ଘରେ ପଶି ବୃଦ୍ଧାଙ୍କୁ ଦଳିଲା ହାତୀ

Published: Mar 5, 2020, 9:17 am IST

ସମୀକ୍ଷା ବ୍ୟୁରୋ

ଅନୁଗୋଳ : ଗାଁ ଭିତରେ ଜଣେ ବୃଦ୍ଧାଙ୍କୁ ହାତୀ ଦଳି ମାରିଛି। ଏଭଳି ଅଭାବନୀୟ ଘଟଣା ଘଟିଛି ହଣ୍ଡପା ବନାଞ୍ଚଳ କମରେଇ ଗାଁରେ। ସୂଚନା ଅନୁଯାୟୀ, କମରେଇ ଗାଁର ଦେବକୀ ବେହେରା ନାମ୍ନୀ ବିଧବା ବୃଦ୍ଧା ଘରେ ଏକୁଟିଆ ରୁହନ୍ତି। ଗତରାତିରେ ସେ  ଶୋଇ ଥିବାବେଳେ ବିଳମ୍ବିତ ରାତିରେ ହାତୀ ଘର ଭାଙ୍ଗି ପଶି ତାଙ୍କୁ ଦଳି ଚକଟି ଦେଇଥିଲା। ଫଳରେ ଘଟଣାସ୍ଥଳରେ ଦେବକୀଙ୍କ ମୃତ୍ୟୁ ଘଟିଥିଲା। ଗ୍ରାମବାସୀ ସକାଳେ ଏହା ଦେଖିବା ପରେ ଗାଁରେ ଭୟର ବାତାବରଣ ଖେଳି ଯାଇଥିବାବେଳେ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା।

Related posts