Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସାବରମତି ଆଶ୍ରମରେ ଚରଖ ଚଳାଇ ଏକ ବିଶେଷ ଅନୁଭୂତି ହାସଲ କଲେ ଟ୍ରମ୍ପ ଦମ୍ପତି
ଆଜିର ଖବର

ସାବରମତି ଆଶ୍ରମରେ ଚରଖ ଚଳାଇ ଏକ ବିଶେଷ ଅନୁଭୂତି ହାସଲ କଲେ ଟ୍ରମ୍ପ ଦମ୍ପତି

February 24, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ଅହମଦାବାଦ, ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ ଭାରତ ଗସ୍ତ ଏକ ବିଶେଷ ଅନୁଭୂତି ଆଣି ଦେଇଛି। ଏହି ଆମେରିକୀୟ ଦମ୍ପତି ଅହମଦାବାଦ ବିମାନ ବନ୍ଦରରେ ପହଁଚିବା ପରେ ସର୍ଦ୍ଦାର ପଟେଲ ଷ୍ଟାଡିୟମକୁ ଏକ କାର ରାଲିରେ ଯାଇଥିଲେ। ବାଟରେ ସେ କିଛି ସମୟ ପାଇଁ ମହାତ୍ମା ଗାନ୍ଧୀଙ୍କ ଆଶ୍ରମ ସାବରମିତରେ ବିତାଇଥିଲେ। ଏହି ସମୟରେ ଟ୍ରମ୍ପ ଦମ୍ପତିଙ୍କୁ ଗାନ୍ଧୀଙ୍କ ଆଶ୍ରମ ସଂପର୍କରେ ଆବଗତ କରାଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।

ତେବେ ଏହି ଗସ୍ତ ସମୟରେ ଟ୍ରମ୍ପ ଦମ୍ପତି କିଛି ସମୟ ପାଇଁ ଚରଖ ଚଳାଇ ମଜା ନେଇଥିଲେ। ପ୍ରଥମେ ଚରଖ ପାଖରେ ଉଭୟ ପତିପତ୍ନୀ ଛିଡା ହେବା ପରେ ମୋଦୀ ତାଙ୍କୁ ଚରଖ ବିଷୟରେ ଅବଗତ କରାଇଥିଲେ। ଏହା ଶୁଣିବା ପରେ ଟ୍ରମ୍ପଙ୍କ ଏହି ଚରଖ ଚଳାଇବା ପାଇଁ ଆଗ୍ରହ ସୃଷ୍ଟି ହେଲା। ସେ ତଳେ ବସିପଡି ଚରଖ ଚକା ଚଳାଇବାକୁ ଚେଷ୍ଠା କଲେ। ଏଥିରେ ତାଙ୍କ ପତ୍ନୀ ଚରଖ ଚଳାବାରେ ସାହାର୍ଯ୍ୟ କଲେ। ଏହି ସମୟରେ ଆଶ୍ରମର ଜଣେ ଅନ୍ତେବାସୀନି ଆସି ଉଭୟଙ୍କୁ ଚରଖ କିପରି ଚାଲାଯାଏ ତାହା ଜଣାଇଥିଲେ।

ପୂର୍ବରୁ ଏହି ଦମ୍ପତି ମହାତ୍ମା ଗାନ୍ଧୀଙ୍କ ଫଟୋଚିତ୍ରରେ ଫୁଲମାଳ ଦେଇ ପ୍ରଣାମ କରିଥିଲେ। ଏହାପରେ ଟ୍ରମ୍ପ ଦମ୍ପତିଙ୍କୁ ମୋଦୀ ଆଶ୍ରମ ଚାରିପଟେ ନେଇ ବୁଲାଇଥିଲେ। ଏହି ଭ୍ରମଣ ମଧ୍ୟରେ ସେଠାରେ ଥିବା ଗାନ୍ଧୀଙ୍କ ତିନି ମାଙ୍କଡ ଦେଖି ଟ୍ରମ୍ଫ କଣ ବୋଲି ପଚାରିବା ପୂର୍ବରୁ ମୋଦୀ ସେ ସଂପର୍କରେ ତାଙ୍କୁ ଆବଗତ କରାଇଥିଲେ। ମହାତ୍ମା ଗାନ୍ଧୀ ଏହି ତିନି ମାଙ୍କଡଙ୍କଠାରୁ କଣ ଶିକ୍ଷାଲାଭ କରିଥିଲେ ତାହା ଟ୍ରମ୍ପଙ୍କୁ ବୁଝାଇବା ପରେ ଟ୍ରମ୍ପ ଦମ୍ପତି ଆଶ୍ଚର୍ଯ୍ୟ ହୋଇଯାଇଥିଲେ।

