Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଉଦ୍‌ଯାପିତ ହେଲା ଓଡ଼ିଶା ସାଂସ୍କୃତିକ ମହୋତ୍ସବ
ଆଜିର ଖବର

ଉଦ୍‌ଯାପିତ ହେଲା ଓଡ଼ିଶା ସାଂସ୍କୃତିକ ମହୋତ୍ସବ

February 24, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ହେମାଙ୍ଗ ପ୍ରସାଦ ରାଉଳ

ବ୍ରହ୍ମପୁର: ଦୁଇଦିନ ଧରି ଖଲିକୋଟ କଲେଜ ଖେଳପଡ଼ିଆରେ ଚାଲିଥିବା ଓଡ଼ିଶା ସାଂସ୍କୃତିକ ମହୋତ୍ସବ-୨୦୨୦ ଉଦ୍‌ଯାପିତ ହୋଇଯାଇଛି। ଉଦ୍‌ଯାପନୀ ଦିବସରେ ମୁଖ୍ୟଅତିଥି ରୂପେ ଗୃହ, ଶକ୍ତି, ଶିଳ୍ପ ମନ୍ତ୍ରୀ କ୍ୟାପ୍‌ଟେନ୍ ଦିବ୍ୟଶଙ୍କର ମିଶ୍ର ମୁଖ୍ୟଅତିଥି ରୂପେ ଯୋଗଦାନ କରିଥିଲେ । ଏହି ଅବସରରେ ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା, ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ, ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ, ଗଂଜାମ ଜିଲ୍ଲା ବିଜେଡ଼ି ସଭାପତି ଡା. ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ବ୍ରହ୍ମପୁର ଏସ୍‌ପି ପିନାକ ମିଶ୍ର, ବ୍ରହ୍ମପୁର ଆକାଶବାଣୀର ହୃଷିକେଶ ପାଣିଗ୍ରାହୀ, ପୂର୍ବତନ ବିଡ଼ିଏ ଅଧ୍ୟକ୍ଷ ସୁବାଷ ମହାରଣା, ଡା. ସାଗର ରଂଜନ ତ୍ରିପାଠୀ ପ୍ରମୁଖ ମଂଚାସୀନ ଅତିଥି ଭାବେ ଯୋଗ ଦେଇଥିଲେ ।

ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟରେ ସିପନ୍ ଘଡ଼େଇ ଓ ସାଥୀଙ୍କ ଶିଙ୍ଗି ବାଦ୍ୟ ପରିବେଷଣ, ପ୍ରତିମା ନାୟକ ନୃତ୍ୟ ଦଳ ପକ୍ଷରୁ ସମ୍ବଲପୁରୀ ନୃତ୍ୟ ପରିବଷଣ କରାଯାଇଥିଲା । ରେଡ଼ିଓ ଷ୍ଟେସନ ରୋଡ଼୍ ସାଇ ମନ୍ଦିର ନିକଟରେ ଥିବା ଜାଗୃତି ଏକାଡ଼େମୀ ଅଫ୍ ଆର୍ଟ ଆଣ୍ଡ କଲଚର୍ ତରଫରୁ ଏହାର କୁନି କୁନି କଳାକାରମାନେ ଦେଶାତ୍ମବୋଧକ ନୃତ୍ୟ ପରିବେଷଣ କରିଥିଲେ । ଯାହାକୁ ଦେଖି ଦର୍ଶକଙ୍କ ଆଖିରୁ ଲୁହ ଆସିଯାଇଥିଲା । ଏହି କଳାକାରମାନଙ୍କ ନୃତ୍ୟକୁ ଦର୍ଶକମାନେ ଖୁବ୍ ଉପଭୋଗ କରିବା ସହ ପ୍ରଶଂସା କରିଥିଲେ । ଭୁବନେଶ୍ୱର ଅପରୂପା ପଟ୍ଟନାୟକ ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିଲେ । ଲିଜୋମି ଡ଼୍ୟାନସ ଏକାଡ଼େମୀ, ଏରୋବିକ୍ ଡ଼େଡ଼ିକେସନ ଭିମ୍ ଗ୍ରୁପ୍‌, ରକ୍‌ଷ୍ଟାର ଡ଼୍ୟାନସ ଗ୍ରୁପ ପକ୍ଷରୁ ନୃତ୍ୟ ପରିବେଷଣ କରାଯାଇଥିଲା । ମୁଖ୍ୟ ଆକର୍ଷଣ ରୂପେ ଶେଷରେ ମୁମ୍ବାଇର ବଲିଉଡ଼୍ କଣ୍ଠଶିଳ୍ପୀ ସୁନୀଲ କୁମାର ସଂଗୀତ ପରିବେଷଣ କରିଥିଲେ । ଅଭିଶେକ କ୍ରିଏସନ୍ ପକ୍ଷରୁ ପ୍ରଥମଥର ପାଇଁ ଓଡ଼ିଶା ସାଂସ୍କୃତିକ ମହୋତ୍ସବ ଆୟୋଜନ ହୋଇଥିବାରୁ ଅତିଥିମାନେ ଏକପ୍ରକାର ପ୍ରୟାସର ଭୂୟସୀ ପ୍ରଶଂସା କରିଥିଲେ ।

