Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»୨ ଜାଲି ଶିକ୍ଷକଙ୍କ ସହ ୩ ସାର୍ଟିଫିକେଟ୍ ଯୋଗାଣକାରୀ ଦଲାଲ୍ ଗିରଫ: ନକଲି ସିଲ୍ ଏବଂ ଟଙ୍କା ଜବତ
ଆଜିର ଖବର

୨ ଜାଲି ଶିକ୍ଷକଙ୍କ ସହ ୩ ସାର୍ଟିଫିକେଟ୍ ଯୋଗାଣକାରୀ ଦଲାଲ୍ ଗିରଫ: ନକଲି ସିଲ୍ ଏବଂ ଟଙ୍କା ଜବତ

February 29, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ହେମାଙ୍ଗ ପ୍ରସାଦ ରାଉଳ

ବ୍ରହ୍ମପୁର: ଗଂଜାମ ଜିଲ୍ଲା ବର୍ତ୍ତମାନ ଜାଲି ସାର୍ଟିଫିକେଟ୍‌ର ଖଣି ହୋଇଛି। ବର୍ତ୍ତମାନ ସୁଦ୍ଧା ୩୦ରୁ ଉର୍ଦ୍ଧ୍ୱ ଜାଲି ସାର୍ଟିଫିକେଟ୍ ପ୍ରଦାନ କରି ଚାକିରି କରୁଥିବା ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଠାବ କରି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବା ପରେ ଜାଲି ସାର୍ଟିଫିକେଟ୍ ଯୋଗାଣକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ବହୁବାର ଦାବି ହୋଇ ଆସୁଥିଲା। ଏହି କ୍ରମରେ  ଆଜି ଗଂଜାମ ପୋଲିସ୍ ପକ୍ଷରୁ ୨ ଜଣ ଜାଲି ସାର୍ଟିଫିକେଟ୍ ପ୍ରଦାନ କରି ଚାକିରି କରୁଥବା ଶିକ୍ଷକଙ୍କ ସହ ୩ ଜଣ ପ୍ରସ୍ତୁତକର୍ତ୍ତା ଦଲାଲଙ୍କୁ ମଧ୍ୟ ପୋଲିସ୍ ଗିରଫ କରିଛି। ସୂଚନାଯୋଗ୍ୟ ପୂର୍ବରୁ ବହୁବାର ଏନେଇ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ପୋଲିସ୍ ବିଭାଗ ତତ୍ପରତା ଦେଖାଇ ଜାଲି ସାର୍ଟିଫିକେଟ୍ ରାକେଟ୍‌କୁ ଠାବ କରିବାରେ ସକ୍ଷମ ହୋଇଥିବାବେଳେ ବହୁ ପରିମାଣର ନକଲି ସିଲ୍ ସହ ବହୁ ନକଲି ସାର୍ଟିଫିକେଟ୍ ଜବତ କରିଛି।

ଗଂଜାମ ପୋଲିସ୍‌ର ଆଇପିଏସ୍ ଅଭିଳାଷ ଏବଂ ଆସିକା ଥାନାଧିକାରୀ ପ୍ରଶାନ୍ତ ସାହୁ ପକ୍ଷରୁ ଚଢ଼ାଉ କରି ଏମାନଙ୍କୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତମାନେ ହେଲେ ଶିକ୍ଷକ ହୁମୁକି ଗ୍ରାମର ଗୌରୀ ଶଙ୍କର ଜେନା, ହୁମୁକି ଗ୍ରାମର ଶିକ୍ଷକ ପ୍ରକାଶ ଚନ୍ଦ୍ର ପଲେଇ, ପୋଲସରାର ଦୁର୍ଗା ପ୍ରସାଦ ମିଶ୍ର, କୋଦଳାର ଧୀରେନ୍ କୁମାର ଦୋରା ଓ କୋଦଳାର ରଂଜିତ କୁମାର ପାଲଟା। ପୂର୍ବରୁ ଗଂଜାମ ଜିଲ୍ଲାରେ ନକଲି ସାର୍ଟିଫିକେଟ୍ ନେଇ ଶିକ୍ଷକତା କରୁଥବା ନେଇ ଅଭିଯୋଗ ହେଉଥିଲା। ଜିଲ୍ଲା ଶିକ୍ଷାଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ପ୍ରତ୍ୟେକ ବ୍ଳକ୍ ଶିକ୍ଷାଧିକାରୀ ସେମାନଙ୍କ ବ୍ଳକ୍‌ରେ ନକଲି ସାର୍ଟିଫିକେଟ୍ ନେଇ ଶିକ୍ଷକତା କରୁଥିବା ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ କରିଥିଲେ। ଆସିକା ଥାନାରେ ମଧ୍ୟ ମାମଲା ରୁଜୁ ହୋଇଥିଲା। ପ୍ରଥମେ ଦୁଇ ଶିକ୍ଷକ ଯଥା ଗୌରୀଶଙ୍କର ଏବଂ ପ୍ରକାଶ ଚନ୍ଦ୍ର ପଳେଇଙ୍କୁ ଗିରଫ କରାଯିବା ପରେ ସେମାନଙ୍କୁ ପଚାରାଉଚରା କରି ଏହି ରାକେଟ୍‌ର ପର୍ଦ୍ଦାଫାସ ହୋଇଥିଲା। ପରେ ଅନ୍ୟ ତିନିଜଣଙ୍କୁ ଗିରଫ କରାଯାଇଛି। ଏମାନଙ୍କ ନିକଟରୁ ବହୁ ସିଲ୍ ସାଙ୍ଗକୁ ନକଲି ସାର୍ଟିଫିକେଟ୍ ଏବଂ ନଗଦ ୨୬ ହଜାର ଟଙ୍କା ଜବତ ହୋଇଛି।

