Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଓଡ଼ିଶା ସହ ମୋଟ ସାତଟି ଜାଗାରେ ରହିଛି ଜଗନ୍ନାଥଙ୍କ ଭୂ ସମ୍ପତ୍ତି – ପ୍ରତାପ ଜେନା
ଆଜିର ଖବର

ଓଡ଼ିଶା ସହ ମୋଟ ସାତଟି ଜାଗାରେ ରହିଛି ଜଗନ୍ନାଥଙ୍କ ଭୂ ସମ୍ପତ୍ତି – ପ୍ରତାପ ଜେନା

February 25, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ସମୀକ୍ଷା ବ୍ୟୁରୋ

ଭୁବନେଶ୍ବର : ଓଡ଼ିଶା ସହ ମୋଟ 7ଟି ରାଜ୍ୟରେ ରହିଛି ଜଗନ୍ନାଥଙ୍କ ଭୂ- ସମ୍ପତ୍ତି। ଓଡ଼ିଶା ବାହାରେ ଜଗନ୍ନାଥଙ୍କର ରହିଛି ମୋଟ 395.252ଏକର ଜମି। ପଶ୍ଚିମବଙ୍ଗ, ଆନ୍ଧ୍ର, ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ବିହାର, ଛତିଶଗଡରେ ଜମି ରହିଥିବାର ପ୍ରକାଶ କରିଛନ୍ତି ଆଇନମନ୍ତ୍ରୀ। ଓଡ଼ିଶା ପରେ ପଶ୍ଚିମବଙ୍ଗରେ ରହିଛି ଜଗନ୍ନାଥଙ୍କ ସର୍ବାଧିକ ଜମି। ପଶ୍ଚିମବଙ୍ଗରେ ମୋଟ 322 ଏକର 930 ଡେସିମିଲି ଜମି ରହିଛି। ଆନ୍ଧ୍ରରେ 17.020 ଏକର ଜମି ରହିଥିବାବେଳେ ମହାରାଷ୍ଟ୍ରରେ 28.218 ଏକର, ମଧ୍ୟପ୍ରଦେଶରେ 15,110 ଏକର, ବିହାରରେ 0.274 ଏକର, ଛତିଶଡରେ 1.700 ଏକର ଜମି ରହିଛି। ଓଡ଼ିଶା ବାହାରେ ଜଗନ୍ନାଥଙ୍କର ମୋଟ 395.252 ଏକର ଜମି ରହିଛି।

ମହାପ୍ରଭୁ ଜଗନ୍ନାଥଙ୍କ ଜମିରୁ ମୋଟ 25 ହଜାର ଏକର ଜବରଦଖଲ କରାଯାଇଛି। ମୋଟ 60, 426 ଏକର ଜମି ମହାପ୍ରଭୁଙ୍କର ଚିହ୍ନଟ ହୋଇଛି ।  ସେଥିରୁ  34, 803 ଏକର ଜମିର ସ୍ବତ୍ତ୍ବଲିପି ଶ୍ରୀମନ୍ଦିର ପ୍ରଶାସନକୁ ମିଳିଛି। ସେହିପରି ଜଗନ୍ନାଥ ମହାପ୍ରଭୁଙ୍କର ମୋଟ ସମ୍ପତ୍ତି 626କୋଟି 44 ଲକ୍ଷ 78 ହଜାରଟଙ୍କା ବୋଲି କହିଛନ୍ତି ମନ୍ତ୍ରୀ ପ୍ରତାପ ଜେନା। ୟେସ୍‌ ବ୍ୟାଙ୍କରେ ଜଗନ୍ନାଥଙ୍କର 545 କୋଟି ରହିଛି ବୋଲି କହିଛନ୍ତି ମନ୍ତ୍ରୀ ପ୍ରତାପ ଜେନା।  ଏହି ଟଙ୍କାକୁ ମାର୍ଚ୍ଚ 19 ଓ 30 ତାରିଖରେ ଉଠାଯାଇ ରାଷ୍ଟ୍ରାୟତ୍ତ ବ୍ୟାଙ୍କରେ ଜମା କରାଯିବ। 2019 ମସିହା ସେପ୍ଟେମ୍ବର 30 ତାରିଖ ସୁଦ୍ଧା ୟେସ୍‌ ବ୍ୟାଙ୍କରେ 592 କୋଟି ଜମା ଥିଲା ବୋଲି କହିଛନ୍ତି ମନ୍ତ୍ରୀ।

Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ଏପ୍ରିଲ ୧୨ ତାରିଖ ରବିବାରରେ ସାତୋଟି ରାଶି ପାଇଁ ରହିଛି ଧନ ବର୍ଷା

April 12, 2026

ଲୋକପ୍ରିୟ ଗାୟିକା ଆଶା ଭୋସ୍‌ଲେ ଅସୁସ୍ଥ

April 11, 2026

ବାହାର ରତ୍ନଭଣ୍ଡାର ଗଣତି ମଣତି ଶେଷ

April 11, 2026

ସବୁ କଲେଜରେ ଗଠନ ହେବ ଆଇସିସି କମିଟି

April 11, 2026
Latest News

ଆଜି ଏପ୍ରିଲ ୧୨ ତାରିଖ ରବିବାରରେ ସାତୋଟି ରାଶି ପାଇଁ ରହିଛି ଧନ ବର୍ଷା

April 12, 2026

ଲୋକପ୍ରିୟ ଗାୟିକା ଆଶା ଭୋସ୍‌ଲେ ଅସୁସ୍ଥ

April 11, 2026

ବାହାର ରତ୍ନଭଣ୍ଡାର ଗଣତି ମଣତି ଶେଷ

April 11, 2026

ସବୁ କଲେଜରେ ଗଠନ ହେବ ଆଇସିସି କମିଟି

April 11, 2026

ବଦଳୁଛି ପଶ୍ଚିମ ଏସିଆ ପରିସ୍ଥିତି: ଭାରତକୁ ଆସୁଛି ଆହୁରି ୨୦ ହଜାର ମେଟ୍ରିକ ଟନ୍‍ ଏଲ୍‍ପିଜି

April 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.