ନିର୍ଭୟା ଦୋଷୀଙ୍କୁ ଶେଷ ଥର ପାଇଁ ପରିବାର ସହ ଭେଟିବାକୁ ସୁଯୋଗ ମିଳିବ

Published: Feb 22, 2020, 12:19 pm IST

ନୂଆଦିଲ୍ଲୀ : ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ଘଟଣାର ସମସ୍ତ ଚାରି ଅଭିଯୁକ୍ତଙ୍କ ଫାଶୀ ତାରିଖ ପାଖେଇ ଆସୁଥିବାବେଳେ ପରିବାରବର୍ଗଙ୍କ ସହ ଶେଷ ସାକ୍ଷାତ ପାଇଁ ସୁଯୋଗ ଦିଆଯିବ ବୋଲି ତିହାର ଜେଲ୍‌ ପ୍ରଶାସନ  ଲିଖିତ ଆକାରରେ ଜଣାଇଛନ୍ତି। ମୁକେଶ ଓ ପବନ ତାଙ୍କ ପରିବାରଙ୍କ ସହ ସାକ୍ଷାତ କରିଥିଲେ।

ନିର୍ଭୟାର ଚାରି ଦୋଷୀଙ୍କୁ ଫାଶୀ ଦେବା ପାଇଁ ଦିଲ୍ଲୀ ପଟିଆଲା ହାଉସ୍‌ କୋର୍ଟ ପୁଣିଥରେ ଡେଥ୍‌ ଓ୍ୱାରେଣ୍ଟ ଜାରି କରିଥିଲେ। ମାର୍ଚ୍ଚ ୩ ସକାଳ ୬ଟାରେ ୪ ଦୋଷୀଙ୍କୁ ତିହାର ଜେଲ୍‌ରେ ଫାଶୀ ଦେବା ପାଇଁ ଦିନ ଧାର୍ଯ୍ୟ ହୋଇଛି । କିନ୍ତୁ ଲଗାତାର ଭାବରେ ନିର୍ଭୟା ଦୋଷୀମାନେ ଆଇନର ଗଳାବାଟ ଦେଇ ଫାଶୀ ତାରିଖକୁ ଘୁଞ୍ଚାଇବାରେ ସଫଳ ହେଉଛନ୍ତି। ଚାରି ଦୋଷୀଙ୍କ ମଧ୍ୟରୁ ତିନି ଦୋଷୀ ମୁକେଶ, ବିନୟ ଓ ଅକ୍ଷୟଙ୍କ ଫାଶୀରୁ ବଞ୍ଚିବା ପାଇଁ ରାଷ୍ଟ୍ରପତିଙ୍କ ଦୟା ଯାଚିକା ମଧ୍ୟ ଖାରଜ ହୋଇଯାଇଛି। ଏବେ ଏହି ତିନିହେଁଙ୍କ ଫାଶୀ ପାଇଁ ରାସ୍ତା ସଫା ରହିଛି। କେବଳ ଦୋଷୀ ପଓ୍ବନ ଗୁପ୍ତା ପାଖରେ ବିକଳ୍ପ ରହିଛି। (ଏଜେନ୍ସି)

Related posts