Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସୁକୁରାମ ଓ ବିଦ୍ୟାଧରଙ୍କ ପାଇଁ ବିଜ୍ଜୁପକ୍କାଘର ସାତ ସପନ : ପଲିଥିନ୍ ଓ ଭଙ୍ଗା ଦଦରା ଘରେ ବିତୁଛି ଜୀବନ
ଆଜିର ଖବର

ସୁକୁରାମ ଓ ବିଦ୍ୟାଧରଙ୍କ ପାଇଁ ବିଜ୍ଜୁପକ୍କାଘର ସାତ ସପନ : ପଲିଥିନ୍ ଓ ଭଙ୍ଗା ଦଦରା ଘରେ ବିତୁଛି ଜୀବନ

February 21, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

କନ୍ଦର୍ପ ବେହେରା

ରେଢାଖୋଲ: ସରକାର ଗରିବ ଲୋକଙ୍କ ପାଇଁ କେତେ ଯେ ଯୋଜନା ପ୍ରଣୟନ କରିଛନ୍ତି ତାର ହିସାବ ନାହଁ। ଏଥିପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ଗରିବ ସାଥିରେ ଆମେ ଅଛୁ ବୋଲି ସରକାର ଡିଣ୍ଡିମ ମଧ୍ୟ ପିଟୁଛନ୍ତି। ପ୍ରକୃତ ହିତାଧିକାରୀ ପାଖରେ ଏହି ସବୁ ଯୋଜନା ଠିକ୍ ଭାବରେ ପହଂଚି ପାରୁନି। ପ୍ରକୃତ ହିତାଧିକାରୀ ଏହି ସବୁ ଯୋଜନାରେ ସାମିଲ୍ ହେବା ପାଇଁ କିଛି ବି କରିପାରୁ ନାହିଁ। ଯେଉଁ ବ୍ୟକ୍ତି ହାତଗୁଞ୍ଜା ଦେଇପାରିଲା ସେ ସରକାରଙ୍କ ଯୋଜନା ହାତେଇ ପାରୁଛି। ଯେଉଁ ବ୍ୟକ୍ତି ଦେଇପାରିଲା ନାହିଁ ସରକାରୀ ଯୋଜନା ତା ଭାଗ୍ୟରେ ଜୁଟୁନି।

ଯେଉଁ ଗରିବଲୋକ ମାନଙ୍କର ରହିବାକୁ ଘର ଖଣ୍ଡିଏ ନାହିଁ ତା’ପାଇଁ ବିଜୁ ପକ୍କାଘର ହେଉ ବା ପ୍ରଧାନମନ୍ତ୍ରୀ ଆବାସ ଯୋଜନା ହେଉଛି ସାତ ସପନ। ପଂଚାୟତ ଠାରୁ ଆରମ୍ଭ କରି ବ୍ଲକ୍ କାର୍ଯ୍ୟାଳୟକୁ ଯାଇ ଅଫିସର ଆଗରେ ଛିଡା ହୋଇ ଘର ଖଣ୍ଡିଏ ମାଗିବାକୁ ସାହାସ ମଧ୍ୟ କରିପାରୁନି ଗରିବଟିଏ। ଅଫିସର ସାମ୍ନାରେ ଛିଡା ହେବାକୁ ମଧ୍ୟ ଭୟ କରୁଛି ଗରିବ ଲୋକଟି।

ଠିକ୍ ସେମିତି କୌଣସି ଘର ନ ପାଇ ଚାଳ ଛପର ଘରେ ଜୀବନ ବିତାଉଛନ୍ତି ସମ୍ବଲପୁର ଜିଲ୍ଲା ନାକ୍ଟିଦେଉଳ ବ୍ଲକ୍  ଡଇଁଚା ଗ୍ରାମ ପଂଚାୟତର ଗୋପାଳପୁର ଗ୍ରାମର ସୁକୁରାମ ଚମାଣ୍ଡର। ପରିବାର କହିଲେ ୪ ପ୍ରାଣୀ କୁଟୁମ୍ବ। ସେ ଜନ୍ମରୁ ଭିନ୍ନକ୍ଷମ। ବାଡିଧରି ଚାଲିପାରନ୍ତି। ପୁଣି ଗୋଟିଏ ଗୋଡରେ ଛିଡା ହେବା ଆଉ ଚାଲିବା ତାଙ୍କର ନିତିଦିନିଆ କାମ। ସ୍ତ୍ରୀ ତାଙ୍କର ମୂଲ ମଜୁରୀ କରି ପରିବାର ପ୍ରତିପୋଷଣ କରିଥାନ୍ତି । ଦିନେ ମୂଲ ନ ଲାଗିଲେ ତା ପରଦିନ ଭୋକ ଉପାସରେ ଦିନ ବିତିଥାଏ। ଜମି ବାଡି କହିଲେ ସେତେଟା ନୁହଁ। ସରକାର ଏଭଳି ବ୍ୟକ୍ତିଙ୍କୁ ଘର ଖଣ୍ଡିଏ ଦେବାକୁ ସୁକୁରାମ ଦାବୀ କରିଛନ୍ତି।

