Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ନେତୃତ୍ବ ସଂକଟରେ କଂଗ୍ରେସ : କେବଳ ଅଧ୍ୟକ୍ଷ ପଦ ନୁହେଁ, ଦଳରେ ଖାଲି ପଡିଛି ବହୁ ଗୁରୁତ୍ବପୂର୍ଣ୍ଣ ପଦବୀ
ଆଜିର ଖବର

ନେତୃତ୍ବ ସଂକଟରେ କଂଗ୍ରେସ : କେବଳ ଅଧ୍ୟକ୍ଷ ପଦ ନୁହେଁ, ଦଳରେ ଖାଲି ପଡିଛି ବହୁ ଗୁରୁତ୍ବପୂର୍ଣ୍ଣ ପଦବୀ

February 23, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ : ଚଳିତ ଲୋକସଭା ନିର୍ବାଚନରେ କଡା ପରାଜୟ ପରେ  ଅଧ୍ୟକ୍ଷ ପଦରୁ ରାହୁଲ୍‌ ଗାନ୍ଧି ଇସ୍ତଫା ଦେଇଥିଲେ। ଏହା ପରେ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ଭାବେ ଦାୟିତ୍ବ ନେଇଛନ୍ତି ସୋନିଆ ଗାନ୍ଧି। ତେବେ ଦଳର ଅଧ୍ୟକ୍ଷ ନେଇ ଏବେବି ଦଳ ଭିତରେ ଚାଲିଛି ସଂଶୟ।

କଂଗ୍ରେସ ଦଳ ପାଇଁ ନୂତନ ଅଧ୍ୟକ୍ଷକୁ ନେଇ ରହିଥିବା ଅନିଶ୍ଚିତତା ପରିସ୍ଥିତି ଯେତିକି ଜଟିଳ ନାହିଁ, ତାଠୁ ଅଧିକ ହେଉଛି ଦଳର ବିଭିନ୍ନ ବିଭାଗ ତଥା ପ୍ରକୋଷ୍ଠରେ ଥିବା ଦୀର୍ଘ ସମୟ ଧରି ମୁଖ୍ୟଙ୍କୁ ଅପେକ୍ଷା କରିବା । ଏହା ସହିତ କିଛି ବିଭାଗ ଓ ସେଲର ନିଷ୍କ୍ରିୟିତାକୁ ନେଇ ଏବେ ଦଳ ଦୋଦୁଲ୍ୟମାନ ସ୍ଥିତିରେ। ତେବେ ଦଳ ତରଫରୁ ସଙ୍ଗଠନରେ ପରିବର୍ତ୍ତନ ପାଇଁ ପ୍ରକ୍ରିୟା ଚାଲୁ ରହିଥିବାବେଳେ ଆଗାମୀ ସମୟରେ ଦଳର ବିଭିନ୍ନ ବିଭାଗ ଓ ସେଲରେ ରହିଥିବା ଖାଲି ପଦବୀଗୁଡ଼ିକ ପୂରଣ କରାଯିବ ବୋଲି କୁହାଯାଉଛି । ଦଳ ତରଫରୁ 20ଟି ଅଧିକ ବିଭିନ୍ନ ବିଭାଗ –ପ୍ରକୋଷ୍ଠରେ ତିନି – ବିଧି, ମାନବାଧିକା ଏବଂ ଆରଟିଆଇ ବିଭାଗ, ଅଖିଳ ଭାରତୀୟ ଆଦିବାସୀ କଂଗ୍ରେସ ଓ ‘ଅଖିଳ ଭାରତୀୟ କିଶାନ କଂଗ୍ରେସ’ର ଅଧ୍ୟକ୍ଷ ପଦବୀଗୁଡ଼ିକ ଦୀର୍ଘ ଦିନ ଧରି ଖାଲି ରହିଛି ।

ଚଳିତ ଲୋକସଭା ନିର୍ବାଚନରେ କଂଗ୍ରେସ ବିପର୍ଯ୍ୟୟ ପରେ ’ବିଧି ବିଭାଗ’ର ଅଧ୍ୟକ୍ଷ ବିବେକ ତନଖା ଇସ୍ତଫା ଦେଇ ଦେଇଥିଲେ । ଏହା ପରେ ଏହି ବିଭାଗରେ ଅଧ୍ୟକ୍ଷ ପଦବୀରେ କେହି ନିଯୁକ୍ତି ହୋଇନାହାନ୍ତି। ଆଦିବାସୀ ସମୁଦାୟ ଦଳରେ ଆଧାର ବଢିବା ଉଦ୍ଦେଶ୍ୟରେ ‘ଅଖିଳ ଭାରତୀୟ ଆଦିବାସୀ କଂଗ୍ରେସ’ର ଅଧ୍ୟକ୍ଷ ପଦ ବିଗତ ଏକ ବର୍ଷ ଧରି ଖାଲି ପଡିଛି । ପୂର୍ବ କେନ୍ଦ୍ର ମନ୍ତ୍ରୀ କିଶୋର ଚନ୍ଦ୍ର ଦେବ ଲୋକସଭା ନିର୍ବାଚନର ପୂର୍ବରୁ ଏହି ପଦବୀରୁ ଇସ୍ତଫା ଦେଇଥିଲେ। ତେବେ କଂଗ୍ରେସର ଏହି ବିଭାଗଟି ଉପାଧ୍ୟକ୍ଷ ମହେନ୍ଦ୍ରଜିତ୍‌ ସିଂ ମାଲବୀୟ ଓ ଶ୍ୟାମସୁନ୍ଦର ହଂସଦାସଙ୍କ ନିରୀକ୍ଷଣରେ ଚାଲିଛି ।

