Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପୂର୍ବତନ ବିଧାୟକ ହେଲେ ବିଜେଡ଼ି ଜିଲ୍ଲା ସଭାପତି
ଆଜିର ଖବର

ପୂର୍ବତନ ବିଧାୟକ ହେଲେ ବିଜେଡ଼ି ଜିଲ୍ଲା ସଭାପତି

February 22, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ହେମଙ୍ଗ ପ୍ରସାଦ ରାଉଳ

ବ୍ରହ୍ମପୁର: ଗତ ୨୦୧୯ ନିର୍ବାଚନରେ ବିଜେଡ଼ି ଟିକେଟ୍‌ରୁ ବଞ୍ଚିତ ହୋଇଥିବା ଡା. ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକଙ୍କୁ ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଥଇଥାନ କରିବା ଲକ୍ଷ୍ୟରେ ବିଜେଡ଼ି ଜିଲ୍ଲା ସଭାପତି ଭାବେ ମନୋନୀତ କରିଛନ୍ତି। ନିର୍ବାଚନ ପରେ ସେ ଟିକେଟ୍ ନ ମିଳିବାରୁ ଅସନ୍ତୋଷ ଥିବାବେଳେ ମୁଖ୍ୟମନ୍ତ୍ରୀ ତାଙ୍କୁ ପରବର୍ତ୍ତୀ ସମୟରେ ରାଜ୍ୟସଭାକୁ ପଠାଇବାର ମୋହ ଦେଖାଇ ଶାନ୍ତ କରିଥିଲେ। ବର୍ତ୍ତମାନ ତାଙ୍କୁ ଜିଲ୍ଲା ସଭାପତି ପଦ ଦେଇ ସନ୍ତୁଷ୍ଟ କରିଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ ଡା. ଚ୍ୟାଉ ପଟ୍ଟନାୟକ ୨୦୧୯ ନିର୍ବାଚନ ପୂର୍ବରୁ ୫ଥର ବ୍ରହ୍ମପୁର ବିଧାନସଭା ଆସନରୁ ବିଜେଡ଼ି ଟିକେଟ୍‌ରେ ଲଢ଼ି ବିଜୟୀ ହୋଇଥିଲେ। ନିର୍ବାଚନ ପୂର୍ବରୁ କଂଗ୍ରେସ ନେତା ବିକ୍ରମ କୁମାର ପଣ୍ଡା କଂଗ୍ରେସ ଛାଡ଼ି ବିଜେଡ଼ିରେ ଯୋଗଦେବା ପରେ ତାଙ୍କୁ ଟିକେଟ୍ ମିଳିବା ନେଇ କଳ୍ପନା ପ୍ରକାଶ ପାଇଥିଲା। ପରବର୍ତ୍ତୀ ସମୟରେ ଏହା ହିଁ ହୋଇଥିଲା। ଡା. ଚ୍ୟାଉ ପଟ୍ଟନାୟକଙ୍କ ଟିକେଟ୍ କଟି ବିକ୍ରମ ପଣ୍ଡାଙ୍କୁ ଟିକେଟ ମିଳିଥିଲା ଏବଂ ସେ ବହୁ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ। ଟିକେଟ୍ ପାଇଁ ଆଶାୟୀ ଥିବା ନେତା ବର୍ତ୍ତମାନ ଜିଲ୍ଲାରେ ଟିକେଟ୍ ବାଣ୍ଟିବେ। ପୂର୍ବରୁ ଜିଲ୍ଲା ସଭାପତି ଥିବା ଡ. ପ୍ରଦୀପ ପାଣିଗ୍ରାହୀଙ୍କ ଉପରେ ମୁଖ୍ୟମନ୍ତ୍ରୀ ଖପ୍ପା ଥିବା ବେଳେ ବର୍ତ୍ତମାନ ତାଙ୍କୁ ଜିଲ୍ଲା ସଭାପତି ପଦରୁ ବହିଷ୍କୃତ କରାଯାଇ ଚ୍ୟାଉ ପଟ୍ଟନାୟକଙ୍କୁ ଏହି ପଦବୀ ଦିଆଯାଇଛି।

