Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଦିନ ଦ୍ବିପ୍ରହରରେ ଗମ୍ଭାରୀମୁଣ୍ଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଝୁଲୁଛି ତାଲା, ଭାଇରାଲ୍‌ ଭିଡିଓକୁ ନେଇ ଚର୍ଚ୍ଚା
ଆଜିର ଖବର

ଦିନ ଦ୍ବିପ୍ରହରରେ ଗମ୍ଭାରୀମୁଣ୍ଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଝୁଲୁଛି ତାଲା, ଭାଇରାଲ୍‌ ଭିଡିଓକୁ ନେଇ ଚର୍ଚ୍ଚା

March 3, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରଓ୍ବାଲ

ବାଣପୁର : ଜନସାଧାରଣଙ୍କ ଉତ୍ତମ ସ୍ବାସ୍ଥ୍ୟ ଓ ସେବା ଯୋଗାଇ ଦେବା ପାଇଁ ନବୀନ ସରକାର ବିଭିନ୍ନ ପ୍ରକାରର  ଯୋଜନା ପ୍ରସ୍ତୁତ କରିଛନ୍ତି। ଏଥିପାଇଁ ମୋ’ ସରକାର ଯୋଜନା ଚାଲୁକରିଥିବାବେଳେ ଚଳିତ ପାଳିରେ ଫାଇଭ୍‌ ଟିକୁ ବିଶେଷ ଗୁରୁତ୍ବ ଦେଇଛନ୍ତି। ଖୋଦ୍‌ ଫାଇଭ ଟି ସଚିବ ଅଚାନକ ସମସ୍ତ ଜିଲ୍ଲା ଗସ୍ତ କରି ସରକାରୀ କାର୍ଯ୍ୟର ସମୀକ୍ଷା ମଧ୍ୟ କରୁଛନ୍ତି। ତେବେ ସରକାର ସ୍ବାସ୍ଥ୍ୟକୁ ନେଇ ଆକ୍ସନ ମୁଡ୍‌ରେ ଥିବାବେଳେ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ହେଉ ଅଥବା ସରକାରୀ ଡାକ୍ତରଖାନା ଏହାକୁ ନେଇ କେତେଦୂର କାର୍ଯ୍ୟକାରୀ କରୁଛନ୍ତି, ତାହା ଏବେ ପ୍ରଶ୍ନର ବିଷୟ ପାଲଟୁଛି।

ଖୋର୍ଦ୍ଧା ଜିଲ୍ଲା ବାଣପୁର ସହରର ଗମ୍ଭାରୀମୁଣ୍ଡା ପଞ୍ଚାୟତରେ ଥିବା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଦିନ ଦ୍ବିପ୍ରହରରେ ତାଲା ଦେଖିବାକୁ ମିଳିଛି। ଏନେଇ ଏକ ଭିଡିଓ ଭାଇରାଲ୍‌ ହୋଇଛି।

ମିଳିଥିବା ସୂଚନା ଅନୁସାରେ, ଆଜି  ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ତରଫରୁ ଗମ୍ଭାରୀମୁଣ୍ଡା ଅଞ୍ଚଳର ଡାକ୍ତରଖାନା, ଫାଣ୍ଡି ମାର୍କେଟ୍‌ ଅଞ୍ଚଳରେ ସଫେଇ କାର୍ଯ୍ୟକ୍ରମ ଚାଲିଥିବାବେଳେ ଏହି ଘଟଣା ସାମ୍ନାକୁ ଆସିଛି। ଦିନ ବାରଟା ସମୟରେ ଗୋଷ୍ଠୀ  ସ୍ବାସ୍ଥ୍ୟକେନ୍ଦ୍ର ପରିସରକୁ ସଫେଇ କରିବାକୁ ଏବିଭିପି କାର୍ଯ୍ୟକର୍ତ୍ତା ପହଞ୍ଚିଥିବାବେଳେ ଡାକ୍ତରଖାନା ଜନଶୂନ୍ୟ ରହିଥିଲା। ସ୍ବାସ୍ଥ୍ୟକେନ୍ଦ୍ର ଭିତରେ ତାଲା ଝୁଲୁଥିବାବେଳେ ପରିସରଟି ପୂରା ନିକାଞ୍ଚନ ରହିଥିଲା। ଏବିଭିପି ତରଫରୁ ଡାକ୍ତରଖାନାରେ ତାଲା ଝୁଲୁଥିବାକୁ ନେଇ କ୍ଷାେଭ ପ୍ରକାଶ କରିବା ସହିତ ଏହା ଉପରେ ଏକ ଭିଡିଓ ପ୍ରସ୍ତୁତ କରି ସୋସିଆଲ୍‌ ମିଡିଆରେ ସେୟାର କରାଯାଇଅଛି। ଯାହା ଏବେ ସ୍ଥାନୀୟ ଅଞ୍ଚଳରେ ବେଶ୍‌ ଚର୍ଚ୍ଚା ହୋଇଛି।

