ଯୌତୁକ ଜନିତ ବଧୂହତ୍ୟା ମାମଲା,  ପୁଅ ଏବଂ ମା’ କୁ ଆଜୀବନ କାରାଦଣ୍ଡାଦେଶ

Published: Mar 5, 2020, 9:48 am IST

ରଞ୍ଜିତ ପଣ୍ଡା

କୁଜଙ୍ଗ: କୁଜଙ୍ଗବ୍ଳକ ଅନ୍ତର୍ଗତ ଗୋପିଆକୁଦ ଅଂଚଳର ଜନୈକା ମା’ ଏବଂ ଧରମ ପୁଅକୁ ବଧୂ ହତ୍ୟା ଅଭିଯୋଗରେ ମାନ୍ୟବର କୁଜଙ୍ଗ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍ ଆଜୀବନ କାରାଦଣ୍ଡାଦେଶ ଶୁଣାଇଥିବା ଜଣାପଡ଼ିଛି। ଏଥି ସହିତ ୧୦ ହଜାର ଟଙ୍କା ଜରିମାନା ଏବଂ ଅନାଦେୟ ଅତିରିକ୍ତ ୩ ମାସ ଜେଲଦଣ୍ଡାଦେଶ ଶୁଣାଇଥିବା ଜଣାପଡ଼ିଛି। ଆଜି ଏହି ରାୟ ପ୍ରକାଶ ପାଇବାପରେ ପୀଡ଼ିତ ପରିବାର ପକ୍ଷରୁ ସତ୍ୟର ବିଜୟ ହେଲା ବୋଲି ପ୍ରତିକ୍ରିୟାରେ ପ୍ରକାଶ କରାଯାଇଛି।

ପ୍ରକାଶ ଯେ, କୁଜଙ୍ଗ ଥାନା ବାଲିଆ ଗ୍ରାମର ଦିବାକର ବେହେରାଙ୍କ ଝିଆରୀ ମାମିନା ବେହେରାଙ୍କର ଗତ ୨୦୧୫ ମସିହା ଜୁଲାଇ ମାସ ୧୮ ତାରିଖରେ ଗୋପିଆକୁଦ ଅଂଚଳର ରାମଚନ୍ଦ୍ର ରାଉତଙ୍କ ସହିତ ବୈଦିକ ରିତୀରେ ବିବାହ ଅନୁଷ୍ଠିତ ହୋଇଥିଲା। ବିବାହ ସମୟରେ କନ୍ୟାପକ୍ଷରୁ ବରପକ୍ଷର ଦାବୀମୁତାବକ ଯୌତୁକ ପ୍ରଦାନ କରିଥିଲେ। ମାତ୍ର ପରବର୍ତୀ ସମୟରେ ଅଧିକ ଯୌତୁକ ଦାବୀକରି ବିବାହିତ ନବବଧୂ କୁ ଶାରୀରିକ ଏବଂ ମାନସୀକଭାବେ ନିର୍ଯ୍ୟାତନ ପ୍ରଦାନ କରାଯାଉଥିଲା। ମାତ୍ର ୨୦୧୫ ମସିହା ଅକ୍ଟୋବର ମାସ ୬ ତାରିଖରେ ରାମଚନ୍ଦ୍ର ଏବଂ ତାଙ୍କର ଧରମ ମା’ ମିନା ସାହୁ ତାଙ୍କୁ କିରୋସିନି ଢାଳି ପୋଡ଼ି ହତ୍ୟା କରିଥିଲେ।

ଏହି ମାମଲାର ଆଜି ବିଚାରକରି ମାନ୍ରବର ଅତିରିକ୍ତ ଜିଲ୍ଲ ଓ ଦୌରାଜଜ୍ ପ୍ରଣବ କୁମାର ରାଉତରାୟ ଅଭିଯୁକ୍ତ ଧରମ ମା’ ମିନା ସାହୁ ଏବଂ ପୁଅ ରାମଚନ୍ଦ୍ର ରାଉତଙ୍କୁ ଆଜୀବନ କାରାଣ୍ଡାଦେଶ ଦେଇଛନ୍ତି। ଏହାବ୍ୟତୀତ ୧୦ ହଜାର ଟଙ୍କା ଜରିମାନା କରାଯାଇଛି। ଜରିମାନା ଅନାଦେୟ ଅତିରିକ୍ତଭାବେ ୩ ମସ ଜେଲଦଣ୍ଡର ଆଦେଶ ପ୍ରଦାନ କରାଯାଇଥିବା ଜଣାପଡ଼ିଛି। ସରକାରଙ୍କ ପକ୍ଷରୁ ଅତିରିକ୍ତ ପବ୍ଲିକ ପ୍ରସିକ୍ୟୁଟର ଦେବାଶୀଷ କଣ୍ଠ ମାମଲା ପରିଚାଳନା କରିଥିଲେ।

Related posts