ଆଇଏସ୍‌ଏସ୍‌ ବିଶ୍ବକପ୍‌ : ୧୦ ମିଟର ରାଇଫଲସ୍‌ରେ ସ୍ବର୍ଣ୍ଣ ଜିତିଲେ ଅର୍ପୂବୀ

Published: Feb 23, 2019, 6:02 pm IST

ନୂଆଦିଲ୍ଲୀଠାରେ ଆରମ୍ଭ ହୋଇଥିବା ଅନ୍ତର୍ଜାତୀୟ ବନ୍ଧୁକ ଚାଳନା କ୍ରୀଡ଼ା ମହାସଂଘ (ଆଇଏସଏସ୍‌ଏଫ୍‌) ବିଶ୍‌ବକପ୍‌ର ୧୦ ମିଟର ଏୟାର୍‌ ରାଇଫଲସ୍‌ ମହିଳା ବିଭାଗରେ ବିଜୟୀ ହୋଇ ଭାରତକୁ ଏକ ସ୍ବଣ୍ଣ ପଦକ ଆଣିବା ସହିତ ବିଶ୍ବରେକର୍ଡ କରିଛନ୍ତି ଅର୍ପୂବୀ ଚାଣ୍ଡେଲା । ସେ ୨୫୨.୯ର ସ୍କୋର କରି ବିଶ୍ବରେକର୍ଡ କରିଛନ୍ତି । ଚୀନ୍‌ର ରୁଆାଜୁ ଝୋଆ ୨୫୧.୮ ସ୍କୋର କରି ରୌପ୍ୟ ପଦକ ପାଇଛନ୍ତି ଓ ହାଂଗ ଜୁ ୨୩୦.୪ ସ୍କୋର କରି କାଂସ୍ୟ ପଦକ ଜିତିଛନ୍ତି । ୪୪ଟି ଦେଶରୁ ୧୦୨ ଜଣ ପ୍ରତିଯୋଗୀ ୧୦ ମିଟର ରାଇଫଲ୍‌ ଚାଳନାରେ ଭାଗ ନେଇଥିଲେ । ଗତବର୍ଷ ସେପ୍ଟେମ୍ବର ମାସରେ ଆଇଏସ୍‌ଏସ୍‌ଏଫ୍‌ ବିଶ୍ୱ ଚାମ୍ପିୟନଶିପ୍‌ରେ ଅପୂର୍ବୀ ଟପ୍‌ ୪ରେ ରହି ୨୦୨୦ ଟୋକିଓ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରି ସାରିଥିଲେ। ୨୬ ବର୍ଷୀୟ ଅପୂର୍ବୀ ୨୦୧୮ ରାଜ୍ୟ ଗୋଷ୍ଠୀକ୍ରୀଡ଼ାରେ ଓ ଜାକର୍ତ୍ତାରେ ଶେଷ ହୋଇଥିବା ଏସିଆନ୍‌ ଗେମ୍ସର ୧୦ ମିଟର ଏୟାର ରାଇଫଲ ମିକ୍ସଡ୍‌ ଇଭେଣ୍ଟରେ ବ୍ରୋଞ୍ଜ ପଦକ ଜିତିଥିଲେ।

Related posts