ଏମିତିକି ଜବତ ସିଲ୍ ମଧ୍ୟରେ ଜିଲ୍ଲା ତଥା ରାଜ୍ୟ ବାହାରର ବହୁ ବରିଷ୍ଠ ଅଧିକାରୀଙ୍କ ସମେତ ବହୁ ଡ଼ାକ୍ତର, ତହସିଲ୍‌ଦାର, ବିଡ଼ିଓ, ଏବିଡ଼ିଓ, ଜିଲ୍ଲା ଶିକ୍ଷାଧିକାରୀଙ୍କ ନକଲି ସିଲ୍ ରହିଛି। ସମସ୍ତ ଗିରଫ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରାଯାଇଥିବାବେଳେ ଅନ୍ୟ ନକଲି ଶିକ୍ଷକଙ୍କୁ ମଧ୍ୟ ଗିରଫ କରାଯିବ ବୋଲି ପୋଲିସ୍ କହିଛି। ଗୋଟିଏ ପଟେ ମେଧାବୀ ଛାତ୍ରମାନେ ସିଟି, ବିଇଡ଼ି, ଓଟିଇଟି ପାସ୍ କରି ହଜାର ହଜାର ଶିକ୍ଷକ ଆଶାୟୀ ବେକାରୀ ଅଛନ୍ତି। ଚାକିରି କରିବା ପାଇଁ ରାଜରାସ୍ତାକୁ ଓହ୍ଲାଇଥିବାବେଳେ ଚାକିରି ନଥିବାବେଳେ ଏଭଳି ନକଲି ଶିକ୍ଷକମାନେ ନିଜର ମାର୍କ ବଢ଼ାଇ, ନକଲି ସାଟିଫିକେଟ୍ ପ୍ରଦାନ କରି ଚାକିରି କରୁଛନ୍ତି।

ତେଣୁ ଆଗାମୀ ଦିନରେ ମଧ୍ୟ ଏଭଳି ସମସ୍ତ ନକଲି ଶିକ୍ଷକଙ୍କୁ ଠାବ କରିବା ସହ ସଂପୃକ୍ତ ଶିକ୍ଷକଙ୍କ ସ୍ଥାନରେ ପୁର୍ନବାର ନୂତନ ଶିକ୍ଷକ ନିଯୁକ୍ତି କରିବାକୁ ଦାବି ହେଉଛି। ଏହିଭଳି ଚଢ଼ାଉ ଏବଂ ନକଲି ସାର୍ଟିଫିକେଟ୍ ରାକେଟ୍‌ର ପର୍ଦ୍ଦାଫାସ ହେବା ପରେ ସମସ୍ତ ନକଲି ଶିକ୍ଷକ ଏବଂ ଶିକ୍ଷୟତ୍ରୀଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି।

Share. Facebook Twitter LinkedIn Email WhatsApp Copy Link

Related Posts

ପ୍ରଦେଶ କଂଗ୍ରେସ ଗଠନ କଲା ସୃଜନ କମିଟି ଓ ୱାର ରୁମ କମିଟି, ଜାଣନ୍ତୁ ଏହା କଣ

August 21, 2025

ପୁଣି ଓଡିଶାକୁ ଫେରିବ ପୋସ୍କୋ, କେନ୍ଦୁଝରରେ କରିବ ପ୍ରକଳ୍ପ, ମୁଖ୍ୟମନ୍ତ୍ରୀଙ୍କୁ ଦେଲେ ଧନ୍ୟବାଦ

August 21, 2025

‘କର୍ମଚାରୀ ସଂକଳ୍ପ ସମ୍ମିଳନୀ’କୁ ସମ୍ବୋଧନ କଲେ କେନ୍ଦ୍ର କୃଷି ମନ୍ତ୍ରୀ

August 21, 2025

ଆଇପିଏସ ସ୍ତରରେ ବଡ ଧରଣର ଅଦଳବଦଳ, ବଦଳିଲେ ସାତଟି ଜିଲ୍ଲାର ଏସପି

August 21, 2025
Latest News

ପ୍ରଦେଶ କଂଗ୍ରେସ ଗଠନ କଲା ସୃଜନ କମିଟି ଓ ୱାର ରୁମ କମିଟି, ଜାଣନ୍ତୁ ଏହା କଣ

August 21, 2025

ପୁଣି ଓଡିଶାକୁ ଫେରିବ ପୋସ୍କୋ, କେନ୍ଦୁଝରରେ କରିବ ପ୍ରକଳ୍ପ, ମୁଖ୍ୟମନ୍ତ୍ରୀଙ୍କୁ ଦେଲେ ଧନ୍ୟବାଦ

August 21, 2025

‘କର୍ମଚାରୀ ସଂକଳ୍ପ ସମ୍ମିଳନୀ’କୁ ସମ୍ବୋଧନ କଲେ କେନ୍ଦ୍ର କୃଷି ମନ୍ତ୍ରୀ

August 21, 2025

ଆଇପିଏସ ସ୍ତରରେ ବଡ ଧରଣର ଅଦଳବଦଳ, ବଦଳିଲେ ସାତଟି ଜିଲ୍ଲାର ଏସପି

August 21, 2025

ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀଙ୍କ ଅପରାଧିକ ମାମଲା ବିଲକୁ ନେଇ କଂଗ୍ରେସର କଟାକ୍ଷ

August 21, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.