
ସମୀକ୍ଷା ବ୍ୟୁରୋ
ଭୁବନେଶ୍ବର : ଭୁବନେଶ୍ବରରେ ପହଞ୍ଚିଲେ କେନ୍ଦ୍ରମନ୍ତ୍ରୀ ଅମିତ୍ ଶାହା । ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ଗୃହ ମନ୍ତ୍ରୀ ଅମିତ୍ ଶାହା । ଭୁବନେଶ୍ବର ବିମାନ ବନ୍ଦରଠାରେ ଅମିତ ଶାହାଙ୍କ ସ୍ବାଗତ ଲାଗି ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି, ସାଂସଦ ଅପରାଜିତା ଷଡଙ୍ଗୀ, ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ପ୍ରମୁଖ ଉପସ୍ଥିତ ରହିଛନ୍ତି । ରାଜ୍ୟ ଲୋକସେବା ଭବନର କନ୍ଭେନ୍ଶନ ହଲ୍ରେ ଅନୁଷ୍ଠିତ ହେବାକୁ ଥିବା ୨୪ତମ ପୂର୍ବାଞ୍ଚଳ ଜୋନ୍ ପରିଷଦ (ଇଜେଡ୍ସି) ବୈଠକରେ ଆଜି ଅମିତ୍ ଶାହା ଯୋଗଦେବେ। ଏହା ପରେ ଅପରାହ୍ନ ୪ଟାରେ ଭାଜପା ପକ୍ଷରୁ ଜନତା ମଇଦାନଠାରେ ଆୟୋଜିତ ଏକ ସାଧାରଣ ସଭାରେ ଉଦ୍ବୋଧନ ଦେବେ।
Tags: amitshaha