Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କଲ୍ୟାଣ ମଣ୍ଡପକୁ ନେଇ ନାନା ଋଷିଙ୍କ ନାନା ମତ: ବଳିପଡ଼ୁଛି ଟ୍ରାଫିକ୍ ବ୍ୟବସ୍ଥା ନୀରବଦ୍ରଷ୍ଟା ବିଡ଼ିଏ !
ଆଜିର ଖବର

କଲ୍ୟାଣ ମଣ୍ଡପକୁ ନେଇ ନାନା ଋଷିଙ୍କ ନାନା ମତ: ବଳିପଡ଼ୁଛି ଟ୍ରାଫିକ୍ ବ୍ୟବସ୍ଥା ନୀରବଦ୍ରଷ୍ଟା ବିଡ଼ିଏ !

February 23, 2020No Comments3 Mins Read
Share Facebook Twitter LinkedIn Email WhatsApp Copy Link

ହେମାଙ୍ଗ ପ୍ରସାଦ ରାଉଳ

ବ୍ରହ୍ମପୁର: ଭୋଜିଭାତ ଋତୁରେ ବ୍ରହ୍ମପୁର ମହାନଗରରେ କଲ୍ୟାଣ ମଣ୍ଡପଗୁଡ଼ିକର ବ୍ୟବସାୟିକ ଋତୁ କହିଲେ ଅତ୍ୟୁକ୍ତି ହେବ ନାହିଁ । ସହରର ପ୍ରତି ଗଳିକନ୍ଦିରେ ଛତୁ ଫୁଟିଲା ପରି ଖୋଲା ହୋଇଛି ବିବାହ ମଣ୍ଡପ କଲ୍ୟାଣ ମଣ୍ଡପ। ମାତ୍ରାଧିକ କଲ୍ୟାଣ ମଣ୍ଡପର ସାଜସଜ୍ଜା ଅତି ଚମତ୍କାର ଓ ଲକ୍ଷଲକ୍ଷ ଟଙ୍କାର ବ୍ୟବସାୟ ନେଇ ବେପାରୀମାନେ ଖୁସୀ । କିନ୍ତୁ ଏଇ ଅନୁଷ୍ଠାନ ଗୁଡ଼ିକ ଅନୁଶାସନ ସହ କେତେଦୂର ନିଜକୁ ଯୋଡ଼ିଛନ୍ତି ଏହାକୁ ନେଇ ଉଠିଛି ପ୍ରଶ୍ନ । କାରଣ ଏହି ଅନୁଷ୍ଠାନ ଗୁଡ଼ିକରେ ସରକାରୀ ବ୍ୟବସ୍ଥାକୁ ପାଳନ କରିବା ନେଇ କୌଣସି ସ୍ପଷ୍ଟ ସୂଚନା ଫଳକ କେଉଁଠି ଝୁଲିବାର ଦୃଷ୍ଟାନ୍ତ ନାହିଁ । ସହରର ମାଳମାଳ କଲ୍ୟାଣ ମଣ୍ଡପର ପରିବେଶକୁ ନେଇ ବିଡ଼ିଏର ତନଖି କରିବାର ଦୃଷ୍ଟାନ୍ତ ନାହିଁ । ବିଭିନ୍ନ ଦିଗରୁ ବିଚାର କରିଲେ କଲ୍ୟାଣ ମଣ୍ଡପଗୁଡ଼ିକର ସମସ୍ତ ନିୟମକାନୁନ୍‌କୁ ଜଳାଞ୍ଜଳି ଦେଇ ବାର୍ଷିକ ଲକ୍ଷଲକ୍ଷ ଟଙ୍କାର ବେପାର କରନ୍ତି । ଅଥଚ ବିଡ଼ିଏ ଆଖି ବୁଜି ଦେଇ ଜନତାଙ୍କୁ ଲୁଟିବାର ବାଟ ଦେଖାଇବାର ରହସ୍ୟ କ’ଣ? ମାଲାମାଲ ହେଉଥିବା କଲ୍ୟାଣ ମଣ୍ଡପଗୁଡ଼ିକ ଉପରେ ତୀକ୍ଷ୍‌ଣ ଦୃଷ୍ଟି ରଖିଥିବା ସାମାଜିକ ଗଣମାଧ୍ୟମରେ ଅନୁଗାମୀ ତଥା ଜନତା ଜନାର୍ଦ୍ଦନ ଆଜି ଏସବୁ ପ୍ରଶ୍ନ ଉଠାଇବା ମଧ୍ୟ ସ୍ୱାଭାବିକ । ପ୍ରଥମତଃ ପରିବେଶ ପ୍ରଦୂଷଣ ଓ ଶବ୍ଦ ପ୍ରଦୂଷଣ ସହ କଲ୍ୟାଣ ମଣ୍ଡପ ନିଜର ଆଧିପତ୍ୟ ବିସ୍ତାର କରିଦିଅନ୍ତି । ସାହି ମଝିରେ କଲ୍ୟାଣ ମଣ୍ଡପର ଭବ୍ୟ ଆୟୋଜନରେ ଆଲୋକ ଓ ଡ଼ିଜେ ଶବ୍ଦକୁ ନେଇ ସହରବାସୀ ଅତିଷ୍ଠ । ସବୁବେଳେ ସନ୍ଧ୍ୟାରୁ ସକାଳ ଓ ସକାଳରୁ ରାତି ଯାଏଁ ଚଳଚଞ୍ଚଳ ଥିବା କଲ୍ୟାଣ ମଣ୍ଡପର ପାରିପାର୍ଶ୍ବିକ ଦିଗରେ ଶବ୍ଦ ପ୍ରଦୂଷଣର କଥା, ବ୍ୟଥା ହୋଇ ଫାଟି ପଡ଼ୁଛି କାନ । ଅଥଚ ନୀରବ ରହୁଛି ବିଡ଼ିଏ ପ୍ରଶାସନ ।

