Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କୁଜଙ୍ଗଥାନାରେ ଅଧିକାରୀ ସଙ୍କଟ, ୭ ଏସଆଇ ସ୍ଥାନରେ ଅଛନ୍ତି ଜଣେ
ଆଜିର ଖବର

କୁଜଙ୍ଗଥାନାରେ ଅଧିକାରୀ ସଙ୍କଟ, ୭ ଏସଆଇ ସ୍ଥାନରେ ଅଛନ୍ତି ଜଣେ

March 5, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ରଞ୍ଜିତ ପଣ୍ଡା

କୁଜଙ୍ଗ: କୁଜଙ୍ଗଥାନାରେ ଏବେ ଅଧିକାରୀ ସଙ୍କଟ ଦୈନନ୍ଦିନ କାର୍ଯ୍ୟ ନିର୍ବାହରେ ଘୋର ସଙ୍କଟ ସୃଷ୍ଟି କରିଥିବା ଜଣାପଡ଼ିଛି। ଜିଲ୍ଲାର ସବୁଠାରୁ ବ୍ୟସ୍ତବହୁଳ ଥାନା ହୋଇଥିବାବେଳେ ବାର୍ଷିକ ମାମଲା ସଂଖ୍ୟା ମଧ୍ୟ ଅନ୍ୟ ଥାନା ତୁଳନାରେ ବେଶ ଅଧିକ । ମାତ୍ର ଆବଶ୍ୟକୀୟ ଏସଆଇ ସଂଖ୍ୟା ସାତ ହୋଇଥିବା ସ୍ଥଳେ ମାତ୍ର ଜଣେ ଏସଆଇ କାର୍ଯ୍ୟକରୁଛନ୍ତି। ଏହିପରିସ୍ଥଳେ କୁଜଙ୍ଗ ଥାନାରେ ଅପରାଧ ତଥା ଆଇନ ଶୃଙ୍ଖଳା ନିୟନ୍ତ୍ରଣ କ୍ଷେତ୍ରରେ ଘୋର ସମସ୍ୟାର ସମ୍ମୁଖୀନ୍ନ ହେଉଥିବା ଜଣାପଡ଼ିଛି। ତୁରନ୍ତ ଆବଶ୍ୟକୀୟ ପୁଲିସ ଅଧିକାରୀଙ୍କୁ ନିଯୁକ୍ତି ପ୍ରଦାନ କରଯିବାକୁ ବିଭିନ୍ନ ମହଲରେ ଦାବୀ ପ୍ରକାଶ ପାଇଛି ।

ପ୍ରକାଶଯେ, ଜଗତସିଂହପୁର ଜିଲ୍ଲାରେ କୁଜଙ୍ଗ ଏକ ଗୁରୁତ୍ୱପୂର୍ଣ୍ଣ ଅଂଚଳ ଅଟେ। ପାରାଦୀପ ବନ୍ଦରର ମୁଖାଶଳା ହୋଇଥିବାରୁ ତଥା ଏହା ପାର୍ଶ୍ବରେ ଜାତୀୟ ଏବଂ ରାଜ୍ୟ ରାଜପଥ ରହିଥିବାରୁ ଏଠାରେ ଅନେକ ସମୟରେ ଗୁରୁତର ଆଇନ ଶୃଙ୍ଖଳା ପରିସ୍ଥିତି ଦେଖାଯାଇଥାଏ। କୁଜଙ୍ଗ ତଥା ଏରସମା ବ୍ଳକର ୧୯ଟି ପଂଚାୟତର ଆଇନ ଶୃଙ୍ଖଳା ନିୟନ୍ତ୍ରଣ କରିବାର ଦାୟିତ୍ୱ ଏହି ଥାନା ଉପରେ ରହିଛି । ଫଳରେ ଏଠାରେ ସବୁବେଳେ ନିଯୁକ୍ତ ଆରକ୍ଷୀ ନୀରିକ୍ଷକଙ୍କପାଇଁ ଏହା ସବୁବେଳେ ଆହ୍ୱାନ ସୃଷ୍ଟି କରିଥାଏ। ତେବେ ବିଶାଳ ଅଂଚଳ ତଥା ପାରାଦୀପ ଶିଳ୍ପାଂଚଳର ମୁଖଶାଳା ଦୃଷ୍ଟିରୁ ଏଠାରେ ୭ ଏସ୍‌ଆଇ ପଦବୀ ରହିଛି। କୌଣସି ସମୟରେ ମଧ୍ୟ ପୂର୍ଣ୍ଣମାତ୍ରାରେ ଏସଆଇ ଏଠାରେ କାର୍ଯ୍ୟ କରିବା ଦେଖାଯାଇନଥାଏ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏବେ ଏଠାରେ ୭ଜଣ ଏସଆଇଙ୍କ ସ୍ଥାନରେ ଜଣେମାତ୍ର କାର୍ଯ୍ୟ କରୁଛନ୍ତି। ତଥ୍ୟରୁ ଜଣାପଡ଼େ ଏଠାରେ ବାର୍ଷିକ ୩ ଶହରୁ ଉର୍ଦ୍ଧ ମାମଲା ରୁଜୁ କରାଯାଇଥାଏ। ଫଳରେ ମାମଲାର ତଦ୍ଦନ୍ତ କରିବାରେ ଏସଆଇ ମାନଙ୍କର ଗରୁତ୍ୱପୂର୍ଣ୍ଣ ଭୂମିକା ରହିଥାଏ। ଯାହା ଏବେ ଏଠାରେ ଗୁରତର ସଙ୍କଟ ସୃଷ୍ଟି କରିଛି। ଫଳରେ ଅନେକ ସମୟରେ ଥାନା ଅଧିକାରୀଙ୍କ ଉପରେ କାର୍ଯ୍ୟ ଚାପ ରହୁଛି। କେବଳ ଆଇନ ଶୃଙ୍ଖଳା ନିୟନ୍ତ୍ରଣ ନୁହେଁ। ଏହା ବାହାରେ ମଧ୍ୟ ପୁଲିସକୁ ଅତିରିକ୍ତ ଭାବେ ଯାନବାହନ ନିୟନ୍ତ୍ରଣ, ତନଖି, ଚୋରା ନିଶାକାରବାରକ୍ଷେତ୍ରରେ ମଧ୍ୟ କାର୍ଯ୍ୟ କରିବାକୁ ପଡ଼ିଥାଏ। ଜିଲ୍ଲାର ଅନ୍ୟକିଛି ଥାନା ମାନଙ୍କରେ ବାର୍ଷିକ ସର୍ବନିମ୍ନ କେଶ ରୁଜୁ ହେଉଥିବାବେଳେ ସେଠାରେ ଆବଶ୍ୟକତା ଅନୁଯାୟୀ ଅଫିସର ମାନେ ରହିଛନ୍ତି। ମାତ୍ର କୁଜଙ୍ଗପରି ଜିଲ୍ଲାର ଏକ ଗୁରୁତ୍ୱପୂର୍ଣ୍ଣ ଥାନାରେ ଅଧିକାରୀ ମରୁଡ଼ି ଆଇନ ଶୃଙ୍ଖଳା ନିୟନ୍ତ୍ରଣରେ ଅସୁବିଧା ସୃଷ୍ଟି ହେଉଥିବା ଜଣାପଡ଼ିଛି। ତେବେ ଏହି ସମସ୍ୟା ସମ୍ପର୍କରେ ଥାନା ଅଧିକାରୀ ଦିଲ୍ଲୀପ କୁମାର ସାହୁଙ୍କୁ ପଚାରିବାରୁ ସେ ସମସ୍ୟାକୁ ସ୍ୱୀକାର କରିଥିବା ବେଳେ ଆବଶ୍ୟକୀୟ ସଙ୍ଖ୍ୟକ ଏସଆଇ ନଥିବାରୁ କାର୍ଯ୍ୟ ପରିଚାଳନା କରିବାରେ ଅନେକ ସମସ୍ୟା ସୃଷ୍ଟି ହେଉଥିବା ପ୍ରକାଶ କରିଛନ୍ତି।

