Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କ୍ୟାବିନେଟ୍‌ ବୈଠକରେ ୨୮ଟି ପ୍ରସ୍ତାବକୁ ମିଳିଲା ମଞ୍ଜୁରୀ
ଆଜିର ଖବର

କ୍ୟାବିନେଟ୍‌ ବୈଠକରେ ୨୮ଟି ପ୍ରସ୍ତାବକୁ ମିଳିଲା ମଞ୍ଜୁରୀ

February 23, 2019No Comments2 Mins Read
Share Facebook Twitter LinkedIn Email WhatsApp Copy Link

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ରାଜ୍ୟରେ କ୍ୟାବିନେଟ୍‌ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ୨୮ଟି ପ୍ରସ୍ତାବ ଉପରେ କ୍ୟାବିନେଟ୍‌ ମୋହର ଲଗାଇଛି । ସାଧାରଣ ନିର୍ବାଚନ ପୂର୍ବରୁ ରାଜ୍ୟ ସରକାର ନିଜ କର୍ମଚାରୀଙ୍କୁ ଖୁସି କରିଛନ୍ତି । ବର୍ଷ ବର୍ଷର ସେମାନଙ୍କ ଦାବିକୁ ପୂରଣ କରିଦିଆଯାଇଛି। ପଦବୀ ସୃଷ୍ଟି କରାଯିବା ସହିତ ଚାକିରି ସର୍ତ୍ତାବଳୀଠାରୁ ଆରମ୍ଭକରି ଚୁକ୍ତିଭିତ୍ତିକ କର୍ମଚାରୀଙ୍କୁ ସ୍ଥାୟୀ କରିବା ପର୍ଯ୍ୟନ୍ତ ସେମାନଙ୍କ ଦୀର୍ଘ ଦିନର ଆଶାକୁ ନିର୍ବାଚନ ପୂର୍ବରୁ ପୂରଣ କରିବା ଲାଗି ଚେଷ୍ଟା କରାଯାଇଛି। ୯୮୩ କୋଟି ଟଙ୍କାର ପାନୀୟ ଜଳ ପ୍ରକଳ୍ପ ଟେଣ୍ଡର ଓ ୧୬୮୦ କୋଟିଟଙ୍କାର ୯ଟି ଜିଲ୍ଲା ପାଇଁ ବୃହତ୍‌ ଉଠାଜଳସେଚନ ପ୍ରକଳ୍ପକୁ ଅନୁମୋଦନ ଦିଆଯାଇଛି । ଏହାବ୍ୟତୀତ କାଳିଆ ଛାତ୍ର ବୃତ୍ତି, ଖୁସି ଭଳି ଯୋଜନାରେ ବିଧିବଦ୍ଧ ସରକାରୀ ମୋହର ଲାଗିଛି। ଓଡ଼ିଶା ମୁଖ୍ୟ ବିଭାଗୀୟ ଦପ୍ତର କାର୍ଯ୍ୟାଳୟ( ନଅତାଲା) କର୍ମଚାରୀମାନଙ୍କ ଦୀର୍ଘଦିନର କ୍ୟାଡର ପୁନର୍ବିନ୍ୟାସ ଦାବି କୁ ମଧ୍ୟ ବିଚାର କରାଯାଇଛି ।  ଏହାକୁ ଦୃଷ୍ଟିରେ ରଖି ସେହି କର୍ମଚାରୀଙ୍କ କ୍ୟାଡର ସେବାସର୍ତ୍ତ ନିୟମାବଳୀକୁ ୨ଟି ସ୍ତରରେ ପରିବର୍ତନ କରାଯାଇଛି। ଅନୁରୂପ ଭାବେ ଜିଲ୍ଲାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, ବ୍ଲକ ଓ ତହସିଲ କାର୍ଯ୍ୟାଳୟମାନଙ୍କରେ କାର୍ଯ୍ୟରତ କର୍ମଚାରୀମାନଙ୍କ କ୍ୟାଡର ପୁନର୍ବିନ୍ୟାସ ମଧ୍ୟ କରାଯାଇଛି ।  ରାଜ୍ୟରେ କାର୍ଯ୍ୟରତ ୩୯୯୮ଜଣ ଚୁକ୍ତିଭିତ୍ତିକ ଷ୍ଟାଫ ନର୍ସଙ୍କୁ ନିୟମିତ ଓ ସମସ୍ତ ଷ୍ଟାଫ ନର୍ସଙ୍କ ନିଯୁକ୍ତି ଓ ପଦୋନ୍ନତି ପରିଚାଳନା ପାଇଁ ଓଡ଼ିଶା ଷ୍ଟାଫ ନର୍ସ ସେବା (ନିଯୁକ୍ତି ପଦ୍ଧତି ଓ ସେବା ସର୍ତାବଳୀ) ଆଇନ, ୨୦୧୯ ପ୍ରଣୟନ କରାଯାଇଛି। ଏହି ଆଇନ ଅନୁଯାୟୀ ୩୯୯୮ଜଣ ଅସ୍ଥାୟୀ ଓ ଚୁକ୍ତିଭିତ୍ତିକ ଷ୍ଟାଫ ନର୍ସମାନଙ୍କୁ ନିୟମିତ କରିବା ପ୍ରସ୍ତାବକୁ ଅନୁମୋଦନ ଦେଇଛି କ୍ୟାବିନେଟ୍‌। ଓଡ଼ିଶା ଯୋଜନା ସେବା ଅଧୀନରେ ୨ଟି ଅତିରିକ୍ତ ନିର୍ଦେଶକ ପଦବୀ ସୃଷ୍ଟି ପ୍ରସ୍ତାବକୁ ବି ଅନୁମୋଦନ ମିଳିଛି। ଓଡ଼ିଶା ପ୍ରାଣୀଧନ ନୀରିକ୍ଷକଙ୍କ ଚୟନ ଓ ନିଯୁକ୍ତି ନିୟମାବଳୀ ସଂଶୋଧନ କରାଯାଇଛି। ଓଡ଼ିଶା ହୋମିଓପ୍ୟାଥିକ ଭେଷଜ ଶିକ୍ଷା ସେବା ସର୍ତାବଳୀରେ ପରିବର୍ତନ ପ୍ରସ୍ତାବକୁ ମଞ୍ଜୁରି ଦେଇଛି କ୍ୟାବିନେଟ୍‌।

