Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଓଡ଼ିଶା ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ
ଆଜିର ଖବର

ଓଡ଼ିଶା ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ

February 23, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ହେମାଙ୍ଗ ପ୍ରସାଦ ରାଉଳ

ବ୍ରହ୍ମପୁର: ଦୁଇଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଓଡ଼ିଶା ସାଂସ୍କୃତିକ ମହୋତ୍ସବ ଗତକାଲି ଖଲିକୋଟ କଲେଜ ଖେଳପଡ଼ିଆରେ ଉଦ୍‌ଘାଟିତ ହୋଇଯାଇଛି । ବ୍ରହ୍ମପୁରର ଅନ୍ୟତମ ଅଗ୍ରଣୀ ସେବା ଓ ସାଂସ୍କୃତିକ ଅନୁଷ୍ଠାନ ଅଭିଷେକ କ୍ରିଏସନ୍ ଆନୁକୂଲ୍ୟରେ ଏହି ମହୋତ୍ସବ ଅନୁଷ୍ଠିତ ହେଉଥିବାବେଳେ ଆଜିର ମୁଖ୍ୟଅତିଥି ଭାବେ ଗଂଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଏବଂ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେକର ସାହୁ ଯୋଗଦେଇ ପ୍ରଦୀପ ପ୍ରଜ୍ୱଳନ ପୂର୍ବକୁ ଏହାକୁ ଉଦ୍ଘାଟିତ କରିଥିଲେ । ସମ୍ମାନିତ ଅତିଥି ଭାବେ ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା, ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା, ଆକାଶବାଣୀର ହୃଷିକେଶ ପାଣିଗ୍ରାହୀ, ଗଂଜାମ ଜିଲ୍ଲା ବିଜେଡ଼ି ସଭାପତି ଡା. ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ପୂର୍ବତନ ବିଡ଼ିଏ ଅଧ୍ୟକ୍ଷ ସୁବାସ ମହାରଣା ପ୍ରମୁଖ ମଂଚାସୀନ ଥିଲେ ।

ଅନ୍ୟତମ ଅତିଥି ଭାବେ ଅଭିଷେକ ପରିବାରର ସଦସ୍ୟ ନିର୍ମଳ ଚନ୍ଦ୍ର ସାହୁ, ଊଷା ପଟ୍ଟନାୟକ, ସୋନାଲି ଗନ୍ତାୟତ, ବିଜେଡ଼ି ମହିଳା ସଭାନେତ୍ରୀ ସଂଘମିତ୍ରା ଦଳେଇ, କେଦାର ନାଥ ଚୌଧୁରୀ, ଊଷା ମହାପାତ୍ର, ସନ୍ତୋଷ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ପ୍ରଥମ ଦିନରେ ନରେନ୍ଦ୍ରପୁର ମା’ ସମଲେଶ୍ୱରୀ ପକ୍ଷରୁ ଯୋଡ଼ିଶଂଖ, ବାଘନାଚ, ଲିଟିଲ୍ ଡ଼ାଇମଣ୍ଡ ଡ଼୍ୟାନସ ଷ୍ଟୁଡ଼ିଓ ଛତ୍ରପୁରର, ଦିଗନ୍ତ ଦିବ୍ୟାଙ୍ଗ ସେଣ୍ଟର ପକ୍ଷରୁ ନୃତ୍ୟ, ଅନ୍ୱେଷା କଳାକେନ୍ଦ୍ର ପକ୍ଷରୁ ଦେଶାତ୍ମବୋଧକ ନାଚ, ରକ୍‌ଷ୍ଟାର ଡ଼େନସ ଗ୍ରୁପ୍ ପକ୍ଷରୁ ମଡ଼ର୍ଣ୍ଣ ଡ଼୍ୟାନସ ପ୍ରମୁଖ ଅନୁଷ୍ଠିତ ହୋଇଥିଲା ।

