ମାର୍ଚ୍ଚ 26ରେ ଅନୁଷ୍ଠିତ ହେବ ରାଜ୍ୟସଭା ନିର୍ବାଚନ

Published: Feb 25, 2020, 10:15 am IST

ନୂଆଦିଲ୍ଲୀ : ଆସନ୍ତା ମାର୍ଚ୍ଚ 26ରେ ଅନୁଷ୍ଠିତ ହେବ ରାଜ୍ୟସଭା ନିର୍ବାଚନ। 17ଟି ରାଜ୍ୟର 55ଟି ଆସନ ପାଇଁ ମାର୍ଚ୍ଚ 26ରେ ନିର୍ବାଚନ ଅନୁଷ୍ଠିତ ହେବ।  ଏନେଇ ଭାରତୀୟ ନିର୍ବାଚନ କମିଶନ ତାରିଖ ଘୋଷଣା କରିଛନ୍ତି । ଏଥିନିମନ୍ତେ ମାର୍ଚ୍ଚ 6ରେ ନିର୍ବାଚନ ବିଜ୍ଞପ୍ତି ପ୍ରକାଶ ପାଇବ। ନାମାଙ୍କନ ଦାଖଲର ଶେଷ ତାରିଖ ମାର୍ଚ୍ଚ 13 ତାରିଖ ରହିଥିବାବେଳେ ମାର୍ଚ୍ଚ 30 ସୁଦ୍ଧା ନିର୍ବାଚନ ପ୍ରକ୍ରିୟା ସରିବ ।  ଏପ୍ରିଲ୍‌ ମାସରେ 55 ଜଣ ରାଜ୍ୟସଭା ସାଂସଦଙ୍କ କାର୍ଯ୍ୟକାଳ ଶେଷ ହେଉଛି । ଖାଲି ହେଉଥିବା ରାଜ୍ୟସଭା ଆସନରେ ଓଡ଼ିଶାର 4ଟି ଆସନ ରହିଛି । (ଏଜେନ୍ସି)

Related posts