ଦ୍ୱିତୀୟତଃ ମଇଳା ଆବର୍ଜନାଗୁଡ଼ିକ କଲ୍ୟାଣ ମଣ୍ଡପରୁ କିପରି ବାହାରିଥାଏ ଏବଂ କେଉଁଠି ପକାଇ ଦିଆଯାଏ ତା’ର ଠିକଣା କାହା ପାଖରେ ନାହିଁ । ମାଛମାଂସର ଗନ୍ଧ ସହ ଭୋଜି ସରିଲା ପରେ ପନିପରିବା ସାଙ୍ଗକୁ ଖାଦ୍ୟ ପଚିସଢ଼ିଗଲେ ସେଇ ସ୍ଥାନରେ ରଖି ଦେଇ କିମ୍ବା କୌଣସି ନାଳ ନର୍ଦ୍ଦମାରେ ପକାଇ ଦେଇ କଲ୍ୟାଣ ମଣ୍ଡପର କରିତ୍‌କର୍ମାମାନେ ନୀରବ ଅଥଚ ଦଶା ଭୋଗନ୍ତି ଜନସାଧାରଣ । ବର୍ତ୍ତମାନ ବିବାହ ବ୍ରତ ଋତୁ ସାଙ୍ଗକୁ ପିଲାମାନଙ୍କ ପରୀକ୍ଷା ସମୟ ଆସନ୍ନ । ବିବାହ ବରଯାତ୍ରୀ ମାନେ ନାଚଗୀତରେ ବର ସହ ଗଲାବେଳେ ଶବ୍ଦ ପ୍ରଦୂଷଣ କରି କଲ୍ୟାଣ ମଣ୍ଡପକୁ ଗଲାବେଳେ ଡ଼ିଜେର ବହୁଳ ବ୍ୟବହାର ସାମାଜିକ ଶୃଙ୍ଖଳିତ ପରିବେଶକୁ ବିପନ୍ନ କରିଦିଏ ଅଥଚ ଜିଲ୍ଲା ପ୍ରଶାସନ ନୀରବଦ୍ରଷ୍ଟା । ପ୍ରଶ୍ନ ଉଠୁଛି ସହରରେ ମଲ୍ ହୋଟେଲ୍‌ର ପ୍ରଦୂଷଣ ମାତ୍ରା ଓ ପରିବେଶକୁ ନେଇ ଚିନ୍ତିତ ଥିବା ବିଡ଼ିଏ ପ୍ରଶାସନ ଓ ମହାନଗର ନିଗମ ଚଢ଼ାଉ କରିବାର ଅନେକ ଦୃଷ୍ଟାନ୍ତ ଅଛି । କଲ୍ୟାଣ ମଣ୍ଡପକୁ କାହିଁକି ଏଥିରୁ ବାଦ ଦିଆଯାଉଛି ତାହା ବୁଝାପଡ଼ୁନି? ବିଡ଼ିଏ ସଚିବଙ୍କ ଦ୍ୱାରା କଲ୍ୟାଣ ମଣ୍ଡପର ଯାଞ୍ଚ ପ୍ରକ୍ରିୟା କେବେ ନହେବା ସଂଦେହ ସୃଷ୍ଟି କରୁଛି ଯେ କଲ୍ୟାଣ ମଣ୍ଡପ ଓ ବାବୁମାନଙ୍କ ମଧୁଚନ୍ଦ୍ରିକାରେ ଏପରି ଅବ୍ୟବସ୍ଥାକୁ ହଜମ କରିନେବା ପାଇଁ ସହରବାସୀଙ୍କୁ ବାଧ୍ୟ କରାଯାଉନି ତ? ଆମର ଅନୁସନ୍ଧାନ ମୂଳକ ରିପୋର୍ଟରେ ଟ୍ରାଫିକ୍ ବ୍ୟବସ୍ଥାକୁ ବିଗାଡ଼ିବା ସହ ଡ଼୍ରେନ୍‌ଗୁଡ଼ିକରେ କଲ୍ୟାଣ ମଣ୍ଡପର ମଇଳା ସବୁ ପ୍ରାମାଣିକ ତଥ୍ୟ ସହ ଏଇ ଆଲେଖ୍ୟ ସହ ଯୋଡ଼ି ଦେଇ ଉପସ୍ଥାପନ କରୁଛି ଯାହା ବିସ୍ମୟ ସୃଷ୍ଟି କରିଛି ଯେ ବ୍ରହ୍ମପୁର ମହାନଗର ନିଗମରେ ରିପୋର୍ଟ ଅନୁଯାୟୀ ୪୦ଟି ୱାର୍ଡ଼ ମଧ୍ୟରୁ ୨୭ଟି ୱାର୍ଡ଼ରେ ୯୫ଟି କଲ୍ୟାଣ ମଣ୍ଡପ ନିର୍ମାଣ ହୋଇଛି । କିନ୍ତୁ ପରିତାପର ବିଷୟ ଏହିକି ଯେ ଏହି କଲ୍ୟାଣ ମଣ୍ଡପକୁ ଆବଶ୍ୟକୀୟ ସରକାରୀ ନିୟମ ଭିତ୍ତିରେ କରାଯାଇନଥିବା ସାଧାରଣ ତଥା ବୁଦ୍ଧିଜୀବୀରେ ଚର୍ଚ୍ଚା ହେଉଛି ।

