Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କଡାକଡି ଟ୍ରାଫିକ୍‌ ନିୟମ : 24 ଘଣ୍ଟାରେ କୋଟିଏ ଜରିମାନା ଆଦାୟ
ଆଜିର ଖବର

କଡାକଡି ଟ୍ରାଫିକ୍‌ ନିୟମ : 24 ଘଣ୍ଟାରେ କୋଟିଏ ଜରିମାନା ଆଦାୟ

March 2, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର : ଗତକାଲିଠାରୁ ରାଜ୍ୟରେ ଟ୍ରାଫିକ୍‌ ବ୍ୟବସ୍ଥା କଡାକଡି କରାଯିବା ପରେ ମୋଟା ଅଙ୍କର ଜରିମାନା ଆଦାୟ ହୋଇଛି । 24 ଘଣ୍ଟା ମଧ୍ୟରେ କୋଟିଏ ଟଙ୍କାର ଜରିମାନା ହୋଇଛି ବୋଲି ସୂଚନା ମିଳିଛି । 6ମାସର କୋହଳ ଅବଧି ସମାପ୍ତ ପରେ ରାଜ୍ୟରେ ଟ୍ରାଫିକ୍‌ ନିୟମ ପ୍ରତି କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଏହି କ୍ରମରେ ଟ୍ରାଫିକ୍‌ ନିୟମ ଉଲ୍ଲଂଘନ ଅଭିଯୋଗରେ ମୋଟା ରକମ ଜରିମାନା ଆଦାୟ ହୋଇଛି । ବାଇ୍‌କରେ ତିନିଜଣ ବସିବା କାରଣରୁ 126 ଜଣଙ୍କଠୁ ଜରିମାନା ଆଦାୟ କରାଯାଇଥିବାବେଳେ ମୋବାଇଲରେ କଥା ହେବା କାରଣରୁ 48 ଜଣ, ବିପରୀତ ଦିଗରେ ଡ୍ରାଇଭିଂ ପାଇଁ 10 ଜଣ, ବିନା ହେଲମେଟ୍‌ରେ 1831ଜଣ ଓ ମଦ ପିଇ ଡ୍ରାଇଭିଂ କରି 24 ଜଣ ଧରାପଡିଛନ୍ତି । ସେହିପରି ବିନା ସିଟ୍‌ ବେଲ୍ଟରେ 349ଜଣ, ଦ୍ରୁତ ଡ୍ରାଇଭିଂ ପାଇଁ 277ଜଣଙ୍କୁ ଜରିମାନା ହୋଇଛି । 24 ଘଣ୍ଟା ଭିତରେ ମୋଟ 3870 ଖିଲାପକାରୀଙ୍କୁ ଜରିମାନା କରାଯାଇଛି । ଆରଟିଓ ଦ୍ବାରା 1758 ଲକ୍ଷ ଖିଲାପକାରୀଙ୍କଠାରୁ 88 ଲକ୍ଷର ଜରିମାନା ଆଦାୟ କରାଯାଇଛି । 2112 ଖିଲାପକାରୀଙ୍କଠାରୁ 18 ଲକ୍ଷ ଜରିମାନା ପୋଲିସ୍‌ ଆଦାୟ କରିଛି ।

ସେହିପରି ଆଜି ଭୁବନେଶ୍ବରର ଘରୋଇ ସ୍କୁଲର ଏକ ଭ୍ୟାନ୍‌କୁ ମଧ୍ୟ ମୋଟା ଜରିମାନା କରାଯାଇଛି । 37 ହଜାର 500ଟଙ୍କାର ଜରିମାନା ଆଦାୟ କରିଛନ୍ତି ଆରଟିଓ-2 । ନିୟମ ଉଲ୍ଲଂଘନ ଅଭିଯୋଗରେ ଇନ୍‌ଫୋସିଟି ଅଞ୍ଚଳରୁ ଜରିମାନା ଆଦାୟ କରାଯାଇଛି । ପଲ୍ୟୁସନ, ଡିଏ୍‌, ରେଜିଷ୍ଟ୍ରେସନ୍‌, ଫିଟନେସ୍‌, ପରମିଟ୍‌, ବୀମା ପାଇଁ ଏହି ଜରିମାନା ଆଦାୟ କରାଯାଇଛି ।

Share. Facebook Twitter LinkedIn Email WhatsApp Copy Link

Related Posts

ଟିମ୍ ଇଣ୍ଡିଆକୁ ୧୩୧ କୋଟି ପ୍ରଦାନ କଲା ବିସିସିଆଇ: ଜାଣନ୍ତୁ ଏହି ଟଙ୍କା କିଏ ପାଇବ? 

March 12, 2026

ମହାରାଷ୍ଟ୍ର ବଜେଟ ଅଧିବେଶନ ମଧ୍ୟରେ ବିଧାନ ଭବନକୁ ବୋମା ଧମକ!: ତଲାସୀ ଅଭିଯାନ ଆରମ୍ଭ

March 12, 2026

ପରବର୍ତ୍ତୀ ଟି-୨୦ ବିଶ୍ୱକପ୍ କେବେ ଏବଂ କେଉଁ ଦେଶରେ ଖେଳାଯିବ?: ୧୨ଟି ଦଳ ନିଶ୍ଚିତ, ୮ଟି ସ୍ଥାନ ଖାଲି

March 12, 2026

ଟ୍ରମ୍ପଙ୍କ ‘୩୦୧’ ଛାଟ!: ଭାରତ ଏବଂ ଚୀନ୍ ସମେତ ୧୬ ଟି ଦେଶ ଉପରେ ହେବ କାର୍ଯ୍ୟାନୁଷ୍ଠାନ

March 12, 2026
Latest News

ଟିମ୍ ଇଣ୍ଡିଆକୁ ୧୩୧ କୋଟି ପ୍ରଦାନ କଲା ବିସିସିଆଇ: ଜାଣନ୍ତୁ ଏହି ଟଙ୍କା କିଏ ପାଇବ? 

March 12, 2026

ମହାରାଷ୍ଟ୍ର ବଜେଟ ଅଧିବେଶନ ମଧ୍ୟରେ ବିଧାନ ଭବନକୁ ବୋମା ଧମକ!: ତଲାସୀ ଅଭିଯାନ ଆରମ୍ଭ

March 12, 2026

ପରବର୍ତ୍ତୀ ଟି-୨୦ ବିଶ୍ୱକପ୍ କେବେ ଏବଂ କେଉଁ ଦେଶରେ ଖେଳାଯିବ?: ୧୨ଟି ଦଳ ନିଶ୍ଚିତ, ୮ଟି ସ୍ଥାନ ଖାଲି

March 12, 2026

ଟ୍ରମ୍ପଙ୍କ ‘୩୦୧’ ଛାଟ!: ଭାରତ ଏବଂ ଚୀନ୍ ସମେତ ୧୬ ଟି ଦେଶ ଉପରେ ହେବ କାର୍ଯ୍ୟାନୁଷ୍ଠାନ

March 12, 2026

ମଧ୍ୟପୂର୍ବ ଯୁଦ୍ଧର ପ୍ରଭାବ: ବିଶ୍ୱ ତେଲ ଓ ଗ୍ୟାସ ଯୋଗାଣ ଉପରେ ବଢ଼ୁଛି ସଙ୍କଟ

March 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.