Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଏରସମା ବ୍ଲକର ଅଧିକାଂଶ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ବନ୍ଦ ; ଭୋକିଲା ପେଟରେ ପାଠ ପଢୁଛନ୍ତି ଛାତ୍ରଛାତ୍ରୀ
ଆଜିର ଖବର

ଏରସମା ବ୍ଲକର ଅଧିକାଂଶ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ବନ୍ଦ ; ଭୋକିଲା ପେଟରେ ପାଠ ପଢୁଛନ୍ତି ଛାତ୍ରଛାତ୍ରୀ

February 27, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ରମେଶ ମହାନ୍ତି

ଜଗତସିଂହପୁର : ସଭିଏଁ ପଢିବେ ସଭିଏଁ ବଢିବେ ସ୍ଲୋଗାନ ଜୋର। କାମ କିନ୍ତୁ ଓଲଟା। ଛୋଟଛୋଟ କୋମଳମତୀ ଛାତ୍ରଛାତ୍ରୀଙ୍କ ପାଇଁ ସରକାର ଯୋଗାଇଦେଉଛନ୍ତି ମଧ୍ୟାହ୍ନ ଭୋଜନ।ହେଲେ ଛୋଟ କୋମଳମତୀ ଛାତ୍ରଛାତ୍ରୀଙ୍କ ପେଟକୁ ଲାତମାରି ମଧ୍ୟାହ୍ନ ଭୋଜନ ଲୁଟି ଖାଉଛନ୍ତି ଲୁଟେରା। ଫଳରେ ଭୋକିଲା ପେଟରେ ଆକାଶକୁ ଅନାଇ ଶତାଧିକ ଛାତ୍ରଛାତ୍ରୀ ଦିନକାଟୁଛନ୍ତି। ୨୦୦୫ରୁ ୨୦୦୭ମସିହା ମଧ୍ୟରେ ସରକାରୀ ଚାଉଳ ଚୋରା ଚାଲାଣ କରି ଦୁର୍ନୀତି ନିବାରଣ ବିଭାଗ ହାତରେ ଧରାପଡି ଜେଲଫେରନ୍ତା ବ୍ଲାକଲିଷ୍ଟେଡ ବିତରଣକାରୀକୁ ପୁରୁଣା ବୋତଲରେ ନୁଆ ଲେବୁଲ ମାରିଲା ପରି ଜିଲ୍ଲାର ସିଂହଭାଗ ବିଦ୍ୟାଳୟ ମଧ୍ୟାହ୍ନ ଭୋଜନ ଓ ପିଡିଏସ ଚାଉଳ ବିତରଣ ଦାୟିତ୍ୱ ଦିଆଯାଇ ବଡଧରଣର ଘୋଟାଲା ଚାଲିଥିବା ତଥ୍ୟ ମିଳୁଛି।

ସରକାରଙ୍କ ୫ଟି, ମୋ ସରକାର ପଦକ୍ଷେପ ପ୍ରହସନ ପାଲଟିଛି। ଏଭଳି ଘଟଣା କେଉଁ ଉପାନ୍ତ ଜିଲ୍ଲାରେ ନୁହେଁ, ଖୋଦ ସ୍ୱାକ୍ଷରତାରେ ଆଗରେ ଚାଲୁଥିବା ଜଗତସିଂହପୁର ଜିଲ୍ଲାରେ ଦେଖିବାକୁ ମିଳିଛି। ଜଗତସିଂହପୁର ଜିଲ୍ଲାର ଆଠଟି ବ୍ଲକରେ ମଧ୍ୟାହ୍ନ ଭୋଜନ ଚାଉଳ ଯୋଗାଣରେ ଅନିୟମିତତା ଚାଲିଥିବା ଅଭିଯୋଗ ହେଉଥିବା ବେଳେ ଜିଲ୍ଲାର ତଳୁ ଉପରସ୍ତର ପର୍ଯ୍ୟନ୍ତ ପ୍ରଶାସନିକ ଅଧିକାରୀମାନେ ଚାଉଳ ବିତରଣକାରୀ ମାନଙ୍କ ସହ ଭିତିରି ସମ୍ପର୍କ ରଖି ଘୋଟାଲାରେ ସାମିଲ ଥିବା କୁହାଯାଉଛି। ଏପରିକି ମୋବାଇଲ ଆପରେ ମଧ୍ୟାହ୍ନ ଭୋଜନ ସମ୍ପର୍କରେ ଛାତ୍ରଛାତ୍ରୀଙ୍କ ଉପସ୍ଥାପନ ନିଆଯାଇ ମଧ୍ୟାହ୍ନ ଭୋଜନର ସ୍ୱଛତା ରିପୋର୍ଟ ପ୍ରସ୍ତୁତ କରାଯାଉଥିବା ଜଣାପଡିଛି। ବାସ୍ତବରେ ଜିଲ୍ଲାର ଶତାଧିକ ବିଦ୍ୟାଳୟରେ ଅନେକ ଦିନ ଧରି ରୋଷେଇ ହେଉନଥିବା ବେଳେ ପ୍ରତିଦିନ ରୋଷେଇ ଚାଲୁଥିବା ମିଥ୍ୟା ରିପୋର୍ଟ ଦିଆଯାଉଥିବା ଅଭିଯୋଗ ହେଉଛି। ବିଦ୍ୟାଳୟ ଗୁଡିକରେ ରୋଷେଇ ହେଉନଥିବା ବେଳେ ନୋ ଗେନ ମୋବାଇଲ ଆପରେ ଦିଆନଯାଇ ରୋଷେଇ ହୋଇଥିବା ନିଆଁଗିଳା ରିପୋର୍ଟ ଦେବାକୁ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ପ୍ରଶାସନିକ ଅଧିକାରୀମାନେ ଅଲିଖିତ ଆଦେଶ ଦେଇଥିବା ଜାଣିବାକୁ ମିଳିଛି।

