Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପୁଅ ମୃତ୍ୟୁର ସାତ ମାସ ପରେ ପରିବାର ଲୋକେ ଆଣିଲେ ହତ୍ୟା ଅଭିଯୋଗ, କ୍ରାଇମବ୍ରାଞ୍ଚ ତଦନ୍ତ କରିବାକୁ ଦାବି
ଆଜିର ଖବର

ପୁଅ ମୃତ୍ୟୁର ସାତ ମାସ ପରେ ପରିବାର ଲୋକେ ଆଣିଲେ ହତ୍ୟା ଅଭିଯୋଗ, କ୍ରାଇମବ୍ରାଞ୍ଚ ତଦନ୍ତ କରିବାକୁ ଦାବି

March 3, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ରଞ୍ଜିତ୍‌ ପଣ୍ଡା

କୁଜଙ୍ଗ :  ରାସ୍ତା ଦୁର୍ଘଟଣାରେ  ମୃତ୍ୟୁ ହୋଇଥିବା କୁହାଯାଉଥିବା ଘଟଣାର  ସାତ ମାସପରେ ମୃତ ଯୁବକର ମାଆ ସୁଲୋଚନା ଦାଶ ସ୍ଥାନୀୟ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଅଦାଲତରେ ଅଭିଯୋଗ କରିଥିବା ଜଣାପଡ଼ିଛି । ଏନେଇ ଅଭିଯୋଗକାରୀ ସ୍ଥାନୀୟ ପ୍ରଥମ ଶ୍ରେଣୀ ବିଚାରବିଭାଗୀୟ ଅଦାଲତରେ ମାମଲା ରୁଜୁ କରିଥିଲେ । ଫଳରେ ମାନ୍ୟବର କୋର୍ଟଙ୍କ ନିର୍ଦ୍ଦେଶକ୍ରମେ କୁଜଙ୍ଗ ଥାନାରେ ଅଭିଯୁକ୍ତଙ୍କ ନାମରେ ବିଭିନ୍ନ ଦଫାରେ ମାମଲା ରୁଜୁ ହୋଇଥିବା ଜଣାପଡ଼ିଛି । କୁଜଙ୍ଗ ଥାନା ପକ୍ଷରୁ ମଧ୍ୟ ଅଭିଯୋଗକାରୀଙ୍କ ବୟାନ ରେକଡ଼ୟ କରାଯାଇଛି । ।

ଘଟଣାରୁ ପ୍ରକାଶଯେ, କୁଜଙ୍ଗର ସୁଲୋଚନାଙ୍କ ପୁତ୍ର ଅମୃତ କୁମାର ଦାଶ ମେକାନିକାଲ ବିଭାଗରେ ଡ଼ିପ୍ଲୋମା ପାସ କଲାପରେ ପାରାଦୀପର ଶିଳ୍ପାଂଚଳରେ ଛୋଟମୋଟ କାର୍ଯ୍ୟ କରୁଥିଲା । ୨୦୧୯ ମସିହା ଜୁଲାଇମାସ ୨୦ ତାରିଖରେ ସ୍ୱାମୀ ଏବଂ ବଡ଼ପୁଅ ଘରେ ନଥିଲେ । ସେହିଦିନ ଅମୃତ ଘରେ ଶୋଇଥିବାବେଳେ ତାର ମୋବାଇଲ ଫୋନକୁ ୧୫ଥର ଫୋନକଲ ଆସିଥିଲା । ପରେ ଦିନ ୧୨ଟା ସମୟରେ କୁଜଙ୍ଗ ଏବଂ ଭୂତମୁଣ୍ଡାଇ ଅଂଚଳର କିଛି ଯୁବକ ଆସିଥିଲେ । ତାକୁ ବଳପୂର୍ବକ ଘରୁ ନେଇଥିଲେ । ପ୍ରତିବାଦ କରିବାରୁ ସେ ଜଗତସିଂହପୁର ଯାଉଛନ୍ତି । ଅପରାହ୍ନ ୪ ଟା ସମୟରେ ଘରକୁ ଫେରି ଆସିବେ ବୋଲି ସେମାନେ କହିଥିଲେ । ମାତ୍ର ଅପରାହ୍ନ ୪ଟ ସମୟରେ ପୁଅ ଘରକୁ ନଫେରିବାରୁ ତାକୁ ଫୋନ କରାଯାଇଥିଲା। ମାତ୍ର ସେ ଥରିଲା ଥରିଲା କଣ୍ଠରେ ଅତ୍ୟନ୍ତ ଭୟଭୀତ ହୋଇ ଅଧଘଂଟା ମଧ୍ୟରେ ଘରେ ପହଂଚିବ ବୋଲି କହିଥିଲା। ପରେ ମୋବାଇଲ ସୁଇଚ ଅଫ୍ ହୋଇ ଯାଇଥିଲା । ପରବର୍ତୀ ସମୟରେ ରାତିପ୍ରାୟ ୯ଟା ସମୟରେ ପୁଅର ଦୁର୍ଘଟଣା ଜନିତ ମୃତ୍ୟୁ ହୋଇଥିବାନେଇ ସେ ଖବର ପାଇଥିଲେ । ମାତ୍ର ତାଙ୍କ ସହିତ ମୋଟର ସାଇକେଲରେ ଥିବା ଅନ୍ୟଜଣେ ଯୁବକ ଜୀବିତ ରହିଥିଲା । ତେବେ ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ଅଭିଯୋଗକାରୀ ଦାବୀ କରିଛନ୍ତି । ତିର୍ତ୍ତୋଲ ଥାନା ବାଲିପାଟଣା ନିକଟରେ ଅଭିଯୁକ୍ତମାନେ ତାଙ୍କୁ ହତ୍ୟା କରିବା ସହିତ ମୋଟର ସାଇକେଲକୁ ଭାଙ୍ଗି ଗୁଣ୍ଡଗୁଣ୍ଡକରି ଦୁର୍ଘଟଣାର ରୂପଦେଇଥିବା ସେ ଅଭିଯୋଗ କରିଛନ୍ତି ।

