୫ଶହ ଶିଶୁଙ୍କ ଅଡିଶନ ନେଲେ ସଲମାନ

Published: Feb 23, 2019, 7:26 pm IST

ପାଖାପାଖି ୫ଶହ ଶିଶୁଙ୍କ ଅଡିସନ୍‌ ନେଇଛନ୍ତି ଦବଙ୍ଗ ଖାନ୍‌ ସଲମନ୍‌ ଖାନ୍‌ ।  ‘ଦବଙ୍ଗ ୩’ର ଶୁଟିଂ ଖୁବ୍‌ଶୀଘ୍ର ଆରମ୍ଭ କରିବେ ବୋଲି ଶୁଣିବାକୁ ମିଳୁଛି। ଯେଉଁଥିପାଇଁ ସେ ଏବେ ଅଡିଶନ୍‌ ନେବା ଆରମ୍ଭ କରିଛନ୍ତି। ସୂଚନା ଅନୁଯାୟୀ, ‘ଦବଙ୍ଗ ୩’ ଫ୍ଲାସ୍‌ ବ୍ୟାକରେ ଚାଲିବ। ଏଥିରେ ଚୁଲବୁଲ ପାଣ୍ଡେଙ୍କ ପିଲାଦିନର କଥା ଦେଖାଯିବ  । ତେବେ ପୂର୍ବରୁ ଚୁଲବୁଲ ପାଣ୍ଡେ ଭୂମିକାରେ ନିଜେ ସଲମାନ ଅଭିନୟ କରିଥିବା ବେଳେ ଏବେ ‘ଦବଙ୍ଗ ୩’ରେ ତାଙ୍କର ପିଲାଦିନ ଚରିତ୍ର କାହାକୁ ଫିଟ୍‌ ହେବ ତାକୁ ନେଇ ଚିନ୍ତାରେ ଅଛନ୍ତି ସଲମାନ। ତେଣୁ ଏପର୍ଯ୍ୟନ୍ତ ସେ ପାଖାପାଖି ୫ଶହ ପିଲାଙ୍କର ଅଡିଶନ୍‌ ଟେଷ୍ଟ ନେଇ ସାରିଲେଣି। ଯେପର୍ଯ୍ୟନ୍ତ ତାଙ୍କ ମନ ମୁତାବକ ପିଲାଟିଏ ନ ମିଳିଛି ସେପର୍ଯ୍ୟନ୍ତ ସେ ଆଗକୁ ଆହୁରି କେତେ ପିଲାଙ୍କର ଅଡିଶନ ନେଇ ପାରନ୍ତି ବୋଲି ଆଲୋଚନା ହେଉଛି। ତେବେ ସଲମନ୍‌ଙ୍କ ପ୍ରାୟ ସମସ୍ତ ସିନେମାରେ ଶିଶୁ କଳାକାରଙ୍କୁ ଦେଖିବାକୁ ମିଳିଥାଏ । ନିକଟରେ ତାଙ୍କ ବ୍ୟାନର୍‌ରେ ନିର୍ମିତ ‘ନୋଟବୁକ୍‌’ର ମଧ୍ୟ ଶିଶୁକଳାକାରଙ୍କୁ ସୁଯୋଗ ଦେଇଛନ୍ତି ଭାଇଜାନ୍‌ ।  ଭାଇଜାନ୍‌ ସଲମାନ ଖାନ୍‌ ଏବେ ‘ଭାରତ’ ଫିଲ୍ମର ଶୁଟିଂରେ ବ୍ୟସ୍ତ ଅଛନ୍ତି।

Related posts