ଏରୋ ଇଣ୍ଡିଆ ଶୋ’ରେ ପୁଣି ଅଘଟଣ : ଜଳିଗଲା ଶହେରୁ ଊର୍ଦ୍ଧ୍ୱ କାର୍‌

Published: Feb 23, 2019, 2:46 pm IST

ବେଙ୍ଗାଲୁରରେ ଆୟୋଜିତ ଏରୋ ଇଣ୍ଡିଆ ୨୦୧୯ରେ ଏକ ବଡ ଦୁର୍ଘଟଣା ଘଟିଛି। ଯେଉଁଥିରେ ପାଖାପାଖି ଶହେଟି ଗାଡି ପୋଡି ପାଉଁଶ ହୋଇଯାଇଛି। ଆୟୋଜନ ସ୍ଥଳ ନିକଟରେ ଥିବା ପାର୍କିଂ ଏରିଆରେ ନିଆଁ ଲାଗିଯିବା ଫଳରେ ଏହି ଦୁର୍ଘଟଣା ଘଟିଛି । ଶୁଖିଲା ଘାସରେ ନିଆଁ ଲାଗିବା ଫଳରେ ଏହି ଦୁର୍ଘଟଣା ଘଟିଛି। ଏତେ ସଂଖ୍ୟାରେ ଗାଡି ପୋଡି ଯାଇଥିବାରୁ ସେଠାକାର ଆକାଶ ଧୂଆଁମୟ ହୋଇଯାଇଛି। ଏଥିପାଇଁ ଏରୋ ଇଣ୍ଡିଆ ଶୋ’କୁ ଅସ୍ଥାୟୀ ଭାବେ ବନ୍ଦ କରି ଦିଆଯାଇଛି। ସୂଚନାଯୋଗ୍ୟ,  ଏହା ପୂର୍ବରୁ ଏରୋ ଇଣ୍ଡିଆ ଶୋରେ ୨ଟି ସୂର୍ଯ୍ୟ କିରଣ ଜେଟ୍‌ ଦୁର୍ଘଟଣା ହେବା ଫଳରେ ଜଣେ ପାଇଲଟଙ୍କ ମୃତ୍ୟୁ ହୋଇଥିଲା।

Related posts