ସୂଚନାଥାଉକି ବିଡ଼ିଏ କେଉଁ ପରିପ୍ରେକ୍ଷୀରେ ଏହି କଲ୍ୟାଣ ମଣ୍ଡପଗୁଡ଼ିକୁ ମଂଜୁର କରିଛି ଏବଂ ପ୍ରଦୂଷଣ ନିୟନ୍ତ୍ରଣ ବିଭାଗ ଏହାକୁ ଗମ୍ଭୀରତାର ସହ ନନେଇ ସରକାରୀ ନିୟମକୁ ଖୁଲମ୍‌ଖୁଲା ଉଲ୍ଲଂଘନ କରିବାକୁ କଲ୍ୟାଣ ମଣ୍ଡପ ମାଲିକମାନଙ୍କୁ ପ୍ରୋତ୍ସାହନ ଦେଉଛନ୍ତି କହିଲେ କିଛି ଭୁଲ ହେବ ନାହିଁ । ବ୍ରହ୍ମପୁର ବିଡ଼ିଏ କର୍ତ୍ତୃପକ୍ଷ କଲ୍ୟାଣ ମଣ୍ଡପ ବିଷୟରେ ତଥ୍ୟ ମାଗିଲେ କୌଣସି ସନ୍ତୁଷ୍ଟଜନକ ଉତ୍ତର ଦେଉନାହାନ୍ତି । ବିନା ପାର୍କିଂ ବ୍ୟବସ୍ଥାରେ କିଭଳି ଭାବରେ କଲ୍ୟାଣ ମଣ୍ଡପ ପାଇଁ ସ୍ୱୀକୃତି ଦିଆଗଲା ଯାହାକି ବିଡ଼ିଏ କାର୍ଯ୍ୟକଳାପ ପ୍ରତି ଆଙ୍ଗୁଠି ନିର୍ଦ୍ଦେଶ କରୁଛି ।

