ମନ କୀ ବାତ୍‌ରେ ଫୁଲୱାମା ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ମୋଦି : ଆସନ୍ତା କାଲି ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ ହେବ ରାଷ୍ଟ୍ରୀୟ ସୈନିକ ସ୍ମାରକୀ

Published: Feb 24, 2019, 2:28 pm IST
mannkibaat

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମାସିକ ରେଡ଼ିଓ କାର୍ଯ୍ୟକ୍ରମ ’ମନ କୀ ବାତ୍‌’ର ଫେବୃଆରୀ ୨୪ ସଂସ୍କରଣରେ ଫୁଲୱାମା ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ମୋଦି ଏହି କାର୍ଯ୍ୟକ୍ରମରେ କହିଛନ୍ତି – ‘ଆମକୁ ସୁରକ୍ଷିତ ରଖିବା ପାଇଁ ସେମାନେ ବଳିଦାନ ଦେଇଥିବାର କହିବା ସହିତ ଶହୀଦଙ୍କ ପରିବାର ପ୍ରତି ସାରା ଦେଶର ସମବେଦନା ରହିଛି ଏବଂ ଏଭଳି ସମୟରେ ଆମକୁ ଏକତ୍ର ହୋଇ ଆତଙ୍କବାଦ ବିରୋଧରେ ଲଢେଇ କରିବାକୁ ହେବ । ଦେଶବାସୀଙ୍କୁ ୫୩ତମ ‘ମନ କୀ ବାତ୍‌’ରେ ସମ୍ବୋଧିତ କରିବା ଅବସରରେ ପ୍ରଧାନମନ୍ତ୍ରୀ ମୋଦି ଦେଶବାସୀଙ୍କୁ ଆହ୍ଵାନ  ଦେଇ ଜାତିବାଦ, ସାମ୍ପ୍ରଦାୟିକତା ଓ ଆଞ୍ଚଳିକତା ଭିତ୍ତିରେ କୌଣସି ବାଛବିଚାର ନ କରିବାକୁ କହିଛନ୍ତି । ଫୁଲୱାମା ଘଟଣା ଘଟିବାର ୧୦୦ ଘଣ୍ଟା ଭିତରେ ଭାରତ ପଦକ୍ଷେପ ନେଇଛି । ଏହି ଅବସରରେ ଦୈତାରୀ ନାୟକଙ୍କୁ ପ୍ରଶଂସା କରିଛନ୍ତି । ଦୈତାରୀ ନିଜ ପରିଶ୍ରମରେ ପାହାଡକୁ କାଟି ଜଳସେଚନର ବ୍ୟବସ୍ଥା କରିବା ଏକ ଅବିଶ୍ଵସନୀୟ ପ୍ରଚେଷ୍ଟା ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ବିର୍ସା ମୁଣ୍ଡାଙ୍କ କଥା ଉଠେଇଥିଲେ ମୋଦି। ସହୀଦ ପ୍ରସନ୍ନଙ୍କ ପତ୍ନୀ ଆଉ ପୁଅଙ୍କୁ  ‘ମନ କୀ ବାତ୍‌’ରେ ସ୍ମରଣ କଲେ ପ୍ରଧାନମନ୍ତ୍ରୀ ମୋଦି। ସ୍ଵାଧୀନତା ପରେ ଶହୀଦ ସେନାନୀଙ୍କୁ ସ୍ମରଣ କରିବା ଉଦ୍ଦେଶ୍ୟରେ ଫେବୃଆରୀ ୨୫ରେ ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ସୈନିକ ସ୍ମାରକୀକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ସମପର୍ଣ କରିବାର ଯୋଜନା ରହିଛି ।

 

Related posts