ସ୍ବାସ୍ଥ୍ୟ ପରି ଏକ ସମ୍ବେଦନଶୀଳ ଘଟଣାରେ ଯେ କେହି ଏତେ ଦାୟିତ୍ବହୀନ ହୋଇପାରେ, ତାହା ଏବେ ସବୁଠୁ ବଡ ପ୍ରଶ୍ନ। ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ତାଲା ଝୁଲିବାର କାରଣ କ’ଣ ହେଇପାରେ ତାହା ଆଉ ଏକ ବଡ ପ୍ରଶ୍ନ। ସ୍ଥାନୀୟ ଅଞ୍ଚଳରେ ଏକମାତ୍ର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଥିବାବେଳେ ଦିନ ଦ୍ବିପ୍ରହରର ତାଲା ଝୁଲୁଥିବାକୁ ନେଇ ସାଧାରଣରେ ଅସନ୍ତୋଷ ସୃଷ୍ଟି ହୋଇଛି।

ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ଏବିଭିପି) ତରଫରୁ ଗମ୍ଭାରୀମୁଣ୍ଡା ନଗର ଦ୍ୱାରା ଆୟୋଜିତ ସ୍ୱଚ୍ଛ ଗମ୍ଭାରୀମୁଣ୍ଡା ଅଭିଯାନରେ ଗମ୍ଭାରୀମୁଣ୍ଡାର ବହୁ ଏବିଭିପି କାର୍ଯ୍ୟକର୍ତ୍ତା ଭାଗ ନେଇଥିଲେ। ଏହି ଅବସରରେ ଗମ୍ଭାରୀମୁଣ୍ଡା ବଜାର, ଫାଣ୍ଡି ଓ ମେଡିକାଲ ପରିସର ମଧ୍ୟରେ ପଡ଼ିଥିବା ଅଳିଆ, ଆବର୍ଜନାକୁ କାର୍ଯ୍ୟକର୍ତା ମାନେ ସଫା କରିଥିଲେ। ଏତେ ବଡ଼ ବଜାରରେ ଆବର୍ଜନା ପକେଇବା ପାଇଁ ପ୍ରଶାସନ ତରଫରୁ ଗୋଟେ ଡଷ୍ଟବିନର ବ୍ୟବସ୍ଥା ନହୋଇଥିବା ଦେଖି ସଂଗଠନର କାର୍ଯ୍ୟକର୍ତ୍ତା ମାନେ କ୍ଷୋଭ ପ୍ରକାଶ କରିବା ସହ ତୁରନ୍ତ ଗମ୍ଭାରୀମୁଣ୍ଡା ପଞ୍ଚାୟତ କାର୍ଯ୍ୟାଳୟ ଯାଇ ଅଧିକାରୀଙ୍କୁ ସାକ୍ଷାତ କରିଥିଲେ। ଡଷ୍ଟବିନ୍‌ ରଖିବା ପାଇଁ ସରକାରୀ ଜାଗାର ଆବଶ୍ୟକତା ଥିବାବେଳେ ବଜାର ଉପରେ ସରକାରୀ ଜାଗା ନଥିବାରୁ ଏନେଇ ବିଚାର ବିମର୍ଶ ଚାଲିଛି ବୋଲି କହିଛନ୍ତି ଗମ୍ଭାରୀମୁଣ୍ଡା ପଞ୍ଚାୟତର ନାଏବ ସରପଞ୍ଚ। ସୂଚନାଯୋଗ୍ୟ, ନିକଟରେ ଅନାସ୍ଥା ପ୍ରସ୍ତାବରେ ଗମ୍ଭାରୀମୁଣ୍ଡା ପଞ୍ଚାୟତର ସରପଞ୍ଚ ହାରିଯାଇଛନ୍ତି।