ଏହି ଅବସରରେ ବିଭିନ୍ନ ସଂଗଠନ ଓ ବ୍ୟକ୍ତିବିଶେଷଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା । ସେହିପରି ଅତିଥିଙ୍କୁ ଉପଢ଼ୌକନ ଓ ଗଛ ଚାରା ଦେଇ ସମ୍ବର୍ଦ୍ଧିତ କରାଯିବା ସହ କଳାକାରମାନଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମରେ ଅଭିଶେଖ କ୍ରିଏସନ୍‌ର ପରିଚାଳନା ନିର୍ଦ୍ଦେଶକ ଉଷା ପଟ୍ଟନାୟକ, ନିର୍ଦ୍ଦେଶିକା ଆରତୀ ପଟ୍ଟନାୟକ, ମହୋତ୍ସବ କମିଟି ଅଧ୍ୟକ୍ଷ ପ୍ରକାଶ ପଟ୍ଟନାୟକ, ସଂପାଦକ ସୁଦୀପ ସାହୁ, ସଂଯୋଜକ ଜ୍ୟୋତି ରଂଜନ ଦାଶ, ଦେବହରି ବେହେରା, ମିହିର ତ୍ରିପାଠୀ, କେଦାରନାଥ ଚୌଧୁରୀ, ସନ୍ତୋଷ କୁମାର ସାହୁ, ନିର୍ମଳ ଚନ୍ଦ୍ର ସାହୁ, ସୁନନ୍ଦା ଚୌଧୁରୀଙ୍କ ସମେତ ଅଭିଶେକ କ୍ରିଏସନର ବହୁ ସଦସ୍ୟ ସଦସ୍ୟା ଯୋଗଦେଇ ସହଯୋଗ କରିଥିଲେ ।

Share. Facebook Twitter LinkedIn Email WhatsApp Copy Link

Related Posts

କଟକରେ ଜାତୀୟ ଇଣ୍ଡୋର ନୌଚାଳନା ପ୍ରତିଯୋଗିତା ଆରମ୍ଭ

April 11, 2026

୫୦ ଫୁଟ ତଳକୁ ଖସିଲା ଓଏସ୍‌ଆରଟିସି ବସ୍‌

April 11, 2026

ରାଜ୍ୟରେ ଏଲପିଜି ଗ୍ୟାସ କଳାବଜାରୀ ଉପରେ କାର୍ଯ୍ୟାନୁଷ୍ଠାନ: ୪୬୯୧ ସିଲିଣ୍ଡର ଜବତ

April 11, 2026

‘ଅଟଳ ବସ୍ ଷ୍ଟାଣ୍ଡ’ ଯୋଜନାକୁ ରାଜ୍ୟ କ୍ୟାବିନେଟର ମଞ୍ଜୁରି

April 11, 2026
Latest News

କଟକରେ ଜାତୀୟ ଇଣ୍ଡୋର ନୌଚାଳନା ପ୍ରତିଯୋଗିତା ଆରମ୍ଭ

April 11, 2026

୫୦ ଫୁଟ ତଳକୁ ଖସିଲା ଓଏସ୍‌ଆରଟିସି ବସ୍‌

April 11, 2026

ରାଜ୍ୟରେ ଏଲପିଜି ଗ୍ୟାସ କଳାବଜାରୀ ଉପରେ କାର୍ଯ୍ୟାନୁଷ୍ଠାନ: ୪୬୯୧ ସିଲିଣ୍ଡର ଜବତ

April 11, 2026

‘ଅଟଳ ବସ୍ ଷ୍ଟାଣ୍ଡ’ ଯୋଜନାକୁ ରାଜ୍ୟ କ୍ୟାବିନେଟର ମଞ୍ଜୁରି

April 11, 2026

ଭାରତ ଏବଂ ମରିସସ ମଧ୍ୟରେ ତୈଳ ଏବଂ ଗ୍ୟାସ ଯୋଗାଣ ପାଇଁ ଚୁକ୍ତିନାମା ଚୂଡ଼ାନ୍ତ

April 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.