ଦିଲ୍ଲୀ ହିଂସା : ତାହିର୍‌ଙ୍କୁ ଦଳରୁ ନିଲମ୍ବନ କଲା ଆପ୍‌

Published: Feb 28, 2020, 9:19 am IST

ନୂଆଦିଲ୍ଲୀ : ଦିଲ୍ଲୀର ଉତ୍ତର-ପୂର୍ବ ଅଞ୍ଚଳରେ ଗତ ଚାରି ଦିନ ହେବ ହିଂସା ପରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଯାଇଛି । ଭାଇରାଲ ଭିଡିଓରେ ଉପଦ୍ରବକାରୀଙ୍କ ସହିତ ଦେଖାଯାଇଥିବାର ଆମ ଆଦମୀ ପାର୍ଟିର ନେତା ତାହିର ହୁସେନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନର କରାଯାଇଛି। ଆପରୁ ତାଙ୍କୁ ନିଲମ୍ବନ କରାଯାଇଛି । ଘଟଣାର ତଦନ୍ତ ଶେଷ ହେବା ଯାଏଁ ଆପ ତାହିରଙ୍କୁ ନିଲମ୍ବନ କରିଛି । ସେହିଭଳି ତାହିର ହୁସେନଙ୍କ ନାଁରେ ପୋଲିସ ହତ୍ୟା ମାମଲା ରୁଜୁ କରିଛି ।

ସୂଚନାଯୋଗ୍ୟ ଦିଲ୍ଲୀ ହିଂସାରେ ଏପର୍ଯ୍ୟନ୍ତ ମୃତ୍ୟୁ ସଂଖ୍ୟା ୩୮ରେ ପହଞ୍ଚିଥିବା ବେଳେ ୨୦୦ରୁ ଅଧିକ ଲୋକଙ୍କ ଆହତ ହୋଇ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଛନ୍ତି । ଉତ୍ତର ପୂର୍ବ ଦିଲ୍ଲୀରେ ହିଂସା ବେଳେ ଆମ୍ ଆଦମୀ ପାର୍ଟି ନେତା ତଥା କାଉନସିଲର ତାହିର ହୁସେନଙ୍କ ଘର ଛାତ ଉପରୁ ପେଟ୍ରୋଲ ବୋମା ଏବଂ ପଥର ମିଳିଥିବା ଅଭିଯୋଗ ହୋଇଥିଲା। ତେବେ ତାହିର କହିଛନ୍ତି, ହିଂସାରେ ତାଙ୍କର କିଛି ଭୂମିକା ନାହିଁ। ପୁଲିସ୍‌ ଖଜୁରୀ ଖାସ୍‌ଠାରେ ଥିବା ତାହିରଙ୍କର ଏକ ଫ୍ୟାକ୍ଟ୍ରି ସିଲ୍‌ କରିଦେଇଛି। ପୂର୍ବରୁ ଦିଲ୍ଲୀ ହିଂସାରେ ତାଙ୍କର ସନ୍ଦେହଜନକ ଭୂମିକା ନେଇ ଭିଡିଓ ଭାଇରାଲ୍‌ ହୋଇଥିଲା । ପୋଲିସ ଖଜୁରୀଖାସସ୍ଥିତ ତାଙ୍କର କାରଖାନାକୁ ସିଲ ମଧ୍ୟ କରିଛି ।

Related posts