ବାର୍ଦ୍ଧକ୍ୟ ଭତ୍ତାରୁ ବଞ୍ଚିତ ଯୋଗ୍ୟ ହିତାଧିକାରୀ : ପ୍ରଶାସନ ନିକଟରେ ଗୁହାରି ଜଣାଇଲେ ବରିଷ୍ଠ ନାଗରିକ  

Published: Mar 1, 2020, 10:37 am IST

କୃଷ୍ଣଚନ୍ଦ୍ର ସୁଆସିଆଁ

ଶେରଗଡ : ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ତରଫରୁ ବରିଷ୍ଠ ନାଗରିକଙ୍କୁ ବାର୍ଦ୍ଧକ୍ୟ ଭତ୍ତା ପ୍ରଦାନ କରାଯାଉଛି। ଯାହାର ଶ୍ରେୟ ନେବା ପାଇଁ ରାଜନୈତିକ ପ୍ରତିଯୋଗିତା ଦେଖିବାକୁ ମିଳୁଛି। କମ୍ ବୟସର କିଛି ବ୍ୟକ୍ତିମାନଙ୍କୁ ବହୁଦିନ ହେଲା ବାର୍ଦ୍ଧକ୍ୟ ଭତ୍ତା ମିଳୁଛି । କିନ୍ତୁ ଯୋଗ୍ୟ ବ୍ୟକ୍ତିଙ୍କୁ ଭତ୍ତା ମିଳିବାରେ ଅହେତୁକ ବିଳମ୍ବ ଦେଖାଯାଉଥିବା ଅଭିଯୋଗ ହୋଇଛି ।  ଗଞ୍ଜାମ ଜିଲ୍ଲା ଶେରଗଡ଼ ବ୍ଲକ ଅନ୍ତର୍ଗତ ଗୋଠଗାଁର କିଛି ବରିଷ୍ଠ ନାଗରିକ ଏନେଇ ପ୍ରଶାସନକୁ ଗୁହାରି ଜଣାଇଛନ୍ତି। ମଧୁବାବୁ ପେନସନ ଯୋଜନା ହେଉ ଅବା ଅନ୍ୟାନ୍ୟ ଯୋଜନାରେ ଖାମଖିଆଲ ମନୋଭାବ ଯୋଗୁଁ ବହୁ ଯୋଗ୍ୟ ବରିଷ୍ଠ ନାଗରିକ ଭତ୍ତା ପାଇବାରୁ ବଞ୍ଚିତ ହେବା ପରିଲକ୍ଷିତ ହେଉଛି। ଯାହା ସେମାନଙ୍କ ପରିଣତ ବୟସରେ ନିତିଦିନିଆ ଆବଶ୍ୟକ ଖର୍ଚ୍ଚ କିମ୍ବା ଚଳିବାରେ ସମସ୍ୟା ଦେଖାଯାଉଛି ବୋଲି ଅଭିଯୋଗ କରିଛନ୍ତି। ଯୋଗ୍ୟ ବରିଷ୍ଠ ନାଗରିକଙ୍କୁ ତୁରନ୍ତ ପ୍ରଶାସନ ଓ ଲୋକପ୍ରତିନିଧି ହସ୍ତକ୍ଷେପ କରି ବାର୍ଦ୍ଧକ୍ୟ ଭତ୍ତାରେ ସାମିଲ କରିବା ପାଇଁ ସାଧାରଣରେ ଦାବୀ ଉଠୁଛି।

Related posts