ଦିଲ୍ଲୀରେ ଶାନ୍ତି ପାଇଁ ଅପିଲ୍‌ କଲେ ତିନି ରାଜନୈତିକ ଦଳର ପ୍ରମୁଖ

Published: Feb 25, 2020, 3:07 pm IST

ନୂଆଦିଲ୍ଲୀ : ଦିଲ୍ଲୀରେ ସିଏଏକୁ ନେଇ ପରିବେଶ ଅଶାନ୍ତି ରହିଥିବାବେଳେ ପ୍ରଥମଥର ପାଇଁ ବିଜେପି, ଆପ୍‌ ଓ କଂଗ୍ରେସ ଏକାସାଙ୍ଗରେ ନଜର ଆସିଛନ୍ତି । ଦିଲ୍ଲୀରେ ଶାନ୍ତି ରଖିବା ପାଇଁ ଏହି ତିନି ରାଜନୈତିକ ଦଳର ପ୍ରମୁଖମାନେ ଶାନ୍ତି ପାଇଁ ଅପିଲ୍‌ କରିଛନ୍ତି । ତିନି ଦଳର ପ୍ରମୁଖମାନେ କହିଛନ୍ତି ଯେ, ଦିଲ୍ଲୀ ଆମର ଅଟେ, ଦିଲ୍ଲୀବାସୀମାନେ ମଧ୍ୟ ଆମର । ଯେକୌଣସି ପରିସ୍ଥିତିରେ ଦିଲ୍ଲୀରେ ଶାନ୍ତି ପରିବେଶ ରଖିବାକୁ ପଡ଼ିବ ।

ଦିଲ୍ଲୀ ହିଂସାକାଣ୍ଡ ପରେ ଗୃହମନ୍ତ୍ରାଳୟ ଦ୍ବାରା ଡକାଯାଇଥିବା ବୈଠକ ପରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀଓ୍ବାଲ, ଦିଲ୍ଲୀ ବିଜେପି ଅଧ୍ୟକ୍ଷ ମନୋଜ ତିଓ୍ବାରୀ ଓ କଂଗ୍ରେସର ପୂର୍ବ ପ୍ରଦେଶ ଅଧ୍ୟକ୍ଷ ସୁଭାଷ ଚୋପ୍ରା ଏକା ସାଙ୍ଗରେ ଦିଲ୍ଲୀବାସୀଙ୍କୁ ଶାନ୍ତି ରଖିବାକୁ ଅପିଲ୍‌ କରିଛନ୍ତି । ଗୃହମନ୍ତ୍ରୀ ବୈଠକଟି ସକାରାତ୍ମକ ବୈଠକ ରହିଥିବାର ସୂଚନା ରହିଛି । ଅରବିନ୍ଦ କେଜରୀଓ୍ବାଲ କହିଛନ୍ତି ଯେ, ହିଂସା ବଢିଲେ କାହାର ଲାଭ ହେବ ନାହିଁ। ରାଜନୀତି ଉର୍ଦ୍ଧ୍ବରେ ସମସ୍ତେ ଦିଲ୍ଲୀରେ ଶାନ୍ତ ପରିବେଶ ପାଇଁ ପ୍ରୟାସ କରୁଛନ୍ତି । ଦିଲ୍ଲୀରେ ପରିବେଶକୁ ନିୟନ୍ତ୍ରଣ କରିବା ପାଇଁ ସମେସ୍ତ ପ୍ରୟାସ ଆରମ୍ଭ କରିଛନ୍ତି । ଦିଲ୍ଲୀର ଶାନ୍ତି ବ୍ୟବସ୍ଥା ପାଇଁ ସମେସ୍ତ ଏକା ସାଙ୍ଗରେ କାମ କରିବେ ବୋଲି କହିଛନ୍ତି । ସେହିପରି କଂଗ୍ରେସର ପୂର୍ବତନ ସଭାପତି ସୁବାସ ଚୋପ୍ରା ମଧ୍ୟ ଦିଲ୍ଲୀରେ ଶାନ୍ତିର ବାତାବରଣ ପାଇଁ ନିବେଦନ କରିଛନ୍ତି । ଶାନ୍ତି ପାଇଁ କଂଗ୍ରେସ ସର୍ବଦା ସରକାରଙ୍କ ସହିତ ରହିଛି ବୋଲି କହିଛନ୍ତି ସୁଭାଷ ଚୋପ୍ରା ।

ପ୍ରାୟ 30 ବର୍ଷ ପରେ ଦିଲ୍ଲୀରେ ଏଭଳି ଏକ ବଡଧରଣର ହିଂସାକାଣ୍ଡ ଘଟିଥିବାର ଦେଖାଯାଇଛି । (ଏଜେନ୍ସି)

Related posts