Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଗୁରୁଦେବ ହସ୍‌ପିଟାଲ୍‌ରେ ରୋଗୀ ମୃତ୍ୟୁ ଘଟଣା: ହସ୍‌ପିଟାଲ୍‌କୁ ସିଲ୍ କଲା ପ୍ରଶାସନ
ଆଜିର ଖବର

ଗୁରୁଦେବ ହସ୍‌ପିଟାଲ୍‌ରେ ରୋଗୀ ମୃତ୍ୟୁ ଘଟଣା: ହସ୍‌ପିଟାଲ୍‌କୁ ସିଲ୍ କଲା ପ୍ରଶାସନ

February 22, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ହେମାଙ୍ଗ ପ୍ରସାଦ ରାଉଳ

ବ୍ରହ୍ମପୁର: ଗତ ୧୭ ତାରିଖରେ ନୂଆବସ୍‌ଷ୍ଟାଣ୍ଡ ରୋଡ଼୍ ନିକଟରେ ଥିବା ଗୁରୁଦେବ ହସ୍‌ପିଟାଲ୍‌ର ଡାକ୍ତରଙ୍କ ଅବହେଳା ଯୋଗୁଁ ଜଣେ ମହିଳାଙ୍କ ଅକାଳ ମୃତ୍ୟୁକୁ ନେଇ ପ୍ରଶାସନ ତତ୍ପର ହୋଇ କ୍ଲିନିକାଲ୍ ଆକ୍ଟ ଅନୁସାରେ ଏହାର ସମସ୍ତ କାଗଜପତ୍ର ଯାଞ୍ଚ କରିବା ପରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ  ଉପଜିଲ୍ଲାପାଳ ସିନ୍ଧେ ଦତ୍ତାତ୍ରୟ ଭାଉସାହେବ ହସ୍‌ପିଟାଲ୍‌କୁ ସିଲ୍ କରିଛନ୍ତି । ମେଡ଼ିକାଲ୍ ବିରୋଧରେ ପୂର୍ବରୁ ବହୁ ଅଭିଯୋଗ ହୋଇଥିଲାବେଳେ ୧୯ ତାରିଖ ଦିନ ପ୍ରଶାସନ ପକ୍ଷରୁ ଏକ ଟିମ୍ ପହଞ୍ଚି ମେଡ଼ିକାଲ୍‌ର ସମସ୍ତ କାଗଜପତ୍ର ସଂଗ୍ରହ କରି ଜିଲ୍ଲାପାଳଙ୍କୁ ହସ୍ତାନ୍ତର କରିଥିଲେ । ଜିଲ୍ଲାପାଳ ସମସ୍ତ କାଗଜପତ୍ରକୁ ଯାଞ୍ଚ କରିବା ପରେ ବ୍ରହ୍ମପୁର ତହସିଲ୍‌ଦାରଙ୍କୁ ଏହାକୁ ସିଲ୍ କରିବାକୁ ନିର୍ଦ୍ଦେଶ ଦେଇଥିଲେ।

ମେଡ଼ିକାଲ୍‌ରେ କେତେଜଣ ଡ଼ାକ୍ତର ସ୍ଥାୟୀ ଭାବେ ୨୪ ଘଣ୍ଟା ରୁହନ୍ତି,  ଜଣେ ଡ଼ାକ୍ତର ରୋଗୀଙ୍କୁ କେତେ ସମୟ ଚିକିତ୍ସା କରିଥାନ୍ତି, କେତେଜଣ ଭିଜିଟିଂ ଡ଼ାକ୍ତର ଏଠାକୁ ଆସି ଚିକିତ୍ସା କରନ୍ତି, ଚଳିତ ବର୍ଷ ଏଠାରେ କେତେଜଣଙ୍କ ମୃତ୍ୟୁ କିମ୍ବା ଜନ୍ମ ହୋଇଛି, ହସ୍‌ପିଟାଲ୍‌ରେ ଅଗ୍ନିନିରୋଧକ ଯତ୍ନ ଏବଂ ବିଦ୍ୟୁତକରଣ ଠିକ୍‌ରେ ହୋଇଛି କି ନାହିଁ, ଡ଼୍ରଗ ଲଇସେନସ୍ ଇତ୍ୟାଦି ସହ କର୍ମଚାରୀ ଏବଂ ସୁବିଧାର ସମସ୍ତ ବିଷୟ ଯାଞ୍ଚ କରାଯାଇଥିଲା । ଏଥିରେ ତ୍ରୁଟି ପରିଲକ୍ଷିତ ହେବାରୁ ଜିଲ୍ଲାପାଳ କ୍ଲିନିକାଲ୍ ଏଷ୍ଟାବ୍ଲିସ୍‌ମେଣ୍ଟ ଆକ୍ଟ ଅନୁସାରେ ଏହାକୁ ସିଲ୍ କରିଛନ୍ତି । ସିଲ୍ କରିବା ପରେ ହସ୍ପ୍‌ପିଟାଲ୍ ମଧ୍ୟରେ ଥିବା ୧୬ ଜଣ ଗର୍ଭବତୀ ମହିଳାମାନଙ୍କ ପାଇଁ ୭ ଦିନ ସମୟ ଦିଆଯାଇଛି । ଏହି ୭ ଦିନ ମଧ୍ୟରେ ପ୍ରତ୍ୟେକ ଦିନ ସିଟି ହସ୍‌ପିଟାଲ୍ ଏବଂ ଅନ୍ୟାନ୍ୟ ସ୍ତ୍ରୀ ଓ ପ୍ରସୂତି ବିଭାଗର ଡ଼ାକ୍ତରମାନେ ଆସି ସେମାନଙ୍କ ଦେଖାଶୁଣା କରିବେ ।