ଦଳର ଅନ୍ୟ ଏକ ମହତ୍ତ୍ବପୂର୍ଣ୍ଣ ପ୍ରକୋଷ୍ଠ ହେଉଛି ‘କିଶାନ କଂଗ୍ରେସ’ । ଗତ ତିନି ମାସ ଧରି ଏହା ବିନା ଅଧ୍ୟକ୍ଷରେ କାମ କରୁଛି । ଗତ ବର୍ଷ ନଭେମ୍ବରରେ ମହାରାଷ୍ଟ୍ରରେ ଶିବସେନା-କଂଗ୍ରେସ-ଏନ୍‌ସିପିର ସରକାର ଗଠନ ହେବା ପରେ କିଶାନ କଂଗ୍ରେସର ଅଧ୍ୟକ୍ଷ ନାନା ପଟେଲ ବିଧାନସଭା ଅଧ୍ୟକ୍ଷ ହୋଇଥିଲେ । ଏହା ପରେ କିଶାନ କଂଗ୍ରେସର ଅଧ୍ୟକ୍ଷ ପଦ ଖାଲି ପଡିଛି ।  ସେହିପରି ଦେଢ ବର୍ଷ ପୂର୍ବ ଗଠନ ହୋଇଥିବା ‘ସିଭିକ୍‌ ଏଣ୍ଡ୍‌ ସୋସାଲ୍‌ ଆଉଟରିଚ୍‌ କଂଗ୍ରେସ’ରେ ଅଧ୍ୟକ୍ଷ ଓ ସଚିବଙ୍କ ବ୍ୟତୀତ ଅନ୍ୟ ପଦାଧିକାରୀଙ୍କୁ ନିଯୁକ୍ତି ମିଳିନାହିଁ । ସେହିପରି କଂଗ୍ରେସର ଅନ୍ୟ ସେଲ୍‌ଗୁଡ଼ିକରେ ମଧ୍ୟ ବିଭିନ୍ନ ପଦବୀ ଖାଲି ପଡିଛି । ତେବେ ଦଳର ନୂତନ ଅଧ୍ୟକ୍ଷକୁ ନେଇ ରହିଥିବା ଅନିଶ୍ଚିତତା ସ୍ଥିତି ଶେଷ ହେବା ପରେ ସଙ୍ଗଠନରେ ରହିଥିବା ବିଭିନ୍ନ ବିଭାଗରେ ପରିବର୍ତ୍ତନ ଓ ନିଯୁକ୍ତି ପ୍ରକ୍ରିୟା କରାଯିବ ବୋଲି ସୂଚନା ରହିଛି । କଂଗ୍ରେସ ସଙ୍ଗଠନରେ ଏବେ 13 ଜଣ ମହାସଚିବ, 13ଜଣ ପ୍ରଭାରୀ, ପାଖାପାଖି 60 ସଚିବ ଓ ଆଠଜଣ ସଂଯୁକ୍ତ ସଚିବ ରହିଛନ୍ତି ।

Congress
Share. Facebook Twitter LinkedIn Email WhatsApp Copy Link

Related Posts

ସୋଆ ସ୍କୁଲ ଅଫ୍ ହୋଟେଲ ମ୍ୟାନେଜମେଂଟରେ କେକ୍ ମିକ୍ସିଙ୍ଗ୍ ଉତ୍ସବ ଆୟୋଜିତ

December 18, 2025

ପ୍ରତିବର୍ଷ ଭାରତ ଛାଡୁଛନ୍ତି 2 ଲକ୍ଷ ଲୋକ: କେନ୍ଦ୍ର ସରକାର

December 18, 2025

ଛତିଶଗଡରେ ଏନକାଉଣ୍ଟର: ୩ ନକ୍ସଲ ନିହତ

December 18, 2025

ହସ୍ପିଟାଲ ନିକଟରେ ପୋଲିସ ଦ୍ଵାରା ଚାଲାଣ କଟାକୁ ଆମ ଆଦମୀ ପାର୍ଟିର ଦୃଢ଼ ବିରୋଧ

December 18, 2025
Latest News

ସୋଆ ସ୍କୁଲ ଅଫ୍ ହୋଟେଲ ମ୍ୟାନେଜମେଂଟରେ କେକ୍ ମିକ୍ସିଙ୍ଗ୍ ଉତ୍ସବ ଆୟୋଜିତ

December 18, 2025

ପ୍ରତିବର୍ଷ ଭାରତ ଛାଡୁଛନ୍ତି 2 ଲକ୍ଷ ଲୋକ: କେନ୍ଦ୍ର ସରକାର

December 18, 2025

ଛତିଶଗଡରେ ଏନକାଉଣ୍ଟର: ୩ ନକ୍ସଲ ନିହତ

December 18, 2025

ହସ୍ପିଟାଲ ନିକଟରେ ପୋଲିସ ଦ୍ଵାରା ଚାଲାଣ କଟାକୁ ଆମ ଆଦମୀ ପାର୍ଟିର ଦୃଢ଼ ବିରୋଧ

December 18, 2025

କାଶୀ ତାମିଲ ସଙ୍ଗମର ଚତୁର୍ଥ ପର୍ଯ୍ୟାୟ ସମାପ୍ତ: ପ୍ରଥମ ଥର ପାଇଁ କାଶୀରୁ ତାମିଲନାଡୁ ଯାଉଛନ୍ତି ଛାତ୍ରଛାତ୍ରୀ

December 18, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.