କନ୍ୟା ବିଦା ହେବା ପୂର୍ବରୁ ଦ୍ବିତୀୟ ବିବାହ କଲେ ବର

Published: Mar 1, 2020, 11:46 am IST

ବିହାର : ବାହାଘରରେ ଜଣେ ଜଣକର ଏହି ଜନ୍ମ ପାଇଁ ସାତ ଜନ୍ମ ପାଇଁ ସାଥୀ ହୋଇଥା’ନ୍ତି। କିନ୍ତୁ ବିହାରର ଗୋପାଳଗଞ୍ଜ ନିକଟରେ ଏକ ଆଶ୍ଚର୍ଯ୍ୟ ଜନକ ଘଟଣା ଘଟିଛି। ବାହାଘରର ମାତ୍ର ଦୁଇ ଘଣ୍ଟା ପରେ ବର ଜଣକ ଆଉ ଜଣକୁ ବିବାହ କରିଛନ୍ତି।

ବିହାରର ଗୋପାଳଗଞ୍ଜର ମାନ୍ଝାଗଢ ଥାନା ଅଞ୍ଚଳର ବର ଓ କନ୍ୟା ଅଗ୍ନିକୁ ସାକ୍ଷୀ ରଖି ସାତ ଜନ୍ମ ପାଇଁ ସାଥିରେ ରହିବା ପାଇଁ ପ୍ରତିଜ୍ଞା ନେଇଥିଲେ । କିନ୍ତୁ ଠିକ୍‌ କନ୍ୟା ବିଦା ହେବା ସମୟରେ କନ୍ୟା ଜଣକ ଫେରାର୍‌ ହୋଇଯାଇଥିଲେ । ଏହାପରେ ବର ଜଣକ ଅନ୍ୟ ଏକ କନ୍ୟାକୁ ବିବାହ କରିଥିଲେ ।

ପୋଲିସ୍‌ ସୂତ୍ରର ମିଳିଥିବା ସୂଚନା ଅନୁସାରେ ଶେଖପରସା ଗ୍ରାମର ଜଣେ ଯୁବତୀଙ୍କ ଉତ୍ତରପ୍ରଦେଶ କୁଶୀନଗର ଜିଲ୍ଲାର ଭଗବାନପୁର ଗ୍ରାମର ଜଣେ ଯୁବକଙ୍କ ସହିତ ବିବାହ ଠିକ୍‌ ହୋଇଥିଲା । ଗତ ଫେବୃଆରୀ 26 ତାରିଖ ଦିନ ଦୁହେଁ ରୀତି ମୁତାବକ ବିବାହ କରିଥିଲେ । ଯେତେବେଳେ ବଧୂ ବିଦାୟ ନେବାର ସମୟ ଆସିଥିଲା, ସେତେବଳେ ବଧୂ ଜଣକ ତାଙ୍କ ପ୍ରେମିକ ସହିତ ଫେରାର୍‌ ହୋଇଯାଇଥିଲେ । (ଏଜେନ୍ସି)

Related posts