ସୂଚନାଥାଉକି ୧୭ ତାରିଖ ରାତ୍ରରେ ଲାଞ୍ଜିପଲ୍ଲିର ସୁବ୍ରଜିତ୍ ସାମନ୍ତଙ୍କ ପତ୍ନୀ ଏଶ୍ୱରିୟା ସିଂହଦେବ (୨୫) ଅତ୍ୟଧିକ ପେଟ କାଟିବାରୁ ଗୁରୁଦେବ ନର୍ସିଂହୋମ୍‌ରେ ଆଡ଼ମିଶନ ହୋଇଥିଲେ । ପରୀକ୍ଷାରୁ ଜଣାପଡ଼ିଲା ଯେ ତାଙ୍କର ଆପଣ୍ଡିକସ୍ ସାଇଡ଼୍ ଯୋଗୁଁ ଏହିପରି ପେଟବ୍ୟଥା ହୋଇଥିଲା । ତେଣୁ ତୁରନ୍ତ ଅପରେସନ୍ ନକଲେ ଅସୁବିଧା ହୋଇପାରେ ବୋଲି ଡ଼ାକ୍ତର ତାଙ୍କୁ ଜଣାଇଥିଲେ । ଯାହାଫଳରେ ବିଳମ୍ବ ହେଲେ ଆପ୍‌ଣ୍ଡିକସ୍ ସାଇଡ଼୍ ପେଟ ଭିତରେ ଫାଟିଯାଏ ତେବେ ବିଷାକ୍ତ ହୋଇ ରୋଗୀ ମୃତ୍ୟୁ ହୋଇଯାଇପାରେ । ତେଣୁ ଏହାପାଇଁ ଅସ୍ତ୍ରୋପ୍ରଚାର ନିହାତି ଜରୁରି । ଏହି ପରିପ୍ରେକ୍ଷୀରେ ଗୁରୁଦେବ ହସ୍‌ପିଟାଲ୍‌ର ଡ଼ାକ୍ତର ପ୍ରଭାତ ପାଣିଗ୍ରାହୀ ଏବଂ ନିସ୍ତେଜକ ଦେଇଥିବା ନର୍ସ ଯେକି ମେଡ଼ିକାଲ୍‌ରେ ଷ୍ଟାଫନର୍ସ ଭାବେ କାମ କରନ୍ତି ତାଙ୍କ ତତ୍ତ୍ୱାବଧାନରେ ଏଶ୍ୱରିୟାଙ୍କ ଅପରେସନ୍ ହୋଇଥିଲା। କିନ୍ତୁ ଅପରେସନ୍‌ରେ ତ୍ରୁଟି ରହିଥିବାରୁ ପରେ ତାଙ୍କର ଅବସ୍ଥା ଖରାପ ଆଡ଼କୁ ଗତି କରିଥିଲା। ଗୁରୁତର ସମୟରେ ହସ୍‌ପିଟାଲ୍‌ରେ କୌଣସି ଡ଼ାକ୍ତର ଉପସ୍ଥିତ ନଥିଲେ। ଫଳରେ ଏଶ୍ୱରୀୟା ଛଟପଟ ହୋଇ ତାଙ୍କର ଜୀବନ ଚାଲିଯାଇଥିଲା। ଯାହାଫଳରେ ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା।

