Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ମାଗଣାରେ କରନ୍ତୁ ଯାତ୍ରା, ଦେବାକୁ ପଡିବନି ପଇସା : ଜାଣନ୍ତୁ କେଉଁଠାରେ ମିଳୁଛି ଏହି ସୁବିଧା
ଆଜିର ଖବର

ମାଗଣାରେ କରନ୍ତୁ ଯାତ୍ରା, ଦେବାକୁ ପଡିବନି ପଇସା : ଜାଣନ୍ତୁ କେଉଁଠାରେ ମିଳୁଛି ଏହି ସୁବିଧା

February 29, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଲକ୍ସେମବର୍ଗ :  ୟୁରୋପର ଏକ ଦେଶ ଏକ ଐତିହାସିକ ନିଷ୍ପତ୍ତି ନେଇଛନ୍ତି। ଏଠାରେ ସମସ୍ତ ପ୍ରକାରର ପରିବହନ ସୁବିଧାକୁ ସବୁ ବର୍ଗଙ୍କ ପାଇଁ ଫ୍ରି କରିଦିଆଯାଇଛି। 29 ଫେବୃଆରୀରୁ ଏହି ନିଷ୍ପତ୍ତି ଲାଗୁ କରାଯାଇଛି। ୟୁରୋ ପମହାଦେଶର ଏକ ଦେଶରେ ଜନସାଧାରଣଙ୍କ ପାଇଁ ଏପରି ଏକ ସୁବିଧା କରାଯାଇଛି। ଲକ୍ସେମ୍‌ବର୍ଗଠାରେ ସେଠାରେ ରହୁଥିବା ସମସ୍ତ ଜନସାଧାରଣ ଆଜିଠାରୁ ମାଗଣାରେ ଯାତ୍ରା କରିପାରିବେ। ଏଠାକାର ସରକାର ଲୋକଙ୍କ ପାଇଁ 24 ଘଣ୍ଟାର ମାଗଣା ଯାତ୍ରା ପାଇଁ ଟ୍ରେନ୍‌, ବସ୍‌, ଓ ଟ୍ରମ୍‌କୁ ସମ୍ପୂର୍ଣ୍ଣ ମାଗଣା କରିବା ନେଇ ନିଷ୍ପତ୍ତି ନେଇଛନ୍ତି।  ଜର୍ମାନୀ, ବେଲେଜିୟମ୍‌ ଓ ଫ୍ରାନ୍ସର ସୀମାକୁ ଲାଗି ରହିଥିବା ଲକ୍ସେମ୍‌ବର୍ଗ ଦେଶରେ ପ୍ରାୟ 6 ଲକ୍ଷ ଲୋକ ଅବସ୍ଥାନ କରୁଛନ୍ତି।

ଚଳିତ ଅଧିବର୍ଷରେ ସରକାର ସେହି ଦେଶର ଜନସାଧାରଣଙ୍କୁ ଏପରି ଏକ ଘୋଷଣା କରି ଉପହାର ଦେଇଛନ୍ତି। ଅଧିବର୍ଷ ପାଇଁ ଦେଶରେ କନର୍ସଟ୍‌ ଓ ସେଲିବ୍ରେସନ୍‌ ଆରମ୍ଭ ହେଉଥିବାରୁ ଫେବୃଆରୀ 29 ତାରିଖରେ ସମସ୍ତ ଯାତ୍ରାକୁ ମାଗଣା କରିବା ନେଇ ଘୋଷଣା କରାଯାଇଛି।

ଲକ୍ସେମବର୍ଗରେ ମେଣ୍ଟ ସରକାରର ସରକାର ଚାଲିଛି। ଏଠାରେ ସୋଣ୍ଟ୍ରିଷ୍ଟ୍‌ ଡେମୋକ୍ରାଟିକ୍‌ ଦଳ ଓ ଲେଫ୍ଟର ସୋସିଆଲିଷ୍ଟ ଓ୍ବାର୍କସ ଦଳ ଓ ଗ୍ରୀନ୍ସ ମିଳିତ ଭାବରେ ସରକାର ଚଳାଉଛନ୍ତି। ଦେଶରେ ପରିହନକୁ ସମ୍ପୂର୍ଣ୍ଣ ମାଗଣା କରିବା ମେଣ୍ଟ ସରକାରର ପ୍ରମୁଖ ଯୋଜନା ରହିଥିଲା।