ଠିକ୍ ସେଇପରି ଆଉ ଜଣେ ଗରୀବ ପରିବାର ହେଲା ନାକ୍ଟିଦେଉଳ ବ୍ଲକ୍ ଗୋଗୁଆ ପଂଚାୟତର ମଙ୍ଗଳପୁର ଗ୍ରାମର ବିଦ୍ୟାଧର ଦେହୁରୀ। ଚାରୀ ପ୍ରାଣୀ କୁଟୁମ୍ବ। ମୁଲ ମଜୁରୀ କରି ପରିବାର ପୋଷନ୍ତି।  ବାପା ତାଙ୍କୁ ଭିନ୍ନେ କରିଦେବାରୁ ଗାଁ ଶେଷରେ ସେ ଏକ ନଡା ଛପର କରି ବହୁ ବର୍ଷ ହେଲା ସେଠାରେ ରହୁଛନ୍ତି। ଚାରିଥର ପ୍ରଶାସନ ପାଖରେ ଲିଖିତାକାରରେ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳିପାରି ନାହିଁ । ଗତ ତା ୧୭ ଫେବୃଆରୀରେ ନାକ୍ଟିଦେଉଳ ବ୍ଲକ୍ ପରିସରରେ ଜିଲ୍ଲାପାଳଙ୍କ ମିଳିତ ଅଭିଯୋଗ ଶୁଣାଣୀରେ ମଧ୍ୟ ସେ ଘର ଖଣ୍ଡିଏ ପାଇଁ ଅଭିଯୋଗ କରିଛନ୍ତି।  ୪ ଥର ଲିଖିତାକାରରେ ଜଣାଇଥିଲେ ମଧ୍ୟ ତାଙ୍କୁ ଯାଇଁ ଘର ଖଣ୍ଡିଏ ମଧ୍ୟ ମିଳିପାରିଲା ନାହିଁ ବୋଲି କହିଛନ୍ତି ବିଦ୍ୟାଧର। ଏମିତି ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣୀକୁ ଆସି ଆସି ସେ ନୟାନ୍ତ ହେଇଗଲେଣି ବୋଲି ଦୁଃଖରେ ମ୍ରିୟମାଣ ହୋଇ ପ୍ରକାଶ କରିଥିଲେ। ଆଗାମୀ ଦିନରେ ତାଙ୍କୁ ଘର ଖଣ୍ଡିଏ ନ ମିଳିଲେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସାମ୍ନାରେ ଅନଶନ କରିବି ବୋଲି ବିଦ୍ୟାଧର ପ୍ରକାଶ କରିଛନ୍ତି। ସରକାର ଏଭଳି ଗରୀବ ଶ୍ରଣୀର ଲୋକମାନଙ୍କୁ ଅନ୍ତତଃ ପକ୍ଷେ ଘର ଖଣ୍ଡିଏ ଦେବାକୁ ସ୍ଥାନୀୟ ଅଞ୍ଚଳରେ ଦାବୀ ହେଉଛି।

Share. Facebook Twitter LinkedIn Email WhatsApp Copy Link

Related Posts

“ଦୁଇ ଦିନ ମଧ୍ୟରେ ପର୍ଦ୍ଦାଫାସ କରିବି”: ରାହୁଲଙ୍କୁ ଭେଟି ବିମାନ ଦୁର୍ଘଟଣା ସମ୍ପର୍କରେ କହିଲେ ରୋହିତ ପାୱାର

March 12, 2026

ମୁଖ୍ୟମନ୍ତ୍ରୀଙ୍କ ଚିଠିର ପ୍ରଭାବ: ନୂଆ ଅମୃତ ଭାରତ ଟ୍ରେନକୁ ଅନୁମୋଦନ କଲେ ରେଳମନ୍ତ୍ରୀ

March 12, 2026

ଟିମ୍ ଇଣ୍ଡିଆକୁ ୧୩୧ କୋଟି ପ୍ରଦାନ କଲା ବିସିସିଆଇ: ଜାଣନ୍ତୁ ଏହି ଟଙ୍କା କିଏ ପାଇବ? 

March 12, 2026

ମହାରାଷ୍ଟ୍ର ବଜେଟ ଅଧିବେଶନ ମଧ୍ୟରେ ବିଧାନ ଭବନକୁ ବୋମା ଧମକ!: ତଲାସୀ ଅଭିଯାନ ଆରମ୍ଭ

March 12, 2026
Latest News

“ଦୁଇ ଦିନ ମଧ୍ୟରେ ପର୍ଦ୍ଦାଫାସ କରିବି”: ରାହୁଲଙ୍କୁ ଭେଟି ବିମାନ ଦୁର୍ଘଟଣା ସମ୍ପର୍କରେ କହିଲେ ରୋହିତ ପାୱାର

March 12, 2026

ମୁଖ୍ୟମନ୍ତ୍ରୀଙ୍କ ଚିଠିର ପ୍ରଭାବ: ନୂଆ ଅମୃତ ଭାରତ ଟ୍ରେନକୁ ଅନୁମୋଦନ କଲେ ରେଳମନ୍ତ୍ରୀ

March 12, 2026

ବଡ଼ କୂଟନୈତିକ ସଫଳତା!: ଭାରତୀୟ ତୈଳ ଜାହାଜକୁ ଅନୁମତି ଦେଲା ଇରାନ

March 12, 2026

ଟିମ୍ ଇଣ୍ଡିଆକୁ ୧୩୧ କୋଟି ପ୍ରଦାନ କଲା ବିସିସିଆଇ: ଜାଣନ୍ତୁ ଏହି ଟଙ୍କା କିଏ ପାଇବ? 

March 12, 2026

ମହାରାଷ୍ଟ୍ର ବଜେଟ ଅଧିବେଶନ ମଧ୍ୟରେ ବିଧାନ ଭବନକୁ ବୋମା ଧମକ!: ତଲାସୀ ଅଭିଯାନ ଆରମ୍ଭ

March 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.