ସୂଚନାଯୋଗ୍ୟ ସରକାରୀ ନିୟମକୁ ଉଲ୍ଲଂଘନ କରୁଥିବା ଭୁବେନେଶ୍ୱରର ବିଭିନ୍ନ କଲ୍ୟାଣ ମଣ୍ଡପ ଉପରେ ଅଚାନକ ଚଢ଼ାଉ କରାଯାଇ ଏଗୁଡ଼ିକୁ ବନ୍ଦ କରିଦିଆଗଲା । ସରକାରୀ ନିୟମ ପାଳନ ହେଉଥିବାରୁ ଏଗୁଡ଼ିକ ଉପରେ ଭୁବନେଶ୍ୱର ପ୍ରଶାସନ ତତ୍ପର ହୋଇ ଚଢ଼ାଉ କରିବା ସତ୍‌ସାହସ କରିଥିବାବେଳେ ବ୍ରହ୍ମପୁର ସହର ଏଥିରେ ବ୍ୟତିକ୍ରମ କାହିଁକି ରହୁଛି ଜଣାପଡ଼ୁନି । ସହରରେ ବର୍ତ୍ତମାନ ପ୍ରତି ଗଳିରେ ତଥା ଛତୁ ଫୁଟିଲା ଭଳି ଗୋଟିଏ ଗୋଟିଏ କଲ୍ୟାଣ ମଣ୍ଡପ । ସରକାରୀ ନିୟମର ଏମାନେ ଖୁଲମ୍‌ଖୁଲା ଉଲ୍ଲଂଘନ କରୁଛନ୍ତି । କିନ୍ତୁ ଏଗୁଡ଼ିକୁ ଚଢ଼ାଉ କରିବାକୁ ବିଡ଼ିଏ କାହିଁକି ସତ୍‌ସାହାସ କରୁନାହିଁ ତାହା ଜଣାପଡ଼ୁନି ।

BJP Ads
Share. Facebook Twitter LinkedIn Email WhatsApp Copy Link

Related Posts

କଳିଙ୍ଗ ଷ୍ଟାଡିୟମରେ 17 ତମ ଆଦିବାସୀ ଯୁବ ବିନିମୟ କାର୍ଯ୍ୟକ୍ରମ ଅନୁଷ୍ଠିତ

November 4, 2025

କଟକରେ ଡିଜିଟାଲ ଲାଇଫ ସାର୍ଟିଫିକେଟ ଅଭିଯାନ ୪.୦ ଅନୁଷ୍ଠିତ

November 4, 2025

ଆଜି ନଭେମ୍ବର ୪ ତାରିଖ ମଙ୍ଗଳବାର ଦିନ ଏହି ରାଶିର ବ୍ୟକ୍ତିମାନେ ସକାଳୁ ପାଇବେ ଶୁଭ ଖବର

November 4, 2025

ଏସ୍‌ପିଏସ୍ କ୍ୟାମ୍ପସ-୨ର ପ୍ରଥମ ବର୍ଷର ଛାତ୍ରଛାତ୍ରୀଙ୍କ ନିମନ୍ତେ ଓରିଏନ୍‌ଟେସନ୍ କାର୍ଯ୍ୟକ୍ରମ

November 3, 2025
BJP Ads
Latest News

କଳିଙ୍ଗ ଷ୍ଟାଡିୟମରେ 17 ତମ ଆଦିବାସୀ ଯୁବ ବିନିମୟ କାର୍ଯ୍ୟକ୍ରମ ଅନୁଷ୍ଠିତ

November 4, 2025

କଟକରେ ଡିଜିଟାଲ ଲାଇଫ ସାର୍ଟିଫିକେଟ ଅଭିଯାନ ୪.୦ ଅନୁଷ୍ଠିତ

November 4, 2025

ଆଜି ନଭେମ୍ବର ୪ ତାରିଖ ମଙ୍ଗଳବାର ଦିନ ଏହି ରାଶିର ବ୍ୟକ୍ତିମାନେ ସକାଳୁ ପାଇବେ ଶୁଭ ଖବର

November 4, 2025

ଏସ୍‌ପିଏସ୍ କ୍ୟାମ୍ପସ-୨ର ପ୍ରଥମ ବର୍ଷର ଛାତ୍ରଛାତ୍ରୀଙ୍କ ନିମନ୍ତେ ଓରିଏନ୍‌ଟେସନ୍ କାର୍ଯ୍ୟକ୍ରମ

November 3, 2025

ସମୟୋଚିତ ଯୋଜନା ଏବଂ ସମନ୍ୱୟ ମାଧ୍ୟମରେ ୟୁରିଆ ଉପଲବ୍ଧତା ସୁନିଶ୍ଚିତ କଲା ସାର ବିଭାଗ

November 3, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.