ସମୀକ୍ଷା ବ୍ୟୁରୋ
ଭୁବନେଶ୍ବର : ଆଜି ଏକ ଘରୋଇ ଶିକ୍ଷାନୁଷ୍ଠାନର ଦୁଇଟି ବସ୍କୁ ସିଜ୍ କରାଯାଇଛି। ଫିଟ୍ନେସ୍ ନଥାଇ ରାସ୍ତାରେ ଗଡିବା ଅଭିଯୋଗରେ ସିଜ୍। ବୈଧ ପଞ୍ଜୀକରଣ ଓ ପଲ୍ୟୁସନ୍ ନିୟମ ଉଲ୍ଲଂଘନ କରିଥିବାରୁ ଏହି ଜରିମାନା ଆଦାୟ କରାଯାଇଛି। ଉଭୟ ବସ୍କୁ 25 ହଜାର 5 ଶହ ଲେଖାଏଁ ଜରିମାନା ଆଦାୟ କଲେ ଆରଟିଓ-1। ମାର୍ଚ୍ଚ 1 ତାରିଖରୁ ମୋଟର ଯାନ ଆଇନ କଡ଼ାକଡ଼ି ପାଳନ କରାଯାଇଛି। ଦିଆଯାଇଥିବା ୬ ମାସର ଅବଧି ପୂରିଯାଇଥିବା ବେଳେ ଏଥର ଯାଞ୍ଚ କଡ଼ାକଡ଼ି କରାଯାଉଛି। ନୂଆ ମୋଟର ଯାନ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ କରାଯାଉଛି।
Tags: newmotorvehicleact