ଡେଟୋନେଟର ବିସ୍ଫୋରଣରେ ୩ ଛାତ୍ର ଆହତ

Published: Mar 3, 2020, 11:39 am IST

କୃଷ୍ଣଚନ୍ଦ୍ର ସୁଆସିଆଁ

ହିଞ୍ଜିଳିକାଟୁ : ହିଞ୍ଜିଳିକାଟୁ ବ୍ଲକ ଅନ୍ତର୍ଗତ ସୋମପୁର ଗ୍ରାମରେ ଡେଟୋନେଟର ବିସ୍ଫୋରଣ ଫଳରେ ଏକ ଅଭାବନୀୟ ଘଟଣା ଘଟି ଯାଇଛି।ସୂଚନାଯୋଗ୍ୟ ଯେ ଆହତ ଛାତ୍ରମାନେ ନିକଟସ୍ଥ ପାହାଡ ଫୁଟାଇବା ପାଇଁ ବ୍ୟବହାର ଡିଟୋନେଟରକୁ ଆଣି କ୍ରୀଡାରତ ସମୟରେ ଡିଟୋନେଟର ବିସ୍ଫୋରଣ ଘଟିଥିଲା।ଯାହା ଫଳରେ ତିନି ନାବାଳକ ଗୁରୁତର ହୋଇଛନ୍ତି । ଗୁରୁତର ହୋଇଥିବା ବାଳକମାନେ ହେଲେ ବାଦଲ ଗୌଡ,ନାରାୟଣ ଗୌଡ,ଶ୍ରୀଧର ଗୌଡ। ଏହି ତିନି ଛାତ୍ରଙ୍କ ଆଙ୍ଗୁଳି,ମୁହଁରେ ଗଭୀର ଆଘାତ ଲାଗିଛି । ଗୁରୁତର ଅବସ୍ଥାରେ ହିଞ୍ଜିଳିକାଟୁ ମେଡିକାଲରେ ଚିକିତ୍ସା ପରେ ଅଧିକ ଚିକିତ୍ସା ପାଇଁ ବ୍ରହ୍ମପୁର ଏମକେସିଜି ମେଡିକାଲରେ ଭର୍ତ୍ତି କରାଯିବା ବିଶେଷ ସୂତରୁ ପ୍ରକାଶ ପାଉଥିବା ବେଳେ ହିଞ୍ଜିଳି ପୋଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଅନୁସନ୍ଧାନ କରିବା ଆରମ୍ଭ କରିବା ଦେଖିବାକୁ ମିଳିଛି।

Related posts