ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ଗଂଜାମ ଅଂଚଳରେ ଦିନକୁ ଦିନ ନକଲି ଶିକ୍ଷକ ଧରାପଡ଼ିବାରେ ଲାଗିଛନ୍ତି। ପୂର୍ବରୁ ୩୦ରୁ ଉର୍ଦ୍ଧ୍ୱ ନକଲି ଶିକ୍ଷକ ଧରାପଡ଼ିଥିବାବେଳେ କିଛିଦିନ ତଳେ ଏକ ଜାଲି ସାର୍ଟିଫିକେଟ୍ ପ୍ରସ୍ତୁତ କରୁଥିବା କିଛି ବ୍ୟକ୍ତି, ଦଲାଲ ସହ ନକଲି ଶିକ୍ଷକଙ୍କୁ ଆସିକା ପୋଲିସ୍ ଗିରଫ କରିଥିଲା।
ଆଜି ପୁଣି ଦୁଇଜଣ ଶିକ୍ଷକ ଜାଲି ସାର୍ଟିଫିକେଟ୍ ପ୍ରଦାନ କରି ଚାକିରି କରୁଥିବା ଅଭିଯୋଗରେ ପୋଲିସ୍ ଗିରଫ କରିଛି। ଶିକ୍ଷକ ଦ୍ୱୟ ହେଲେ ମଣ୍ଠାପଡ଼ା ହାଇସ୍କୁଲରେ ସହକାରୀ ଶିକ୍ଷକ ଓକିଲ ବିଷୋୟୀ (୫୫) ଘର ପାଟପୁର ବ୍ଳକ୍ କାଉଡ଼ିଆ ଏବଂ କେନ୍ଦୁପଦର ପିୟୁପିଏସ୍ରେ ଚାକିରି କରୁଥିବା ଅଶୋକ ସାହୁ (୪୩) ଘର ମଣ୍ଟାପଡ଼ା। ଉଭୟ ଶିକ୍ଷକଙ୍କୁ ଆସିକା ପୋଲିସ୍ ଥାନା କେସ ନଂ ୪୬୬/୧୯, ୟୁ/ଏସ୍ ୪୬୬/୪୬୭/୪୭୧/୪୨୦ ଆଇପିସିରେ କୋର୍ଟଚାଲଣ କରାଯାଇଛି ।
Tags: