Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»‘ମନ କୀ ବାତ୍‌’ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ : ଭାରତ ଏବେ ଆଉ ପୁରୁଣା ନୁହେଁ ନୂତନ ରାସ୍ତାରେ ଚାଲିବାକୁ ପ୍ରସ୍ତୁତ
ଆଜିର ଖବର

‘ମନ କୀ ବାତ୍‌’ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ : ଭାରତ ଏବେ ଆଉ ପୁରୁଣା ନୁହେଁ ନୂତନ ରାସ୍ତାରେ ଚାଲିବାକୁ ପ୍ରସ୍ତୁତ

February 23, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ପ୍ରଧାନମନ୍ତ୍ରୀ ମୋଦି ତାଙ୍କର ଆଜି  62ତମ ମନ୍‌ କୀ ବାତ୍‌ କାର୍ଯ୍ୟକ୍ରମ ମାଧ୍ୟମରେ  ଦିଲ୍ଲୀର ’ହୁନର୍‌ ହାଟ୍‌’ ସମ୍ପର୍କରେ କହିଛନ୍ତି ପ୍ରଧାନମନ୍ତ୍ରୀ । ‘ହୁନର୍‌ ହାଟ’ କାରିଗରଙ୍କ ସ୍ବପ୍ନକୁ ଡେଣା ଦେଉଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ହୁନର୍‌ ହାଟ୍‌ର ପରି ଏକ ଛୋଟିଆ ସ୍ଥାନରେ ଆମ ଦେଶର ବିଶାଳତା, ସଂସ୍କୃତି, ପରମ୍ପରା, ଖାଦ୍ୟପେୟ ଏବଂ ଭାବାବେଗର ବିବିଧତାକୁ ଦର୍ଶନ କରିବାକୁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ପ୍ରଧାନମନ୍ତ୍ରୀ ତାଙ୍କ ଅଭିଭାଷଣରେ କାମ୍ୟା ଓ ମୁରାଦାବାଦର ହମୀରପୁର ଗ୍ରାମର ଦିବ୍ୟାଙ୍ଗ ସଲମାନ ଓ କେରଳ ବୟସ୍କା ବିଦ୍ୟାର୍ଥୀ ଭାଗିରଥୀ ଆମ୍ମାଙ୍କ ବିଷୟରେ କହିଥିଲେ । ପ୍ରତିକୂଳ ପରିସ୍ଥିତି ସତ୍ତ୍ବେ ଦୃଢମନା ହୋଇ ଏମାନେ କିପରି ବିଜୟୀ ହୋଇଛନ୍ତି ସେ ସମ୍ପର୍କରେ ସୂଚନା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ସେହିପରି ପ୍ରଧାନମନ୍ତ୍ରୀ ତାଙ୍କ ସମ୍ବୋଧନରେ ଭାରତର ଜୈବିକ ବିବିଧତା ଓ ଶୀତ ସମୟରେ ଭାରତକୁ ଆସୁଥିବା ବିଦେଶାଗତ ପକ୍ଷୀଙ୍କ ସମ୍ପର୍କରେ ମଧ୍ୟ ଉତ୍ଥାପନ କରିଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଆମର ଜୈବବିବିଧତା ମଧ୍ୟ ସମଗ୍ର ମାନବ ଜାତି ପାଇଁ ଜ୍ଞାନର ଗୋଟିଏ ଗନ୍ତାଘର, ଯାହାକୁ ଆମେ ସାଇତି କରି ରଖିବାକୁ ହେବ, ସଂରକ୍ଷିତ କରି ରଖିବାକୁ ହେବ ଆଉ ଏହା ସମ୍ପର୍କରେ ଅଧିକ ଅନୁସନ୍ଧାନ ମଧ୍ୟ କରିବାକୁ ପଡ଼ିବ ବୋଲି କହିଛନ୍ତି । ସେହିପରି ପ୍ରଧାନମନ୍ତ୍ରୀ ‘ମନ୍‌ କୀ ବାତ୍‌’ରେ ବିଜ୍ଞାନ ପ୍ରତି ଯୁବପିଢିଙ୍କ ରୁଚି ବଢୁଥିବାର କହିଛନ୍ତି । ବିଜ୍ଞାନ ପ୍ରତି ପିଲା ଏବଂ ଯୁବବର୍ଗଙ୍କ ଉତ୍ସାହକୁ ବୃଦ୍ଧି ତଥା ବୈଜ୍ଞାନିକ ଚିନ୍ତାଧାରାକୁ ବୃଦ୍ଧି କରିବା ପାଇଁ ଶ୍ରୀହରିକୋଟାରୁ ହେଉଥିବା ରକେଟ୍ ଲଂଚିଙ୍ଗ୍‌କୁ ସାମ୍ନାରେ ବସି ଦେଖିପାରିବାର ବ୍ୟବସ୍ଥା ହୋଇଛି।