ଏପରିକି ବିଦ୍ୟାଳୟ ଗୁଡିକରେ ମାସର ପ୍ରଥମ ସପ୍ତାହରେ ଚାଉଳ ପହଞ୍ଚାଇବା ପରିବର୍ତ୍ତେ ମାସର ଶେଷ ଶେଷ ସପ୍ତାହରେ ଦିଆଯାଉଛି।ମାସଶେଷରେ ଚାଉଳଦେଇ ପରବର୍ତ୍ତୀ ମାସରେ ଚାଉଳ ନଦେଇ ହଡପ କରାଯାଉଥିବା ସୂଚନା ମିଳିଛି। ଗତ୨୦୧୯/୨୦୨୦ ଶିକ୍ଷାବର୍ଷର ଏପ୍ରିଲ ମାସର୧୭ଦିନର ଚାଉଳ, ଅକ୍ଟୋବର ମାସ ୩୦ଦିନର ଚାଉଳ ଓ ଚଳିତ ଫେବୃୟାରୀ ମାସର ଚାଉଳ ଅନେକ ବ୍ଲକରେ ଶତାଧିକ ଚାଉଳ ଯୋଗାଇ ଦିଆନଯାଇ ହଡପ କରାଯାଇଥିବା ସୁଚନା ମିଳିଛି। ଏପରିକି ବିଦ୍ୟାଳୟକୁ ଯୋଗାଇ ଦିଆଯାଉଥିବା ଚାଉଳ ବସ୍ତାରେ ୫୦କିଲୋଗ୍ରାମ ପରିବର୍ତ୍ତେ ୪୦ରୁ ୪୨କିଲୋଗ୍ରାମ ଚାଉଳ ରହୁଥିବା ଜଣାପଡିଛି। ଗୋଟିଏ ବସ୍ତାରେ ୮ରୁ ୧୦କିଲୋଗ୍ରାମ ଚାଉଳ କମ ରହୁଥିଲେ ବି ପ୍ରଧାନଶିକ୍ଷକଙ୍କୁ ବସ୍ତା ପିଛା ୫୦କିଲୋଗ୍ରାମ ଚାଉଳ ଅଛି ବୋଲି ଗ୍ରହଣ କରିବାକୁ ଅଲିଖିତ ନିର୍ଦ୍ଦେଶ ଦିଆଯାଉଥିବା ବେଳେ ଏରସମା ବ୍ଲକର୧୭ଟି କ୍ଲଷ୍ଟରର ଅଧିକାଂଶ ବିଦ୍ୟାଳୟରେ ଗତବର୍ଷ ଏପ୍ରିଲ ମାସର୧୭ଦିନର, ଅକ୍ଟୋବର ମାସ ଓ ଫେବୃୟାରୀ ମାସକୁ ମିଶାଇ ୭୦ଦିନର ମଧ୍ୟାହ୍ନ ଭୋଜନ ଚାଉଳ ହଡପ କରାଯାଇଥିବା ସୂଚନା ମିଳିଛି।