ତେବେ ଗତକାଲିର ବିଶେଷ ଆକର୍ଷଣ ରୂପେ ପ୍ରନସ୍ ଡ଼୍ୟାନସ ଗ୍ରୁପ୍ ନିଜର ନୃତ୍ୟ ପ୍ରଦର୍ଶନ କରିଥିବାବେଳେ କଣ୍ଠଶିଳ୍ପୀ ଅସୀମା ପଣ୍ଡାଙ୍କ କଣ୍ଠରେ ଦର୍ଶକ ଝୁମିଥିବା ଦେଖିବାକୁ ମିଳିଥିଲା। କାର୍ଯ୍ୟକ୍ରମକୁ ଅର୍ଗନାଇଜ୍ କମିଟି ଚେୟାରମ୍ୟାନ ପ୍ରକାଶ ପଟ୍ଟନାୟକ, ସଂପାଦକ ସୁଦୀପ ସାହୁ, କୋଡ଼ିନେଟର ଜ୍ୟୋତିରଂଜନ ଦାସ ଓ ଦେବହରି ବେହେରା ପରିଚାଳନାରେ ସହଯୋଗ କରୁଛନ୍ତି ।

Share. Facebook Twitter LinkedIn Email WhatsApp Copy Link

Related Posts

କେନ୍ଦ୍ରାପଡ଼ାର ରାଜକନିକାରେ ‘ବିକଶିତ ଭାରତ @୨୦୪୭’ ସଚେତନତା କାର୍ଯ୍ୟକ୍ରମ

December 17, 2025

ତ୍ରୀଦିବସୀୟ ଖୋର୍ଦ୍ଧା ଜିଲ୍ଲା ସ୍ତରୀୟ ଭାରତ ସ୍କାଉଟ ଗାଇଡ କାମ୍ପୋରି ଉଦଯାପିତ

December 17, 2025

ଆଞ୍ଚଳିକ ଏଆଇ ପ୍ରଭାବ ସମ୍ମିଳନୀ ଆୟୋଜନ କରିବାକୁ ପ୍ରସ୍ତୁତ ଭୁବନେଶ୍ୱର

December 17, 2025

ଅମିୟ କୁମାର ଖିଲାର SNEA ର ଅଖିଲ ଭାରତୀୟ CHQ ଆଡ୍‌ଭାଇଜର ଭାବେ ସର୍ବସମ୍ମତିରେ ନିର୍ବାଚିତ

December 17, 2025
Latest News

କେନ୍ଦ୍ରାପଡ଼ାର ରାଜକନିକାରେ ‘ବିକଶିତ ଭାରତ @୨୦୪୭’ ସଚେତନତା କାର୍ଯ୍ୟକ୍ରମ

December 17, 2025

ତ୍ରୀଦିବସୀୟ ଖୋର୍ଦ୍ଧା ଜିଲ୍ଲା ସ୍ତରୀୟ ଭାରତ ସ୍କାଉଟ ଗାଇଡ କାମ୍ପୋରି ଉଦଯାପିତ

December 17, 2025

ଇଥିଓପିଆ ସଂସଦର ମିଳିତ ଅଧିବେଶନକୁ ସମ୍ବୋଧନ କଲେ ପ୍ରଧାନମନ୍ତ୍ରୀ

December 17, 2025

ଆଞ୍ଚଳିକ ଏଆଇ ପ୍ରଭାବ ସମ୍ମିଳନୀ ଆୟୋଜନ କରିବାକୁ ପ୍ରସ୍ତୁତ ଭୁବନେଶ୍ୱର

December 17, 2025

ବରଗଡ଼ ରୋଡ୍‌ -ନୂଆପଡ଼ା ରୋଡ୍‌ ନୂଆ ରେଳ ଲାଇନ ପାଇଁ ଜମି ଅଧିଗ୍ରହଣ ଜାରି ରହିଛି: ରେଳ ମନ୍ତ୍ରୀ

December 17, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.