ଭାରତ ଏବେ ଆଉ ପୁରୁଣା ରାସ୍ତାରେ ନୁହେଁ ନୂତନ ରାସ୍ତାରେ ଚାଲିବାକୁ ପ୍ରସ୍ତୁତ ବୋଲି କହିଛନ୍ତି । ଭାରତୀୟ ମା’ ଓ ଭଉଣୀମାନେ ଆଗକୁ ଆସି ଆହ୍ବାନଗୁଡ଼ିକର ମୁକାବିଲା କରିବା ଆରମ୍ଭ କଲେଣି । ଯାହା ସମାଜରେ ଏକ ସକରାତ୍ମକ ପରିବର୍ତ୍ତନ ସୃଷ୍ଟି କରୁଛି । ବିହାର ପୂର୍ଣ୍ଣିୟାଙ୍କ କଥା କହି ଲୋକଙ୍କ ମଧ୍ୟରେ ପ୍ରେରଣା ସୃଷ୍ଟି କରିଛନ୍ତି ପ୍ରଧାନମନ୍ତ୍ରୀ । ଆଗାମୀ ଗୁଡ଼ି ପଡ଼ୱା, ନବରାତ୍ରୀ, ରାମନବମୀ, ହୋଲି ଓ ଭାରତୀୟ ନବବର୍ଷ ଉପଲକ୍ଷେ ଶୁଭେଚ୍ଛା ମଧ୍ୟ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ।

Share. Facebook Twitter LinkedIn Email WhatsApp Copy Link

Related Posts

୪୯୧ଟି ଅଙ୍ଗନବାଡି କେନ୍ଦ୍ରକୁ ଉଦଘାଟନ କଲେ ଉପମୁଖ୍ୟମନ୍ତ୍ରୀ

December 25, 2025

କୋଟିଆରେ ଆନ୍ଧ୍ର ପ୍ରଦେଶ ଅଧିକାରୀଙ୍କ ଅନୁପ୍ରବେଶକୁ ଦୃଢ ବିରୋଧ କରାଯିବ: ରାଜସ୍ୱ ମନ୍ତ୍ରୀ

December 25, 2025

ଏସଏଚଜି ସଦସ୍ୟମାନଙ୍କ ସହ ମତ ବିନିମୟ କଲେ ଶିବରାଜ ସିଂହ ଚୌହାନ

December 25, 2025

ବିଶାଖାପାଟଣାରେ ମହାସମାବେଶ ସହିତ ସମାପ୍ତ ହେଲା ପେସା ମହୋତ୍ସବ ୨୦୨୫

December 25, 2025
Latest News

୪୯୧ଟି ଅଙ୍ଗନବାଡି କେନ୍ଦ୍ରକୁ ଉଦଘାଟନ କଲେ ଉପମୁଖ୍ୟମନ୍ତ୍ରୀ

December 25, 2025

କୋଟିଆରେ ଆନ୍ଧ୍ର ପ୍ରଦେଶ ଅଧିକାରୀଙ୍କ ଅନୁପ୍ରବେଶକୁ ଦୃଢ ବିରୋଧ କରାଯିବ: ରାଜସ୍ୱ ମନ୍ତ୍ରୀ

December 25, 2025

ଏସଏଚଜି ସଦସ୍ୟମାନଙ୍କ ସହ ମତ ବିନିମୟ କଲେ ଶିବରାଜ ସିଂହ ଚୌହାନ

December 25, 2025

ବିଶାଖାପାଟଣାରେ ମହାସମାବେଶ ସହିତ ସମାପ୍ତ ହେଲା ପେସା ମହୋତ୍ସବ ୨୦୨୫

December 25, 2025

ଅଟଳ ଜୟନ୍ତି: ବାଜପେୟୀଙ୍କ ଚୀନ ଗସ୍ତ ଆଉ ପୋଷ୍ଟର ଧରି ଅପେକ୍ଷା କରିଥିବା ସେହି ମହିଳା

December 25, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.