ଏନେଇ ସହରରେ ଅସନ୍ତୋଷ ପ୍ରକାଶ ପାଇବା ସହ ଓକିଲ ସଂଘର କର୍ମକର୍ତ୍ତାମାନେ, ବିଜେପି ଏବଂ ଲାଞ୍ଜିପଲ୍ଲି ଅଂଚଳବାସୀମାନେ ଡ଼ାକ୍ତର ପ୍ରଭାତ ପାଣିଗ୍ରାହୀ, ଷ୍ଟାଫ୍‌ନର୍ସ ଏବଂ ମାଲିକଙ୍କୁ ଗିରଫ କରିବା ପାଇଁ ଦାବି କରି ଆର୍‌ଡ଼ିସି ଏବଂ ଏସ୍‌ପିଙ୍କୁ ସାକ୍ଷାତ କରିଥିଲେ । ଏନେଇ ବୈଦ୍ୟନାଥପୁର ଥାନାରେ ଡ଼ାକ୍ତର ଏବଂ ନିସ୍ତେଜକ ଦେଇଥିବା ନର୍ସଙ୍କ ବିରୋଧରେ ଚିକିତ୍ସାରେ ଅବହେଳାଜନିତ ମାମଲା ରୁଜୁ ହୋଇଥିବାବେଳେ ଉଭୟଙ୍କୁ ପୋଲିସ୍ ପଚରାଉଚରା କରିଛି। ତେବେ ସହରରେ ଏଭଳି ଅନେକ ହସ୍‌ପିଟାଲ୍ ରହିଛି ଯେଉଁମାନେ ଅର୍ଥଲୋଭରେ ଅଥବା ଚିକିତ୍ସା ଅବହେଳା କରି ରୋଗୀଙ୍କୁ ମୃତ୍ୟୁମୁଖକୁ ଠେଲି ଦେଉଛନ୍ତି । ଗୁରୁଦେବ ହସ୍‌ପିଟାଲ୍‌କୁ ଯେଭଳି ପ୍ରଶାସନ ଅତି ଗମ୍ଭୀରତାର ସହ ନେଇ ଯାଞ୍ଚ କରି କାର୍ଯ୍ୟାନୁଷ୍ଠାନ ନେଲା ସହରରେ ସେଭଳି ଅନ୍ୟ ବେସରକାରୀ ହସ୍‌ପିଟାଲ୍‌କୁ ମଧ୍ୟ ଯାଞ୍ଚ ପରିସରଭୁକ୍ତ କରି କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହୋଇଛି ।

BJP Ads
ଗୁରୁଦେବ ହସ୍‌ପିଟାଲ୍‌
Share. Facebook Twitter LinkedIn Email WhatsApp Copy Link

Related Posts

କଳିଙ୍ଗ ଷ୍ଟାଡିୟମରେ 17 ତମ ଆଦିବାସୀ ଯୁବ ବିନିମୟ କାର୍ଯ୍ୟକ୍ରମ ଅନୁଷ୍ଠିତ

November 4, 2025

କଟକରେ ଡିଜିଟାଲ ଲାଇଫ ସାର୍ଟିଫିକେଟ ଅଭିଯାନ ୪.୦ ଅନୁଷ୍ଠିତ

November 4, 2025

ଆଜି ନଭେମ୍ବର ୪ ତାରିଖ ମଙ୍ଗଳବାର ଦିନ ଏହି ରାଶିର ବ୍ୟକ୍ତିମାନେ ସକାଳୁ ପାଇବେ ଶୁଭ ଖବର

November 4, 2025

ଏସ୍‌ପିଏସ୍ କ୍ୟାମ୍ପସ-୨ର ପ୍ରଥମ ବର୍ଷର ଛାତ୍ରଛାତ୍ରୀଙ୍କ ନିମନ୍ତେ ଓରିଏନ୍‌ଟେସନ୍ କାର୍ଯ୍ୟକ୍ରମ

November 3, 2025
BJP Ads
Latest News

କଳିଙ୍ଗ ଷ୍ଟାଡିୟମରେ 17 ତମ ଆଦିବାସୀ ଯୁବ ବିନିମୟ କାର୍ଯ୍ୟକ୍ରମ ଅନୁଷ୍ଠିତ

November 4, 2025

କଟକରେ ଡିଜିଟାଲ ଲାଇଫ ସାର୍ଟିଫିକେଟ ଅଭିଯାନ ୪.୦ ଅନୁଷ୍ଠିତ

November 4, 2025

ଆଜି ନଭେମ୍ବର ୪ ତାରିଖ ମଙ୍ଗଳବାର ଦିନ ଏହି ରାଶିର ବ୍ୟକ୍ତିମାନେ ସକାଳୁ ପାଇବେ ଶୁଭ ଖବର

November 4, 2025

ଏସ୍‌ପିଏସ୍ କ୍ୟାମ୍ପସ-୨ର ପ୍ରଥମ ବର୍ଷର ଛାତ୍ରଛାତ୍ରୀଙ୍କ ନିମନ୍ତେ ଓରିଏନ୍‌ଟେସନ୍ କାର୍ଯ୍ୟକ୍ରମ

November 3, 2025

ସମୟୋଚିତ ଯୋଜନା ଏବଂ ସମନ୍ୱୟ ମାଧ୍ୟମରେ ୟୁରିଆ ଉପଲବ୍ଧତା ସୁନିଶ୍ଚିତ କଲା ସାର ବିଭାଗ

November 3, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.