ବିବାଦ ପରେ ବନ୍ଧ୍ୟାକରଣକୁ ନେଇ ଜାରି କରିଥିବା ଆଦେଶକୁ ପ୍ରତ୍ୟାହାର କଲେ କମଲନାଥ ସରକାର

Published: Feb 21, 2020, 3:08 pm IST

ମଧ୍ୟପ୍ରଦେଶ : ମଧ୍ୟପ୍ରଦେଶର କମଲନାଥ ସରକାର ସ୍ବାସ୍ଥ୍ୟକର୍ମୀଙ୍କ ପାଇଁ ଜାରି କରିଥିବା ବିବାଦୀୟ ଆଦେଶକୁ ପ୍ରତ୍ୟାହାର କରିଛନ୍ତି । ସ୍ବାସ୍ଥ୍ୟ ମନ୍ତ୍ରୀ ତୁଲସୀ ସହଲାଓ୍ବତ୍‌ କହିଛନ୍ତି ଯେ, ରାଜ୍ୟ ସରକାର ଆଦେଶକୁ ପ୍ରତ୍ୟାହାର କରିଛନ୍ତି । ଆମେ କାହାକୁ ଏହି ଆଦେଶ ପାଳନ ନେଇ ବାଧ୍ୟ କରୁନାହୁଁ । କମଲନାଥ ସରକାରଙ୍କ ତରଫରୁ ଆଦେଶ କରାଯାଇଥିବା ଏହି ଆଦେଶ ପରେ ବିବାଦୀୟ ସ୍ଥିତି ଉପୁଜିଥିଲା ।

ସୂଚନାଯୋଗ୍ୟ, ଜନସଂଖ୍ୟା ନିୟନ୍ତ୍ରଣକୁ ନେଇ କମଲନାଥ ସରକାର ଏକ ଅଜବ ଆଦେଶ ଜାରି କରିଥିଲେ । ସ୍ବାସ୍ଥ୍ୟ କର୍ମୀଙ୍କ ପାଇଁ ବନ୍ଧ୍ୟାକରଣ କରିବାକୁ ନେଇ ଏକ କଠୋର ନିୟମର ଆଦେଶ ଦେଇଥିଲେ । ଆଦେଶ ମୁତାବକ, ସ୍ବାସ୍ଥ୍ୟକର୍ମୀଙ୍କୁ ଅତି କମ୍‌ରେ ଜଣଙ୍କର ବନ୍ଧ୍ୟାକରଣ କରାଯିବାକୁ କୁହାଯାଇଥିଲା । ରାଷ୍ଟ୍ରୀୟ ସ୍ବାସ୍ଥ୍ୟ ମିଶନ ତରଫରୁ ସ୍ବାସ୍ଥ୍ୟ ବିଭାଗର କର୍ମଚାରୀମାନେ ପୁରୁଷ ବନ୍ଧ୍ୟାକରଣର ଲକ୍ଷ୍ୟ ପୂରଣ ନ କରିପାରିଲେ, ତାଙ୍କର ବେତନ କାଟ ସହିତ ବାଧ୍ୟତାମୂଳକ ଅବସର କରାଯିବ ବୋଲି ଆଦେଶ ଦିଆଯାଇଥିଲା ।(ଏଜେନ୍ସି)

Related posts