ଝାଡଖଣ୍ଡ ଏନ୍‌କାଉଣ୍ଟରରେ ୩ ମାଓବାଦୀ ମୃତ

Published: Feb 24, 2019, 11:41 am IST

ଝାଡଖଣ୍ଡ ଗୁମଲା ଜିଲାରେ ଏକ ଏନ୍‌କାଉଣ୍ଟରରେ ୩ ମାଓବାଦୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏମାନଙ୍କ ନିକଟରୁ ୨ଟି ଏକେ ୪୭ପିସ୍ତଲ, ୨ଟି ୩୧୫ଏମ୍‌ଏମ୍‌ ରାଇଫଲ୍‌ ଓ ଏକ ପିସ୍ତଲ ଜବତ କରାଯାଇଛି। ପୋଲିସର ସୂଚନା ମୁତାବକ, ୨୦୯ କୋବ୍ରା ବାଟେଲିୟନ୍‌, ସିଆର୍‌ପିଏଫ୍‌ ଓ ଝାଡଖଣ୍ଡ ପୋଲିସର ମିଳିତ ଉଦ୍ୟମରେ ଏହି ଏନ୍‌କାଉଣ୍ଟର କରାଯାଇଥିଲା। ସେଠାରେ ଆଉ ମାଓବାଦୀ ଥିବା ସନ୍ଦେହ କରି ଏନ୍‌କାଉଣ୍ଟର ଜାରି ରହିଛି। ସେଠାରେ ଆଉ କେତେକ ମାଓବାଦୀ ଲୁଚି ରହିଥିବାର ଅନୁମାନ କରାଯାଉଛି। ପୁଲିସ ଅଧିକାରୀଙ୍କ ସୂଚନା ଅନୁଯାୟୀ ଗୁମଲାର କାମଡାରା ଥାନା ଅଞ୍ଚଳରେ କେତେକ ମାଓବାଦୀ ଲୁଚି ରହିଥିଲେ ବୋଲି ଖବର ମିଳିଥିଲା। ତାପରେ ସେମାନଙ୍କୁ ଘେରାବନ୍ଦୀ କରି ମାଓବାଦୀମାନଙ୍କୁ ଅଟକିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। କିନ୍ତୁ ମାଓବାଦୀମାନେ ସୁରକ୍ଷାବଳ ଉପରକୁ ଗୁଳିଚାଳନା କରିଥିଲେ। ଏହାର ମୁକାବିଲା କରିବାକୁ ସୁରକ୍ଷାବଳ ପକ୍ଷରୁ ଉପରକୁ ଗୁଳି ଚାଳନା କରାଯାଇଥିଲା। ଗତ ମାସରେ ଝାଡଖଣ୍ଡର ପଶ୍ଚିମ ସିଂହଭୂମୀ ଜିଲ୍ଲାରେ ଏନକାଉଣ୍ଟରରେ ୫ ଜଣ ମାଓବାଦୀଙ୍କୁ ମାରିଥିଲେ ସୁରକ୍ଷା ବଳ।

Related posts