ଏବିଭିପି ଦ୍ବାରା ଆୟୋଜିତ ସଫେଇ କାର୍ଯ୍ୟକ୍ରମର ନେତୃତ୍ୱ ପର୍ଶୁରାମ ଜୁନିଅର ମହାବିଦ୍ୟାଳୟ ଏବିଭିପି କ୍ୟାମ୍ପସ ୟୁନିଟ ସଭାପତି ସୁଜିତ ଜେନା ଓ ନଗର ସହ ସମ୍ପାଦକ ବିବେକାନନ୍ଦ ଗଡ଼ନାୟକ ନେଇଥିବାବେଳେ ଅମୀୟ,ପ୍ରିତମ,ଦୀପକ, ଜିତୁ, ବିରେନ, ସିଲୁ,ଓଁକାର, ବିଜୁ, ବାଦଲ, ବାବୁ, ପପୁ,ରାଜେଶ ଓ ବହୁ କାର୍ଯ୍ୟକର୍ତ୍ତା ସହଯୋଗ କରିଥିଲେ।

Share. Facebook Twitter LinkedIn Email WhatsApp Copy Link

Related Posts

ଗୋଦାବରୀଶ ମହାବିଦ୍ୟାଳୟ ପରିସରରେ ବିଶ୍ୱ ଭ୍ରାତୃତ୍ୱ ଦିବସ ପାଳନ

September 11, 2025

ୟୁଏଇ ଠାରୁ ବିଜୟ ପରେ ପାକିସ୍ତାନ ବିଷୟରେ କ’ଣ କହିଲେ ଟିମ୍ ଇଣ୍ଡିଆର ଅଧିନାୟକ: ଜାଣନ୍ତୁ

September 11, 2025

ପୂର୍ବତଟ ରେଳପଥର ବିକ୍ରେତା ବିକାଶ ବୈଠକ ଆୟୋଜନ

September 11, 2025

ଦୁର୍ନୀତି ରୋକିବା ପାଇଁ ମୁଖ୍ୟ ଶାସନ ସଚିବଙ୍କ କଡ଼ା ଆଭିମୁଖ୍ୟ: ଜିଲ୍ଲାପାଳମାନଙ୍କୁ ଦେଲେ ଏହି ନିର୍ଦ୍ଦେଶ

September 11, 2025
Latest News

ଗୋଦାବରୀଶ ମହାବିଦ୍ୟାଳୟ ପରିସରରେ ବିଶ୍ୱ ଭ୍ରାତୃତ୍ୱ ଦିବସ ପାଳନ

September 11, 2025

ୟୁଏଇ ଠାରୁ ବିଜୟ ପରେ ପାକିସ୍ତାନ ବିଷୟରେ କ’ଣ କହିଲେ ଟିମ୍ ଇଣ୍ଡିଆର ଅଧିନାୟକ: ଜାଣନ୍ତୁ

September 11, 2025

ପୂର୍ବତଟ ରେଳପଥର ବିକ୍ରେତା ବିକାଶ ବୈଠକ ଆୟୋଜନ

September 11, 2025

ଦୁର୍ନୀତି ରୋକିବା ପାଇଁ ମୁଖ୍ୟ ଶାସନ ସଚିବଙ୍କ କଡ଼ା ଆଭିମୁଖ୍ୟ: ଜିଲ୍ଲାପାଳମାନଙ୍କୁ ଦେଲେ ଏହି ନିର୍ଦ୍ଦେଶ

September 11, 2025

Vishwakarma Puja: ଏଥର ୧୦୦ ବର୍ଷ ପରେ ପଡୁଛି ବିରଳ ଯୋଗ, ଜାଣନ୍ତୁ ପୂଜା କେବେ ଏବଂ ଶୁଭ ମୁହୁର୍ତ୍ତ

September 11, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.