ମାଗଣା ପରିବହନ ଦ୍ବାରା ଦେଶରେ ଧନୀ ଓ ଗରିବଙ୍କ ମଧ୍ୟରେ ତାରତମ୍ୟକୁ କମ୍‌ କରିବାର ଲକ୍ଷ୍ୟ ରଖାଯାଇଛି। ସେହିପରି ଏପରି କରିବା ଦ୍ବାରା ସହରରେ ଟ୍ରାଫିକ୍‌ ସମସ୍ୟାରୁ ମଧ୍ୟ ମୁକ୍ତି ମିଳିପାରିବ।

ଲକ୍ସେମବର୍ଗ ଆର୍ଥିକ ଦୃଷ୍ଟିକୋଣରୁ ବେଶ୍‌ ଉନ୍ନତ। କିନ୍ତୁ ଦେଶରେ ଟ୍ରାଫିକ୍‌ ସମସ୍ୟା ଏକ ବିରାଟ ସମସ୍ୟା ରୂପେ ରହିଆସିଛି। ଲକ୍ସେମବର୍ଗରେ ୟୁରୋପର ଅନ୍ୟ ସମସ୍ତ ଦେଶ ତୁଳନାରେ ମୁଣ୍ଡପିଛା କାର୍‌ ସଂଖ୍ୟା ଅଧିକ ଅଟେ। କେବଳ ପାଞ୍ଚରୁ ଜଣେ ଲୋକ ଏଠାରେ ସାଧାରଣ ପରିବହନର ବ୍ୟବହାର କରିଥାଏ। ପୂର୍ବରୁ ଏଠାରେ 20 ବର୍ଷରୁ 30 ବର୍ଷ ପର୍ଯ୍ୟନ୍ତ ବିଦ୍ୟାର୍ଥୀଙ୍କ ପାଇଁ ସାଧାରଣ ପରିବହନକୁ ସମ୍ପୂର୍ଣ୍ଣ ମାଗଣା କରାଯାଇଥିଲା। (ଏଜେନ୍ସି)

Share. Facebook Twitter LinkedIn Email WhatsApp Copy Link

Related Posts

ବୈଷ୍ଣୋ ଦେବୀ ଭୂସ୍ଖଳନ: ମୃତ୍ୟୁ ସଂଖ୍ୟା ୩୨ କୁ ବୃଦ୍ଧି

August 27, 2025

ହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥାଗାରଠାରେ ଆହାର କେନ୍ଦ୍ରର ଉଦଘାଟନ କାର୍ଯ୍ୟକ୍ରମ

August 27, 2025

ପ୍ୟାକ୍ସ ଗୁଡ଼ିକ ଗୋଟିଏ ଗୋଟିଏ ୱାନ୍-ଷ୍ଟପ୍ ସପ୍ ଭଳି କାର୍ଯ୍ୟ କରିବ: ରାଜେଶ ପ୍ରଭାକର ପାଟିଲ

August 27, 2025

ପୂର୍ବତଟ ରେଳପଥ ପକ୍ଷରୁ ପୋସ୍ ଆଇନ ଅନୁପାଳନ ଉପରେ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ

August 27, 2025
Latest News

ବୈଷ୍ଣୋ ଦେବୀ ଭୂସ୍ଖଳନ: ମୃତ୍ୟୁ ସଂଖ୍ୟା ୩୨ କୁ ବୃଦ୍ଧି

August 27, 2025

ହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥାଗାରଠାରେ ଆହାର କେନ୍ଦ୍ରର ଉଦଘାଟନ କାର୍ଯ୍ୟକ୍ରମ

August 27, 2025

ପ୍ୟାକ୍ସ ଗୁଡ଼ିକ ଗୋଟିଏ ଗୋଟିଏ ୱାନ୍-ଷ୍ଟପ୍ ସପ୍ ଭଳି କାର୍ଯ୍ୟ କରିବ: ରାଜେଶ ପ୍ରଭାକର ପାଟିଲ

August 27, 2025

ପୂର୍ବତଟ ରେଳପଥ ପକ୍ଷରୁ ପୋସ୍ ଆଇନ ଅନୁପାଳନ ଉପରେ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ

August 27, 2025

ପୁରାତନ ମନ୍ଦିରଗୁଡ଼ିକର ସଂରକ୍ଷଣ ଏବଂ ବିକାଶ କାର୍ଯ୍ୟ ଉପରେ ରାଜ୍ୟ ସରକାରଙ୍କ ୩ ବିଭାଗର ଆଲୋଚନା

August 27, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.