କଣ୍ଟ ପୂରିଲା, ଆଉ ନିସ୍ତାର ନାହିଁ, କାଲିଠାରୁ କଡାକଡି ଟ୍ରାଫିକ୍‌ ନିୟମ

Published: Feb 29, 2020, 7:35 pm IST

ସମୀକ୍ଷା ବ୍ୟୁରୋ

ଭୁବନେଶ୍ବର : କଣ୍ଟ ପୂରିଯାଇଛି। ଆଉ ନିସ୍ତାର ନାହିଁ। ଯିଏ ଟ୍ରାଫିକ୍‌ ନିୟମ ନ ମାନିବ ତାକୁ ମୋଟ ଅଙ୍କର ତଣ୍ଡ ଗଣିବାକୁ ପଡ଼ିବ।  କାଲିଠାରୁ ଗାଡିମୋଟର କଡ଼ା ଯାଞ୍ଚ ପାଇଁ ପରିବହନ କମିଶନର ନିର୍ଦ୍ଦେଶ ଦେଇଛନ୍ତି। ସବୁ ଜିଲ୍ଲାର ଜିଲ୍ଲାପାଳ, ଏସ୍‌ପି, ଡିସିପିମାନଙ୍କୁ କମିଶନର ଚିଠି କରିଛନ୍ତି। ସରକାରଙ୍କ 6 ମାସ କୋହଳ ଅବଧି ଆଜି ଶେଷ ହୋଇଯାଇଛି। କାଲିଠାରୁ ଟ୍ରାଫିକ୍‌ ନିୟମ ଉଲ୍ଲଂଘନକାରୀଙ୍କୁ କଡା ଯାଞ୍ଚ କରାଯିବା ନେଇ ନିର୍ଦ୍ଦେଶ ଦିଆଯାଇଛି। ମଦ ପିଇ ଡ୍ରାଇଭିଂ, ଦ୍ରୁତ ଗତିରେ ଡ୍ରାଇଭିଂ, ନାଲି ବତୀ ଉଲ୍ଲଂଘନ, ବିପରୀତ ଦିଗରେ ଡ୍ରାଇଭିଂ ଡ୍ରାଇଭିଂ ସମୟରେ ମୋବାଇଲରେ ଗପିବା, ବାଇକରେ ତିନିଜଣ, ହେଲମେଟ୍‌, ସିଟ୍‌ବେଲ୍ଟ, ଓଭରଲୋଡିଂ ପ୍ରଭୃତିକୁ ନେଇ ମଧ୍ୟ କାର୍ଯ୍ୟାନୁଷ୍ଠାନ ନେଇ ନିର୍ଦ୍ଦେଶ ଜାରି ହୋଇଛି। ସେହିପରି ନାବାଳକ ଚାଳକ, ଓଭରଲୋଡିଂ ସ୍କୁଲ ଗାଡି ପ୍ରତି ବି କାଲିଠାରୁ କାର୍ଯ୍ୟାନୁଷ୍ଠାନ ନିଆଯିବା ନେଇ ନିର୍ଦ୍ଦେଶ ରହିଛି। ଭିଡ ହ୍ରାସ ପାଇଁ ସର୍ବାଧିକ ଚାରିଟି ଗାଡି ଯାଞ୍ଚ ନିମେନ୍ତ ଅଟକାଇବାକୁ ନିର୍ଦ୍ଦେଶ ଦିଆଯାଇଛି।

Related posts