Share. Facebook Twitter LinkedIn Email WhatsApp Copy Link

Related Posts

ପ୍ରଦେଶ କଂଗ୍ରେସ ଗଠନ କଲା ସୃଜନ କମିଟି ଓ ୱାର ରୁମ କମିଟି, ଜାଣନ୍ତୁ ଏହା କଣ

August 21, 2025

ପୁଣି ଓଡିଶାକୁ ଫେରିବ ପୋସ୍କୋ, କେନ୍ଦୁଝରରେ କରିବ ପ୍ରକଳ୍ପ, ମୁଖ୍ୟମନ୍ତ୍ରୀଙ୍କୁ ଦେଲେ ଧନ୍ୟବାଦ

August 21, 2025

‘କର୍ମଚାରୀ ସଂକଳ୍ପ ସମ୍ମିଳନୀ’କୁ ସମ୍ବୋଧନ କଲେ କେନ୍ଦ୍ର କୃଷି ମନ୍ତ୍ରୀ

August 21, 2025

ଆଇପିଏସ ସ୍ତରରେ ବଡ ଧରଣର ଅଦଳବଦଳ, ବଦଳିଲେ ସାତଟି ଜିଲ୍ଲାର ଏସପି

August 21, 2025
Latest News

ପ୍ରଦେଶ କଂଗ୍ରେସ ଗଠନ କଲା ସୃଜନ କମିଟି ଓ ୱାର ରୁମ କମିଟି, ଜାଣନ୍ତୁ ଏହା କଣ

August 21, 2025

ପୁଣି ଓଡିଶାକୁ ଫେରିବ ପୋସ୍କୋ, କେନ୍ଦୁଝରରେ କରିବ ପ୍ରକଳ୍ପ, ମୁଖ୍ୟମନ୍ତ୍ରୀଙ୍କୁ ଦେଲେ ଧନ୍ୟବାଦ

August 21, 2025

‘କର୍ମଚାରୀ ସଂକଳ୍ପ ସମ୍ମିଳନୀ’କୁ ସମ୍ବୋଧନ କଲେ କେନ୍ଦ୍ର କୃଷି ମନ୍ତ୍ରୀ

August 21, 2025

ଆଇପିଏସ ସ୍ତରରେ ବଡ ଧରଣର ଅଦଳବଦଳ, ବଦଳିଲେ ସାତଟି ଜିଲ୍ଲାର ଏସପି

August 21, 2025

ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀଙ୍କ ଅପରାଧିକ ମାମଲା ବିଲକୁ ନେଇ କଂଗ୍ରେସର କଟାକ୍ଷ

August 21, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.