ଚରିତ୍ରକୁ ସନ୍ଦେହରେ ସ୍ତ୍ରୀଙ୍କୁ ହାଣି ପକାଇଲା ସ୍ୱାମୀ

Published: Feb 23, 2019, 1:46 pm IST

ଅନୁଗୋଳ ଜିଲ୍ଲା ପାଲଲହଡ଼ା ଉପଖଣ୍ଡ ଖମାର ଥାନ ଅନ୍ତର୍ଗତ ବାରକୋଟିଆ ଗାଁରେ ଜଣେ ବ୍ୟକ୍ତି ତାଙ୍କ ପତ୍ନୀଙ୍କୁ ହତ୍ୟା କରିଛନ୍ତି। ସ୍ୱାମୀର ଟାଙ୍ଗିଆ ଚୋଟରେ ପତ୍ନୀଙ୍କ ମୃତ୍ୟୁ ଘଟିଛି । ମୃତକ ହେଲେ ଭଗବତୀ ବେହେରା (୪୫)। ପତ୍ନୀଙ୍କ ଚରିତ୍ରକୁ ସନ୍ଦେହ କରି ହତ୍ୟାକାଣ୍ଡ ଘଟିଥିବା ପୁଲିସ କହିଛି। ସୁଚନା ଅନୁସାରେ, ଦେବଗଡ଼ ଜିଲ୍ଲା ରିଆମାଳ ଅଞ୍ଚଳର ବଳ ବେହେରା (୭୨) ଓ ତାଙ୍କ ସ୍ତ୍ରୀ ଭଗବତୀଙ୍କ ମଧ୍ୟରେ ଆଜି ଭୋର ପ୍ରାୟ ୪ଟାରେ କୌଣସି କଥାକୁ ନେଇ କଥା କଟାକଟି ହୋଇଥିଲା। ଏହି ସମୟରେ ବଳ ଏକ ଟାଙ୍ଗିଆରେ ଭଗବତୀଙ୍କୁ ହାଣି ଦେଇଥିଲେ। ଫଳରେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ପରିବାର ଲୋକଙ୍କ ପାଖରୁ ଖବର ପାଇ ଖମାର ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତ ବଳଙ୍କୁ ଗିରଫ କରିଛି। ବଳ ପତ୍ନୀଙ୍କ ଚରିତ୍ରକୁ ନେଇ ସନ୍ଦେହ କରୁଥିବାରୁ ଏଭଳି ହତ୍ୟାକାଣ୍ଡ ଘଟିଥିବା ପୁଲିସ କହିଛି। ସୂଚନାଯୋଗ୍ୟ, ଅଭିଯୁକ୍ତ ବଳ ପୂର୍ବରୁ ୩ଟି ବିବାହ କରିଥିଲେ। ସେମାନଙ୍କ ମୃତ୍ୟୁ ପରେ ଭଗବତୀଙ୍କୁ ଚତୁର୍ଥ ପତ୍ନୀ ଭାବେ ଗ୍ରହଣ କରିଥିଲେ।

Related posts