ଏରସମା ବ୍ଲକର୧୭ଟି କ୍ଲଷ୍ଟରରେ ୨୧୬ବିଦ୍ୟାଳୟରେ ୧୩ହଜାରରୁ ଅଧିକ ଛାତ୍ରଛାତ୍ରୀ ଥିବାବେଳେ ଦୈନିକ ମୁଣ୍ଡପିଛା ଶହେରୁ ଦେଢଶହ ଗ୍ରାମ ଚାଉଳ ହିସାବରେ ୭୦ଦିନର ଘୋଟାଲାର ପରିମାଣ ଜଣାପଡେ।ଚଳିତ ଫେବୃୟାରୀ ମାସର ଗତ ସପ୍ତାହ ଠାରୁ ଏପର୍ଯ୍ୟନ୍ତ ଏରସମାର ଅନେକ ବିଦ୍ୟାଳୟରେ ଚୁଲି କିମ୍ବା ଗ୍ୟାସ ଜଳିନଥିବା ବେଳେ ସମସ୍ତ ବିଦ୍ୟାଳୟରେ ରୋଷେଇ ଚାଲିଥିବା ମୋବାଇଲ ମଧ୍ୟାହ୍ନ ଭୋଜନ ଆପରେ ଶତପ୍ରତିଶତ ରିପୋର୍ଟ ଯାଇଥିବା ସମଗ୍ର ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ଅନ୍ୟ ପକ୍ଷରେ ଏରସମା ବ୍ଲକର ବିଦ୍ୟାଳୟ ମାନଙ୍କରେ ୭୦ଦିନର ଚାଉଳ ନଦେଇ ବକେୟା ରଖିଥିବା ବିତରଣକାରୀ ସ୍ଥାନରେ ଅନ୍ୟଜଣେ ବିତରଣକାରୀକୁ ପ୍ରଶାସନ ନିଯୁକ୍ତି ଦେଇଥିବା ଶୁଣିବାକୁ ମିଳୁଛି। ମଧ୍ୟାହ୍ନ ଭୋଜନ ଚାଉଳ ଦୁର୍ନୀତି ସମ୍ପର୍କରେ ବିଭାଗୀୟ ଅଧିକାରୀ ପାଟି ଖୋଲୁନାହାଁନ୍ତି।

ଏରସମା ବ୍ଲକର ମଧ୍ୟାହ୍ନ ଭୋଜନ ଚାଉଳ ବିତରଣକୁ ତଦନ୍ତ ପରିସରଭୁକ୍ତ କରି ଉଚ୍ଚସ୍ତରୀୟ ତଦନ୍ତ ହେଲେ ଜିଲ୍ଲାରେ କଣ’ଚାଲିଛି ଲୋକଲୋଚନକୁ ଆସିପାରନ୍ତା ବୋଲି ସାଧାରଣରେ ଦାବୀ ହେଉଛି।

ଏରସମା ବ୍ଲକ ମଧ୍ୟାହ୍ନଭୋଜନ ଦୁର୍ନୀତି
Share. Facebook Twitter LinkedIn Email WhatsApp Copy Link

Related Posts

ଦେହରେ କିରୋସିନି ଢାଳି ଆତ୍ମହତ୍ୟା କଲେ ବୃଦ୍ଧ: କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

July 23, 2025

ତ୍ରିବଣପୁର ଉଚ୍ଚ ବିଦ୍ୟାଳୟର ମୁଖ୍ୟ ଫାଟକରେ ତାଲା ପକାଇଲେ ବିକଳାଙ୍ଗଙ୍କ ପତ୍ନୀ

July 23, 2025

ଗୋଦାବରୀଶ ମହାବିଦ୍ୟାଳୟରେ ଅବସରକାଳୀନ ସମ୍ବର୍ଦ୍ଧନା ସଭା

July 23, 2025

‘ଭାରତରେ ନିର୍ବାଚନ ଚୋରି ହେଉଛି’: ରାହୁଲ ଗାନ୍ଧୀଙ୍କ ବିବୃତ୍ତି ଉପରେ ଧର୍ମେନ୍ଦ୍ର ପ୍ରଧାନ କଲେ ପାଲଟା ଆକ୍ରମଣ

July 23, 2025
Latest News

ଦେହରେ କିରୋସିନି ଢାଳି ଆତ୍ମହତ୍ୟା କଲେ ବୃଦ୍ଧ: କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

July 23, 2025

ତ୍ରିବଣପୁର ଉଚ୍ଚ ବିଦ୍ୟାଳୟର ମୁଖ୍ୟ ଫାଟକରେ ତାଲା ପକାଇଲେ ବିକଳାଙ୍ଗଙ୍କ ପତ୍ନୀ

July 23, 2025

ଗୋଦାବରୀଶ ମହାବିଦ୍ୟାଳୟରେ ଅବସରକାଳୀନ ସମ୍ବର୍ଦ୍ଧନା ସଭା

July 23, 2025

‘ଭାରତରେ ନିର୍ବାଚନ ଚୋରି ହେଉଛି’: ରାହୁଲ ଗାନ୍ଧୀଙ୍କ ବିବୃତ୍ତି ଉପରେ ଧର୍ମେନ୍ଦ୍ର ପ୍ରଧାନ କଲେ ପାଲଟା ଆକ୍ରମଣ

July 23, 2025

ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ତୃତୀୟ ଦିନରେ ମଧ୍ୟ ଚାଲିପାରିଲା ନାହିଁ ରାଜ୍ୟସଭା ଓ ଲୋକସଭା, ଜାଣନ୍ତୁ କଣ ଘଟିଲା

July 23, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.