Share. Facebook Twitter LinkedIn Email WhatsApp Copy Link

Related Posts

ଭାରତକୁ ଆସୁଥିବା ଶିବାଲିକ୍ ଏବଂ ନନ୍ଦା ଦେବୀ ଜାହାଜରେ କେତେ ଦିନର ଏଲପିଜି ଅଛି?: ଜାଣନ୍ତୁ….

March 16, 2026

ବାଂଲାଦେଶ ଠାରୁ ହାରିବା ପରେ ପାକିସ୍ତାନ ଉପରେ ଉଠିଲା ପ୍ରଶ୍ନ: ମୋହସିନ୍ ନକଭିଙ୍କୁ କଟାକ୍ଷ

March 16, 2026

ଏସସିବି ଅଗ୍ନିକାଣ୍ଡ ମାମଲା: ମୃତକଙ୍କ ପରିବାରକୁ ଅନୁକମ୍ପା ରାଶି ଘୋଷଣା କଲେ ପ୍ରଧାନମନ୍ତ୍ରୀ

March 16, 2026

ରାଜ୍ୟସଭା ନିର୍ବାଚନ: ଉପାସନା ମହାପାତ୍ରଙ୍କ ଭୋଟକୁ ବିରୋଧ କଲେ ବିରୋଧୀ

March 16, 2026
Latest News

ଭାରତକୁ ଆସୁଥିବା ଶିବାଲିକ୍ ଏବଂ ନନ୍ଦା ଦେବୀ ଜାହାଜରେ କେତେ ଦିନର ଏଲପିଜି ଅଛି?: ଜାଣନ୍ତୁ….

March 16, 2026

ବାଂଲାଦେଶ ଠାରୁ ହାରିବା ପରେ ପାକିସ୍ତାନ ଉପରେ ଉଠିଲା ପ୍ରଶ୍ନ: ମୋହସିନ୍ ନକଭିଙ୍କୁ କଟାକ୍ଷ

March 16, 2026

ଏସସିବି ଅଗ୍ନିକାଣ୍ଡ ମାମଲା: ମୃତକଙ୍କ ପରିବାରକୁ ଅନୁକମ୍ପା ରାଶି ଘୋଷଣା କଲେ ପ୍ରଧାନମନ୍ତ୍ରୀ

March 16, 2026

“ଉପାସନା ମହାପାତ୍ରଙ୍କ ଭୋଟ ଆଚରଣ ବିଧି ଉଲ୍ଲଂଘନ କରେ’: ଅଭିଯୋଗ କଲେ ନବୀନ ପଟ୍ଟନାୟକ

March 16, 2026

ରାଜ୍ୟସଭା ନିର୍ବାଚନ: ଉପାସନା ମହାପାତ୍ରଙ୍କ ଭୋଟକୁ ବିରୋଧ କଲେ ବିରୋଧୀ

March 16, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.