କରୋନା ଭୟ : ମାସ୍କ୍‌ ଲଗାଇ ସଂସଦରେ ପହଞ୍ଚିଲେ ସାଂସଦ

Published: Mar 4, 2020, 1:53 pm IST

ମହାରାଷ୍ଟ୍ର : ଭାରତରେ କରୋନା ସଂକ୍ରମଣଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଦିଲ୍ଲୀ-ଏନ୍‌ସିଆରରେ ଏହି ମାମଲା ଆସିବା ପରେ କେନ୍ଦ୍ର ଓ ଦିଲ୍ଲୀ ସରକାର ଏବେ ପୂରା ଆକ୍ସନମୋଡକୁ ଆସିଛନ୍ତି। ଏହି ଭାଇରସ୍‌କୁ ନେଇ ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ରାଜନେତାମାନେ ମଧ୍ୟ ବେଶ୍‌ ଭୟ କରୁଛନ୍ତି। କରୋନା ଭାଇରସ୍‌ କାରଣରୁ ଚଳିତ ହୋଲି ମିଳନ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦି ଅଂଶଗ୍ରହଣ କରିବେ ନାହିଁ ବୋଲି ସୂଚନା ଦେଇଥିବାବେଳେ ସାଂସଦମାନେ ମଧ୍ୟ ଏହାକୁ ନେଇ ବେଶ୍‌ ସତର୍କ ରହୁଥିବାର ଦେଖାଯାଇଛି। ମହାରାଷ୍ଟ୍ରର ଅମରାବତୀ ଆସନରୁ ନିର୍ବାଚିତ ହୋଇଥିବା ଏମ୍‌ପି ନବନୀତ ରାଣା ସଂସଦକୁ ମାସ୍କ୍‌ ପିନ୍ଧି ଆସିଛନ୍ତି।

ସୂଚନାଯୋଗ୍ୟ, ଇତିମଧ୍ୟରେ ଦେଶରେ ୧୮ଜଣ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ସେମାନଙ୍କ ମଧ୍ୟରୁ ୧୫ ଜଣ ଇଟାଲୀରୁ ଆସିଥିବା ଲୋକ ରହିଛନ୍ତି। ସରକାରଙ୍କ ପକ୍ଷରୁ କରୋନା ନେଇ ସତର୍କତା ସୂଚନା ଜାରି ହୋଇଛି। ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଉଥିବା ସରକାର ସୂଚନା ଦେଇଛନ୍ତି।

Related posts