ସୂଚନାଯୋଗ୍ୟ ଡା. ଚ୍ୟାଉ ପଟ୍ଟନାୟକ ବିଧାୟକ ଟିକେଟ୍ ନ ମିଳିଥିଲେ ମଧ୍ୟ ସେ ବିଜେଡ଼ିର ସବୁ ସଭାସମିତି ଏବଂ ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ସକ୍ରିୟ ଅଂଶଗ୍ରହଣ କରୁଥିଲେ। ଜିଲ୍ଲା ସଭାପତି ହେବା ଖବର ପ୍ରଚାରିତ ହେବା ପରେ ଶ୍ରୀ ପଟ୍ଟନାୟକଙ୍କ ଭାବାନଗର ବାସଭବନରେ ଶୁଭେଚ୍ଛା ଦେବା ପାଇଁ ଜନସମାଗମ ହୋଇଥିଲା। ଶ୍ରୀ ପଟ୍ଟନାୟକ ପ୍ରଥମେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ, ବିଧାୟକ ବିକ୍ରମ ପଣ୍ଡା ତାଙ୍କୁ ଅଭିନନ୍ଦନ ଜଣାଇଥିଲେ। ପୂର୍ବତନ ବିଡ଼ିଏ ଅଧ୍ୟକ୍ଷ ସୁବାସ ମହାରଣା, ସଂଜିତ ପାଣିଗ୍ରାହୀ, ନଗର ସଭାପତି ବିଜୟ ସାମଲ, ବିଜେଡ଼ି ଜିଲ୍ଲା ସଭାନେତ୍ରୀ ସଂଘମିତ୍ରା ଦଳେଇ, ମମତା ବିଷୋୟୀ, ମୂରଲୀ ମୋହନ, ମୁକୁନ୍ଦ ଗୌଡ଼, ଭୀଷ୍ମଚାର୍ଯ୍ୟ ଚୌଧୁରୀ ପ୍ରମୁଖ ବହୁ ନେତା ଓ କର୍ମୀ ତାଙ୍କ ବାସଭବନରେ ପହଞ୍ଚି ତାଙ୍କୁ ଶୁଭେଚ୍ଛା ଜଣାଇଥିଲେ ।

Share. Facebook Twitter LinkedIn Email WhatsApp Copy Link

Related Posts

କିଟ୍ ଅଞ୍ଚଳରେ ଉଠାଦୋକାନ ଉଚ୍ଛେଦକୁ ତୀବ୍ର ବିରୋଧ

August 21, 2025

ରିଲାଏନ୍ସ ଫାଉଣ୍ଡେସନ ଛାତ୍ରବୃତ୍ତି, ୬ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଅନୁଦାନ, ଆବେଦନର ଶେଷ ତାରିଖ..

August 21, 2025

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଟେଲିଫୋନରେ କଥା ହେଲେ ଫ୍ରାନ୍ସ ରାଷ୍ଟ୍ରପତି ମାକ୍ରୋଁ

August 21, 2025

AIIMS ରେ ଆପଣ କିପରି କର୍କଟ ଚିକିତ୍ସା କରିପାରିବେ?, ଜାଣନ୍ତୁ ସମ୍ପୂର୍ଣ୍ଣ ଖର୍ଚ୍ଚ

August 21, 2025
Latest News

କିଟ୍ ଅଞ୍ଚଳରେ ଉଠାଦୋକାନ ଉଚ୍ଛେଦକୁ ତୀବ୍ର ବିରୋଧ

August 21, 2025

ରିଲାଏନ୍ସ ଫାଉଣ୍ଡେସନ ଛାତ୍ରବୃତ୍ତି, ୬ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଅନୁଦାନ, ଆବେଦନର ଶେଷ ତାରିଖ..

August 21, 2025

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଟେଲିଫୋନରେ କଥା ହେଲେ ଫ୍ରାନ୍ସ ରାଷ୍ଟ୍ରପତି ମାକ୍ରୋଁ

August 21, 2025

AIIMS ରେ ଆପଣ କିପରି କର୍କଟ ଚିକିତ୍ସା କରିପାରିବେ?, ଜାଣନ୍ତୁ ସମ୍ପୂର୍ଣ୍ଣ ଖର୍ଚ୍ଚ

August 21, 2025

ଜର୍ମାନ ଚାନ୍ସେଲର ଭାବରେ ଦାୟିତ୍ୱ ଗ୍ରହଣ ପରେ ଫ୍ରେଡ୍ରିଚ୍ ମର୍ଜଙ୍କୁ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ

August 21, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.