Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ନୋଭେଲ କରୋନା ଭୂତାଣୁ ସ୍ଥିତି ସମୀକ୍ଷା କଲେ କ୍ୟାବିନେଟ ସଚିବ
ଆଜିର ଖବର

ନୋଭେଲ କରୋନା ଭୂତାଣୁ ସ୍ଥିତି ସମୀକ୍ଷା କଲେ କ୍ୟାବିନେଟ ସଚିବ

February 22, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ, କେନ୍ଦ୍ର କ୍ୟାବିନେଟ ସଚିବ ଆଜି ନୂଆଦିଲ୍ଲୀଠାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ନୋଭେଲ କରୋନା ଭୂତାଣୁ ମୁକାବିଲାର ସ୍ଥିତି, ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶ ପକ୍ଷରୁ ନିଆଯାଇଥିବା ପଦକ୍ଷେପ ଏବଂ ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷା କରିଛନ୍ତି। ଏହି ବୈଠକରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ବେସାମରିକ ବିମାନ ଚଳାଚଳ, ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟର ସଚିବଙ୍କ ସମେତ ଏଏଫଏମଏସ ମହାନିର୍ଦ୍ଦେଶକ ଏବଂ ବୈଦେଶିକ ବ୍ୟାପାର, ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ, ଇମିଗ୍ରେସନ ବ୍ୟୁରୋ, ଆଇଟିବିପି ଓ ଭାରତୀୟ ସେନାର ପ୍ରତିନିଧିମାନେ ଉପସ୍ଥିତ ଥିଲେ।

ବୈଠକରେ ସାମ୍ପ୍ରତିକ ସ୍ଥିତିର ବିସ୍ତୃତ ଭାବେ ସମୀକ୍ଷା କରାଯାଇଥିଲା। ଏହାଛଡ଼ା ପୂର୍ବ ନିର୍ଦ୍ଦେଶାନାମା ଅନୁଯାୟୀ ସାମୁହିକ ଯାଂଚର ପରିଧିକୁ ବୃଦ୍ଧି କରିବା ଲାଗି ନିଷ୍ପତି ହୋଇଥିଲା। ବର୍ତମାନ କାଠମାଣ୍ଡୁ, ଇଣ୍ଡୋନେସିଆ, ଭିଏତନାମ ଓ ମାଲେସିଆରୁ ଆସୁଥିବା ବିମାନ ଯାତ୍ରୀଙ୍କୁ ସମସ୍ତ ବିମାନ ବନ୍ଦରରେ ଯାଂଚ କରିବାକୁ ନିଷ୍ପତି ହୋଇଛି ।
ଏହା ବାଦ ନୂଆ ଯାତ୍ରା ମାର୍ଗଦର୍ଶିକା ଜାରି କରାଯାଇଛି। ବର୍ତ୍ତମାନ ଆବଶ୍ୟକ ନଥିଲେ ସିଙ୍ଗାପୁର ଗସ୍ତ ଏଡ଼ାଇବା ଲାଗି ନାଗରିକମାନଙ୍କୁ ପରାମର୍ଶ ଦିଆଯାଇଛି ।
ଆଜିସୁଦ୍ଧା ୨୧,୮୦୫ ଯାତ୍ରୀଙ୍କୁ ସାମୂହିକ ଭାବେ ସତର୍କ ଦୃଷ୍ଟିରେ ରଖାଯାଇଛି । ଏହାବ୍ୟତୀତ ୩,୯୭,୧୫୨ ବିମାନ ଯାତ୍ରୀ ଏବଂ ସମୁଦ୍ର ମାର୍ଗରେ ଆସିଥିବା ୯,୬୯୫ ଯାତ୍ରୀଙ୍କୁ ମଧ୍ୟ ଯାଂଚ କରାଯାଇଛି ।

coronavirus
Share. Facebook Twitter LinkedIn Email WhatsApp Copy Link

Related Posts

ମ୍ୟାରୀ କମ୍‌ଙ୍କ ବିରୋଧରେ ମାନହାନୀ ମାମଲା: ପୂର୍ବତନ ସ୍ୱାମୀ ଦାୟର କଲେ ମକଦ୍ଦମା

October 10, 2026

ମୁକେଶ ଅମ୍ବାନୀଙ୍କୁ ‘ପ୍ରଧାନମନ୍ତ୍ରୀ’ କହି ମସ୍କଙ୍କ କଟାକ୍ଷ, ଷ୍ଟାରଲିଙ୍କକୁ ନେଇ ବଢ଼ିଲା ବିବାଦ

October 10, 2026

ଉପନିର୍ବାଚନରେ ​​ବିଜେପିର ବିଜୟ ଉପରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପ୍ରଥମ ପ୍ରତିକ୍ରିୟା: ଜାଣନ୍ତୁ କ’ଣ କହିଲେ?

October 10, 2026

ଡିଜିଟାଲ୍ ସଂଯୋଗରୁ ବିଶ୍ୱ ଟେଲିକମ୍ ପ୍ରଯୁକ୍ତି ନେତୃତ୍ୱ ଆଡ଼କୁ ଭାରତର ଅଗ୍ରଗତି ଉପରେ ସିନ୍ଧିଆଙ୍କ ଗୁରୁତ୍ୱାରୋପ

October 10, 2026
Latest News

ମ୍ୟାରୀ କମ୍‌ଙ୍କ ବିରୋଧରେ ମାନହାନୀ ମାମଲା: ପୂର୍ବତନ ସ୍ୱାମୀ ଦାୟର କଲେ ମକଦ୍ଦମା

October 10, 2026

ମୁକେଶ ଅମ୍ବାନୀଙ୍କୁ ‘ପ୍ରଧାନମନ୍ତ୍ରୀ’ କହି ମସ୍କଙ୍କ କଟାକ୍ଷ, ଷ୍ଟାରଲିଙ୍କକୁ ନେଇ ବଢ଼ିଲା ବିବାଦ

October 10, 2026

ଉପନିର୍ବାଚନରେ ​​ବିଜେପିର ବିଜୟ ଉପରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପ୍ରଥମ ପ୍ରତିକ୍ରିୟା: ଜାଣନ୍ତୁ କ’ଣ କହିଲେ?

October 10, 2026

ଡିଜିଟାଲ୍ ସଂଯୋଗରୁ ବିଶ୍ୱ ଟେଲିକମ୍ ପ୍ରଯୁକ୍ତି ନେତୃତ୍ୱ ଆଡ଼କୁ ଭାରତର ଅଗ୍ରଗତି ଉପରେ ସିନ୍ଧିଆଙ୍କ ଗୁରୁତ୍ୱାରୋପ

October 10, 2026

ସ୍ୱଚ୍ଛତା ଓ ବିଚାରାଧୀନ ମାମଲା ତ୍ୱରାନ୍ୱିତ କରିବା ପାଇଁ ସ୍ୱତନ୍ତ୍ର ଅଭିଯାନ ୬.୦ ଆରମ୍ଭ

October 10, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.