ଶେଷରେ ଟ୍ରମ୍ପ ଆଶ୍ରମରେ ଥିବା ଦର୍ଶକ ରେଜିଷ୍ଟରରେ ନିଜର ଅନୁଭୂତି ଲେଖି ଥିଲେ। ସେହିପରି ତାଙ୍କ ପତ୍ନୀ ମଧ୍ୟ ସେହି ଖାତାରେ ତାଙ୍କର ଅନୁଭୂତି ସଂପର୍କରେ ଲେଖି ଦସ୍ତଖତ କରିଥିଲେ।

Share. Facebook Twitter LinkedIn Email WhatsApp Copy Link

Related Posts

ଗହମ ଏବଂ ଯଅ ଉତ୍ପାଦନ ବୃଦ୍ଧି ସହିତ ଖର୍ଚ୍ଚ ହ୍ରାସ କରିବାକୁ କେନ୍ଦ୍ର କୃଷିମନ୍ତ୍ରୀଙ୍କ ଆହ୍ବାନ

August 27, 2025

ଆଜି ଗଣେଶ ପୂଜାରେ ଜପ କରନ୍ତୁ ଏହି ୧୪ଟି ନାମ, ମିଳିବ ସଫଳତା

August 27, 2025

ଆଜି ପ୍ରଭୃ ଶ୍ରୀଗଣେଶଙ୍କ ପୂଜା, ଜାଣନ୍ତୁ କେତେବେଳେ ଅଛି ପୂଜା କରିବା ମୂହୁର୍ତ୍ତ

August 27, 2025

ଆଜି ଗଣେଶ ପୂଜାରେ ଏହି ସାତୋଟି ରାଶିର ବ୍ୟକ୍ତିଙ୍କ ବଢିବ ଧନ ଜ୍ଞାନ, ଜାଣନ୍ତୁ ରାଶିଫଳ

August 27, 2025
Latest News

ଗହମ ଏବଂ ଯଅ ଉତ୍ପାଦନ ବୃଦ୍ଧି ସହିତ ଖର୍ଚ୍ଚ ହ୍ରାସ କରିବାକୁ କେନ୍ଦ୍ର କୃଷିମନ୍ତ୍ରୀଙ୍କ ଆହ୍ବାନ

August 27, 2025

ଆଜି ଗଣେଶ ପୂଜାରେ ଜପ କରନ୍ତୁ ଏହି ୧୪ଟି ନାମ, ମିଳିବ ସଫଳତା

August 27, 2025

ଆଜି ପ୍ରଭୃ ଶ୍ରୀଗଣେଶଙ୍କ ପୂଜା, ଜାଣନ୍ତୁ କେତେବେଳେ ଅଛି ପୂଜା କରିବା ମୂହୁର୍ତ୍ତ

August 27, 2025

ଆଜି ଗଣେଶ ପୂଜାରେ ଏହି ସାତୋଟି ରାଶିର ବ୍ୟକ୍ତିଙ୍କ ବଢିବ ଧନ ଜ୍ଞାନ, ଜାଣନ୍ତୁ ରାଶିଫଳ

August 27, 2025

ମା ତାରିଣୀ ପୀଠରେ ନିର୍ମାଣ ହେବ ଯଜ୍ଞ ମଣ୍ଡପ, କଲ୍ୟାଣ ମଣ୍ଡପ ଏବଂ ବ୍ୟାଖ୍ୟାନ କେନ୍ଦ୍ର

August 26, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.