ସେହିପରିଭାବେ ପୁଅ ଅମୃତକୁ ପୂର୍ବରୁ ମଧ୍ୟ ଅନେକ ବାର ଆକ୍ରମଣ ଏବଂ ହତ୍ୟା ଷଡଯନ୍ତ୍ର କରାଯାଇଥିବା ସେ ଅଭିଯୋଗ କରିବା ସହିତ ଏଥିରେ କୁଜଙ୍ଗ, ଭୂତମୁଣ୍ଡାଇ ଏବଂ କେନ୍ଦ୍ରାପଡ଼ାର ଅଂଚଳର କିଛି ପେଶାଦାର ଅପରାଧୀମାନଙ୍କର ସମ୍ପୃକ୍ତି ରହିଥିବା ସେ ଅଭିଯୋଗ କରିଛନ୍ତି । ମାନ୍ୟବର ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଅଦାଲତଙ୍କ ନିର୍ଦ୍ଦେଶକ୍ରମେ କୁଜଙ୍ଗ ଥାନାରେ ବିଭିନ୍ନ ଦଫାରେ ମାମଲା ରୁଜୁ ହୋଇଛି । ତେବେ ଏହି ମାମଲାର ତଦ୍ଦନ୍ତ ଜାରୀ ରହିଥିବା କୁଜଙ୍ଗ ଥାନା ଅଧିକାରୀ ଦିଲ୍ଲୀପ କୁମାର ସାହୁ ପ୍ରକାଶ କରିଛନ୍ତି ।  ଏହା ପେଶାଦାର ଅପରାଧୀ ମାନଙ୍କର ହତ୍ୟାକାଣ୍ଡର ଏକ ନୂଆ ଫର୍ମୁଲା । ଏହି ଫର୍ମୁଲାରେ ଗତକିଛି ବର୍ଷ ମଧ୍ୟରେ ଏକାଧିକ ହତ୍ୟାକାଣ୍ଡ ଘଟିଥିବା ମୃତ ଅମୃତ କୁମାର ଦାଶଙ୍କ ବାପା ରମାକାନ୍ତ ଦାଶ ପ୍ରକାଶ କରିଛନ୍ତି । ତେବେ ଏହି ଘଟଣାର କ୍ରାଇମବ୍ରାଂଚ ତଦ୍ଦନ୍ତ  କରାଯିବାକୁ ପରିବାର ପକ୍ଷରୁ ଦାବୀ କରାଯାଇଛି ।

Share. Facebook Twitter LinkedIn Email WhatsApp Copy Link

Related Posts

BonV Aero: ଖୋର୍ଦ୍ଧାରେ ବନ୍‌ଭି ଏରୋ ର ନୂଆ ଡ୍ରୋନ ପାର୍କ, ୩୦୦ କୋଟି ଟଙ୍କା ନିବେଶ 

April 11, 2026

ଟ୍ରକ୍‌କୁ ପିଟିଲା ଆମ୍ବୁଲାନ୍ସ : ଜଣେ ମୃତ

April 11, 2026

ଦୁବାଇରୁ କାଠମାଣ୍ଡୁ ଯାଉଥିଲା ବିମାନ, ଲକ୍ଷ୍ନୌ ବିମାନବନ୍ଦରରେ ହେଲା ଜରୁରୀକାଳୀନ ଅବତରଣ

April 11, 2026

ଯୁବକଙ୍କୁ ଉଠାଇନେଲା ପୋଲିସ୍

April 11, 2026
Latest News

BonV Aero: ଖୋର୍ଦ୍ଧାରେ ବନ୍‌ଭି ଏରୋ ର ନୂଆ ଡ୍ରୋନ ପାର୍କ, ୩୦୦ କୋଟି ଟଙ୍କା ନିବେଶ 

April 11, 2026

ଟ୍ରକ୍‌କୁ ପିଟିଲା ଆମ୍ବୁଲାନ୍ସ : ଜଣେ ମୃତ

April 11, 2026

ଦୁବାଇରୁ କାଠମାଣ୍ଡୁ ଯାଉଥିଲା ବିମାନ, ଲକ୍ଷ୍ନୌ ବିମାନବନ୍ଦରରେ ହେଲା ଜରୁରୀକାଳୀନ ଅବତରଣ

April 11, 2026

ମଞ୍ଚୁରିଆନ୍ ଓ କଢାଇ ପନୀର ଖାଇ ମୃତ୍ୟୁ: ଜାଣନ୍ତୁ କାରଣ କ’ଣ, ଗ୍ରୀଷ୍ମଋତୁରେ ଖାଦ୍ୟକୁ ନେଇ ରୁହନ୍ତୁ ସତର୍କ

April 11, 2026

ଯୁବକଙ୍କୁ ଉଠାଇନେଲା ପୋଲିସ୍

April 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.