ଫୁଲୱାମା ଘଟଣା ପରେ ସରକାର ବିଚ୍ଛିନ୍ନତାବାଦୀ ନେତାଙ୍କ ବିରୋଧରେ ଜୋରଦାର କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛନ୍ତି । ସମ୍ବିଧାନର ଧାରା ୩୫-କ ଉପରେ ସୋମବାର ସୁପ୍ରିମକୋର୍ଟରେ ଶୁଣାଣି ଥିବାବେଳେ ଏହା ପୂର୍ବରୁ ଜମାତ୍-ଇ-ଇସ୍ଲାମୀ ନେତା ଅବ୍ଦୁଲ ହମିଦ ଫୟାଜଙ୍କ ସମେତ ୧୫୦ ଜଣଙ୍କୁ ଗିରଫ କରାଯାଇଛି । ଫଳରେ କାଶ୍ମୀର ଉପତ୍ୟକାରେ ଉତ୍ତେଜନା ବୃଦ୍ଧିପାଇଛି । ପୋଲିସ ଏହାକୁ ନିୟମିତ କାର୍ଯ୍ୟାନୁଷ୍ଠାନ କହିଥିବାବେଳେ ଜମାତ ସଂଗଠନ ବିରୋଧରେ ଏହା ପ୍ରଥମ ବଡ଼ କାର୍ଯ୍ୟାନୁଷ୍ଠାନ ବୋଲି କୁହାଯାଉଛି । ଧାରା ୩୫-କ ଜମ୍ମୁ-କାଶ୍ମୀରର ଜନସାଧାରଣଙ୍କୁ ସ୍ୱତନ୍ତ୍ର ଅଧିକାର ଓ ସୁବିଧା ଯୋଗାଇ ଦେଉଛି । ପୋଲିସ କାର୍ଯ୍ୟାନୁଷ୍ଠାନକୁ ବିରୋଧ କରି ଲୋକମାନେ ରାସ୍ତାକୁ ଓହ୍ଲାଇବା ଫଳରେ ଉତ୍ତେଜନା ବୃଦ୍ଧି ପାଇଛି । ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟିହେବା ଆଶଙ୍କାରେ ସରକାର କଶ୍ମୀରକୁ ଅଧିକ ୧୦୦ କମ୍ପାନୀ ଅର୍ଦ୍ଧସାମରିକ ବାହିନୀ (ପାଖାପାଖି ୧୦ ହଜାର ଯବାନ) ପଠାଇଛନ୍ତି । ସୁପ୍ରିମକୋର୍ଟ ଶୁଣାଣି ପୂର୍ବରୁ ପୋଲିସ୍ର ରାତି ଅଧିଆ ଗିରଫଦାରିକୁ ନେଇ ଜମାତ ସନ୍ଦେହ ବ୍ୟକ୍ତ କରିଛି । ଶୁକ୍ରବାର ରାତିରେ ପୋଲିସ ଜେକେଏଲଏଫ୍ ମୁଖ୍ୟ ୟାସିନ୍ ମଲିକଙ୍କୁ ଗିରଫ କରି ଜେଲ୍ ପଠାଇଦେଇଛି । ବିଚ୍ଛିନ୍ନତାବାଦୀ ସଂଗଠନଗୁଡିକ ପକ୍ଷରୁ ଆଜି ବନ୍ଦ ଡାକରା ଦିଆଯାଇଛି । ଉପତ୍ୟକାରେ ଗଣଗିରଫଦାରିର ବୈଧାନିକତାକୁ ନେଇ ପିଡିପି ଅଧ୍ୟକ୍ଷା ମେହବୁବା ମୁଫ୍ତି ପ୍ରଶ୍ନ ଉଠାଇଛନ୍ତି । ହୁରିୟାତ୍ ଓ ଜମାତ ସଂଗଠନ ବିରୋଧରେ ଏଭଳି କାର୍ଯ୍ୟାନୁଷ୍ଠାନ ଏକତରଫା ଓ ସ୍ୱେଚ୍ଛାଚାରୀ ବୋଲି ସେ କହିଛନ୍ତି ।

Kashmiri Muslim protesters taunt Indian policemen as they clash in Srinagar, Indian controlled Kashmir, Monday, July 11, 2016. Indian authorities were struggling Monday to contain protests by Kashmiris angry after several people were killed in weekend demonstrations, as youths defied a curfew to rally in the streets against the killing of a top anti-India rebel leader. (AP Photo/Dar Yasin)