ୟାଣ୍ଡର ଲଢୁଆ ପ୍ରଦର୍ଶନ

February 7, 2026

BCPPER ପାଇଁ ଅର୍ଥନୈତିକ ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

February 7, 2026

ଚିନ୍ତା ବଢ଼ାଇଲା ଆମେରିକା ଦ୍ଵାରା ପ୍ରକାଶିତ ଭାରତ ମାନଚିତ୍ର: ପାକିସ୍ତାନ ଏବଂ ଚୀନ୍ କୁ ବଡ଼ ଝଟକା

February 7, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.