ମାତିଛି ନରହନ୍ତା ଦନ୍ତା : ତିନି ମୃତ, ପାଞ୍ଚ ଗୁରୁତର

Published: Feb 23, 2020, 9:19 am IST

ସମୀକ୍ଷା ବ୍ୟୁରୋ

ପୁରୀ : ରାଜ୍ୟରେ ପୁଣି ହାତୀ ଆକ୍ରମଣ ଦେଖାଦେଇଛି। ପିପିଲି ଓ ବଳଙ୍ଗାରେ ନରହନ୍ତା ଦନ୍ତାର ଉତ୍ପାତ ବୃଦ୍ଧି ପାଇଛି । ଦନ୍ତା ଆକ୍ରମଣରେ ତିନି ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ପାଞ୍ଚ ଜଣ ଗୁରୁତର ହୋଇ ମେଡ଼ିକାଲରେ ଭର୍ତ୍ତି ହୋଇଛନ୍ତି । ବଳଙ୍ଗା ଗୋପୀନାଥପୁର ଗ୍ରାମରେ ଜଣଙ୍କୁ ଦନ୍ତା ଦଳି ମାରିଥିବାବେଳେ ଅନ୍ୟ ଦ୍ବୟଙ୍କ ମଧ୍ୟରୁ ଜଣେ ପିପିଲ ଚନ୍ଦ୍ରାଦେଈପୁରର ଓ ଆଉ ଜଣେ ରାଜତଇର । ଦନ୍ତା ହାତୀର ଉତ୍ପାତକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟର ମାହୋଲ୍‌ ସୃଷ୍ଟି ହୋଇଛି ।

Related posts