କୁଜଙ୍ଗ ତହସିଲ କାର୍ଯ୍ୟାଳୟରେ ଲାଗୁହେଲା ମୋ ସରକାର ଯୋଜନା

Published: Feb 28, 2020, 11:15 am IST

ରଞ୍ଜିତ୍‌ ପଣ୍ଡା
କୁଜଙ୍ଗ: ସରକାରଙ୍କର ବିଭିନ୍ନ ଯୋଜନାରେ ସ୍ୱଚ୍ଛତା ଆଣିବା ସହିତ ଜନସାଧାରଣଙ୍କୁ ତ୍ୱରିତ ସେବା ପ୍ରଦାନ କରିବାପାଇଁ କୁଜଙ୍ଗ ତହସିଲ କାର୍ଯ୍ୟାଳୟରେ ମୋ ସରକାରେ ଯୋଜନା କାର୍ଯ୍ୟକାରୀ କରାଯାଇଥିବା ଜଣାପଡ଼ିଛି। ଏହି ଅବସରରେ ତହସିଲଦାର ପ୍ରଭାଷ କୁମାର ବେହୁରା ଉପସ୍ଥିତ ରହି ଏହି ଯୋଜନା ସମ୍ପର୍କରେ ଉପସ୍ଥିତ କର୍ମଚାରୀ ଏବଂ ଜନସାଧାରଣ ମାନଙ୍କୁ ସଚେତନ କରାଇଥିଲେ । ତହସିଲ କାର୍ଯ୍ୟାଳୟକୁ କାର୍ଯ୍ୟପାଇଁ ଆସୁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ଫୋନ ନମ୍ବରକୁ ପଞ୍ଜୀକୃତ କରାଯିବ । ଫଳରେ ସେମାନଙ୍କୁ ଫୋନକୁ କାର୍ଯ୍ୟ ସମ୍ପର୍କରେ ସୂଚନା ପ୍ରଦାନ କରାଯାଇ ପାରିବ । ସେହିପରିଭାବେ ଯେଉଁ ମାନଙ୍କର ନମ୍ବର ପଞ୍ଜିକୃତ ହୋଇ ନାହିଁ ସେମାନେ ୧୪୫୪୫ ଦେୟମୁକ୍ତ ନମ୍ବରରେ ମିସ କଲ କରି ଯୋଜନାରେ ସାମିଲ ହୋଇ ପାରିବେ ବୋଲି ତହସିଳଦାର ଉପସ୍ଥିତ କର୍ମଚାରୀ ଏବଂ ଜନସାଧାରଣ ମାନଙ୍କୁ ସୂଚନା ପ୍ରଦାନ କରିଥିଲେ ।

ଏହି ଅବସରରେ ଜଣେ କର୍ମଚାରୀଙ୍କୁ ନେଇ ଏକ ଡ଼େସ୍କ ଗଠନ କରାଯାଇଥିଲା । ଯେଉଁଠାରେ କମ୍ପ୍ୟୁଟର ଜରିଆରେ ଅଭିଯୋଗ ପଂଜୀକରଣ କରାଯିବ । ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ତହସିଳଦାର ଦିଲ୍ଲୀପ କୁମାର ନାୟକ, ଚନ୍ଦ୍ରକାନ୍ତ ପଣ୍ଡା, ପୂଜା ଲେଙ୍କା,ମୁଖ୍ୟ କିରାଣୀ ରମେଶଚନ୍ଦ୍ର ପଣ୍ଡା,ଲାଲା ଅମରେନ୍ଦ୍ର ରାୟ, ପ୍ରଦୀପ ବାରିକ,ଫେଲିନା ସେନାପତି, ଗୀତା ହାଁସଦା ପ୍ରମୁଖ କର୍ମଚାରୀ ମାନେ ଉପସ୍ଥିତ ଥିଲେ ।

Related posts